ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ

ବ୍ରହ୍ମପୁର ଅଫିସ,୧ା୭-  ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଶତାଧିକ ସୁରକ୍ଷା କର୍ମୀ ବିଭିନ୍ନ ଦାବି ନେଇ ରବିବାର ଅପରାହ୍ନରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବିଗୁଡିକ ମଧ୍ୟରେ ରହିଛି, ସେମାନଙ୍କୁ ନିୟମିତ ଭାବେ ମାସକୁ ମାସ ଦରମା ପ୍ରଦାନ କରିବା, ସେମାନଙ୍କ ଦରମାରୁ ଇପିଏଫ ବାବଦକୁ କାଟୁଥିବା ଟଙ୍କାର ହିସାବ ଦିଆଯାଉ, ଶ୍ରମ ବିଭାଗ ତରଫରୁ ସେମାନଙ୍କ ପାଇଁ ଘୋଷଣା ହୋଇଥିବା ବର୍ଦ୍ଧିତ ଦରମା ଖୁବଶୀଘ୍ର ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଥିଲେ। ଗଞ୍ଜାମ ସିକ୍ୟୁରିଟି ସର୍ଭିସ ସଂସ୍ଥା ତରଫରୁ ସୁରକ୍ଷା କର୍ମୀମାନେ ୩ ଟି ପର୍ଯ୍ୟାୟରେ ଏମ୍‌କେସିଜି ମେଡିକାଲରେ କାମ କରୁଛନ୍ତି। ସଂସ୍ଥା କ୍ଷେତ୍ରରକ୍ଷକ ଥିବା ବାବୁଲା ସେଠୀ ବିନା କାରଣରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ ଗାଳି ଗୁଳଜ କରିବା ସହ ଧମକ ଦେଉଛନ୍ତି। ଏହାର ଦୃଢ଼ ପ୍ରତିବାଦ କରାଯାଇଥିଲା ବୋଲି ସୁପରଭାଇଜର ଏ. ସୁମନ କୁମାର କହିଛନ୍ତି। ଖବର ପାଇ ସଂସ୍ଥା ପରିଚାଳକ ଟୁନା ପାଣିଗ୍ରାହୀ ସେଠାରେ ପହଞ୍ଚି ସୁରକ୍ଷା କର୍ମୀଙ୍କ ଦାବି ଗୁଡିକ ସମ୍ପର୍କରେ ସୋମବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ପରେ ଧାରଣାରେ ବସିଥିବା ସୁରକ୍ଷା କର୍ମୀ ଧାରଣା ପ୍ରତ୍ୟାହୃତ କରିଥିଲେ। ସୋମବାର ସଂସ୍ଥା ପରିଚାଳକ ଦାବି ଗୁଡିକ ପୂରଣ ନ କରିଲେ ସେମାନେ ପୁଣି ଥରେ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସୁପରଭାଇଜର ସୁମନ ଓ ପୀତବାସ ସୁରୀ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମନ ମୋହୁଛି ଆକର୍ଷଣୀୟ ଓ୍ବାଟର ପାର୍କ

ଗଞ୍ଜାମ,୧୯ା୩(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରଠାରେ ପ୍ରଥମ ଥର ପାଇଁ ଶନିମନ୍ଦିରଠାରେ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ବଡ଼ ବଜାର...

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ରାଶନ କିଣିବାକୁ ପୋଲିସର ପରାମର୍ଶ

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ସହରରେ ଥିବା ରାଶନ ଦୋକାନଗୁଡିକର ଭିଡ଼ ନିୟନ୍ତ୍ରଣ କରି ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରତି ଦୋକାନ...

୨୬ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଛତ୍ରପୁର,୧୧।୮(ଡି.ଏନ.ଏ.): ଛତ୍ରପୁରସ୍ଥିତ ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ କେତେଜଣ ଅଙ୍ଗନଓ୍ବାଡି କର୍ମୀ ତାଲା ପକାଇ...

ବୁଗୁଡ଼ା ବ୍ଲକ, ଏନ୍‌ଏସିର ୪୦ ସଙ୍ଗରୋଧ କେନ୍ଦ୍ରରେ ୨୦୫୯ ପ୍ରବାସୀ ଓଡ଼ିଆ

ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଓ ଏନ୍‌ଏସିରେ ଥିବା ୪୦ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସୁଦ୍ଧା ମୋଟ ୨୦୫୯ ପ୍ରବାସୀ ଓଡ଼ିଆ (ସୁରାଟ ଫେରନ୍ତା) ଆସି ରହିଛନ୍ତି।...

ବୁଗୁଡ଼ାରେ ଶଟଡାଉନ୍‌ ପ୍ରଭାବ: ରାସ୍ତାଘାଟ ଶୂନଶାନ

ବୁଗୁଡ଼ା,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୁନ୍‌ ମାସ ପ୍ରତ୍ୟେକ...

ଦିଗପହଣ୍ଡିରୁ ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଢେଙ୍କାନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଅପହରଣ କରିଥିବା...

କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ...

ପାହାଡ଼ରୁ ନାବାଳକଙ୍କ କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

ବୁଗୁଡ଼ା,୧୬ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ନିକଟସ୍ଥ ଦିଗବାରିଣୀ ପାହାଡ଼ରୁ ଶୁକ୍ରବାର ବୁଗୁଡ଼ା ପୋଲିସ ଜଣେ ନାବାଳକଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳକ ଜଣକ ହେଲେ ଝୋଲରୀ ଗ୍ରାମର...

Advertisement
Archives

Model This Week