ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଶତାଧିକ ଶ୍ରମିକ କର୍ଲାମୁଣ୍ଡା ସଦର ନିକଟସ୍ଥ ଚିନାବାଡି ଅଡଚାଟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ । ସେଠାରେ ଏକ ସଭା କରି ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ରାଜ୍ୟ ସମ୍ପାଦକ ବିରଞ୍ଚତ୍ ବିଶ୍ୱାଳ, ଜିଲା ସଭାପତି ଚୈତନ୍ୟ ସାହୁ, କୃଷକ କଲ୍ୟାଣ ମଞ୍ଚ ସଭାପତି ନରୋତ୍ତମ ସେଲମା, ବ୍ଲକ ଜାଗରଣ ମଞ୍ଚ ସଭାପତି ପ୍ରଦୀପ କୁମାର ସାହୁ, ଜିଲା ଭିନ୍ନକ୍ଷମ ସଭାପତି ସୁରେଶ ଚୌଧୁରୀ ଆଲୋକପାତ କରି କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ଶ୍ରମିକମାନଙ୍କୁ ବର୍ଷ ତମାମ କାମ ଯୋଗାଇ ଦିଆଯିବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରୁଥିବା ଶ୍ରମିକମାନଙ୍କୁ ସପ୍ତାହ ଭିତରେ ମଜୁରୀ ପ୍ରଦାନକୁ ନିଶ୍ଚିତ କରାଯିବା, ଭିନ୍ନକ୍ଷମ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବା, ପ୍ରାକୃତିକ ସମ୍ବଳ ବିନିଯୋଗ ମାମରେ ପ୍ରକଳ୍ପ ମଞ୍ଜୁରୀ କରାଯାଇ, ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୁଟୀର ଶିଳ୍ପ ସୃଷ୍ଟି କରାଯିବା, ଦାଦନ ଶ୍ରମିକ ଚିହ୍ନଟ ଓ ପଞ୍ଚାୟତସ୍ତରରେ ପଞ୍ଜୀକୃତ ବ୍ୟବସ୍ଥା କରାଯିବା, ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା, ମାଟିଘର ଥିବା ଶ୍ରମିକମାନଙ୍କୁ ପକ୍କାଘର ଦିଆଯିବା, ଭୂମୀହୀନ ଶ୍ରମିକମାନଙ୍କୁ ଘରଡିହ ଯୋଗାଇ ଦିଆଯିବା, ତାଲିମ ନେଇଥିବା ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରମୁଖ ଦାବି ଗୁଡିକ ରହିଥିଲା। ଏହି ଅବସରରେ ବିଭିନ୍ନ ଗଁାରୁ ଆସିଥିବା ୪ ଶହ ଶ୍ରମିକ କାର୍ଯ୍ୟ ପାଇଁ ଆବେଦନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଧର ସାହୁ, ହେମନ୍ତ ସାହୁ, ଗୁରେଖ ସାହୁ, ଦେବରାଜ ଚୌଧୁରୀ, ଭକ୍ତ ସାହୁ, ବିନୋଦ ସାହୁ, ହିରାମଣି ସାହୁ, ଜିବରଧନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଫଟୋ:


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ

କୁଚିଣ୍ଡା,୧୮ା୬(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଜଣେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ...

ବିଜେଡି ବିଜୟ ଉତ୍ସବ ବେଳେ ଭାଜପା କର୍ମୀଙ୍କୁ ଛୁରାମାଡ଼

ସମ୍ବଲପୁର,୧୪।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବିଜୟୀ ହେବା ପରେ ବିଭିନ୍ନ ସ୍ଥାନରେ ସମର୍ଥକ, ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ। ଝାରସୁଗୁଡ଼ା...

ବାଧକ ସାଜିଛି ଗଛ: ଧିମେଇ ଯାଉଛି ରାସ୍ତା କାମ

ଜମନକିରା,୮।୧୨(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜମନକିରା ୫୩ ନଂ. ରାଜପଥ ଷଣ୍ଢପଥର-ଫାଶୀମାଳ ଏବଂ ଜମନକିରା ମୁଖଛକ -ବଡ଼ମାଳ...

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା, ସ୍ବାମୀ ଅଟକ

ସୁନ୍ଦରଗଡ଼,୮।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି...

ବରଗଡ଼ରେ ପୋଷ୍ଟାଲ ପରେ ଇଭିଏମର ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ, ୨୩।୫: ବରଗଡର ଦୁଇ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ବରଗଡ ପଞ୍ଚାୟତ କଲେଜ ଓ ପଦ୍ମପୁର ଆରଏମସି ଗୋଦାମରେ...

ସ୍କୁଲ୍‌ ଆଗରେ ଦୁଇ ବିଇଓ ହଟହଟା

ରେଢାଖୋଲ,୧୭।୧୦(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ଆଗରେ ଶୁକ୍ରବାର ରେଢାଖୋଲ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଭଗବାନ ବାଙ୍କିରା ଓ ଜୁଜୁମୁରା ବ୍ଲକ...

ଗୋପାଳଙ୍କୁ କେନ୍ଦ୍ରୀୟ ସୁରକ୍ଷା ଲୋଡ଼ା: ଜୟନାରାୟଣ

ସମ୍ବଲପୁର, ୩ା୨(ବ୍ୟୁରୋ):ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇଥିବାବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।...

ନିଜ ରାଜ୍ୟକୁ ଯିବେ ୟୁପିର ୧୫ଶହ ପ୍ରବାସୀ: ୨୦ରେ ସମ୍ବଲପୁରରୁ ବାହାରିବ ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର, ୧୮।୫ (ବ୍ୟୁରୋ): ସମ୍ବଲପୁର ଷ୍ଟେଶନରୁ ଆସନ୍ତା ୨୦ ତାରିଖ ଏକ ସ୍ବତନ୍ତ୍ର ଟ୍ରେନ୍‌ ଉତ୍ତରପ୍ରଦେଶ ଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା...

Advertisement
Archives

Model This Week