ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ୩ଲକ୍ଷ ୩୦ହଜାର ଟଙ୍କା ସହାୟତା

ସିମୁଳିଆ, ୨୦।୪(ଡି. ଏନ.ଏ.): କରୋନା ସହାୟତା ପାଇଁ ବାଲେଶର ଜିଲା ସିମୁଳିଆ ବ୍ଲକର ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ଲକ୍ଷ ୩୦ହଜାର ଟଙ୍କାର ଚେକ୍‌ ପର୍ଯ୍ୟଟନମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି। ସିମୁଳିଆ ବ୍ଲକର ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ୬୩ହଜାର, ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୭୬ହଜାର ଟଙ୍କା, ନୂତନ ପେନସନ ଯୋଜନାଭୁକ୍ତ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧ଲକ୍ଷ ୧ହଜାର ଓ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୯୦ହଜାର ମୋଟ ୩ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଡ. ମାୟାଧର ସାହୁଙ୍କ ସମେତ ବିଭିନ୍ନ ସଂଘ ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ପଣ୍ଡା, ଗୈରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ, ଶରତ କୁମାର ନାୟକ, ବ୍ରଜକିଶୋର ବେହେରା, ଭାଗବତ ମିଶ୍ର, ରବୀନ୍ଦ୍ର କୁମାର ସାହୁ, ବୀରେନ୍ଦ୍ର କୁମାର ଶତପଥି ଓ ଶିବପ୍ରସାଦ ପଣ୍ଡା ପ୍ରମୁଖ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ...

ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା...

ଟ୍ରେନ୍‌ ଆଗକୁ ଡେଇଁ ରେଳ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ,୧୫।୧: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ରେଳ ଷ୍ଟେଶନରେ ଜଣେ ରେଳ କର୍ମଚାରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଟ୍ରେନ୍‌ରେ ତାଙ୍କର ଗୋଟିଏ...

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ଚିତ୍ରାଳୟ ଗାଡ଼ି: ୫ ଆହତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥଠାରେ ଏକ ଚିତ୍ରାଳୟ ଗାଡ଼ି ଓଲଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ...

ଆନନ୍ଦପୁର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ

ଆନନ୍ଦପୁର,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ...

ମାଘମେଳାରେ ଜଳିଲା ଝାଡ଼ଦୀପ

ଢେଙ୍କାନାଳ ଅଫିସ,୫।୨: ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ଶନିବାର ଠାରୁ ଆରମ୍ଭ ହୋଇଛି ମାଘ ମେଳା। ୨ ବର୍ଷ ପରେ...

ଭୋକ ଉପାସରେ ୯ ଦିନ: ଧାରଣା ଦେଲେ ଆଦିବାସୀ ପରିବାର

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କେତେକ ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଉପାସରେ ରହିବା ପରେ...

Advertisement
Archives

Model This Week