Posted inଖେଳ

ବିବେକ କୋହଲି ସିଟିଟିଏଫ୍‌ ଅଧ୍ୟକ୍ଷ ନିର୍ବାଚିତ

କଟକ,୨୧।୭: ଭାରତର ବିବେକ କୋହଲି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଫେଡେରେଶନ (ସିଟିଟିଏଫ୍‌) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଏମ୍‌.ପି. ସିଂ ସିଟିଟିଏଫ୍‌ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କଟକରେ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ ଚାଲୁରହିଥିବା ବେଳେ ଭୁବେନେଶ୍ୱରରେ ଶନିବାର ଫେଡେରେଶନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ କୋହଲି ବହୁ ବ୍ୟବଧାନରେ ଇଂଲଣ୍ଡର ଆଲାନ ରାନସମଙ୍କୁ ପରାସ୍ତ କରିଥିଲେ। କୋହଲି ୨୨ଖଣ୍ଡ ଭୋଟ ପାଇଥିବା ବେଳେ ଆଲାନ ୬ଟି ଭୋଟ ପାଇଥିଲେ। ତେବେ ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ (ଟିଟିଏଫ୍‌ଆଇ) ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଥିବା ଏମ୍‌.ପି. ସିଂ ସର୍ବସମ୍ମତି କ୍ରମେ ଫେଡେରେଶନର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ଦୁଷ୍ମନ୍ତ ଚୌତାଲା ଟିଟିଏଫ୍‌ଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଥମଥର ପାଇଁ ସିଟିଟିଏଫ୍‌ର ସବୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ପଦରେ ଭାରତୀୟମାନେ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ଦିନିକିଆ: ଗ୍ୟାଲେରିରେ ବିଛାଗଲା କାର୍ପେଟ

କଟକ ଅଫିସ,୧୫।୧୨- ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅର୍ନ୍ତଜାତୀୟ ମ୍ୟାଚ ଲାଗି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିଛି। ଏହି...

ବକ୍ସର ଅମିର ଖାଁ ଦୁଇ ବର୍ଷ ବାସନ୍ଦ

ଲଣ୍ଡନ,୫ା୪(ଏପି): ଅବସରପ୍ରାପ୍ତ ବ୍ରିଟିଶ ବକ୍ସର ଅମିର ଖାଁଙ୍କୁ ସମସ୍ତ ପ୍ରକାର ଖେଳରୁ ଦୁଇବର୍ଷ ବାସନ୍ଦ କରାଯାଇଛି। ତାଙ୍କ କ୍ୟାରିୟରର ଶେଷ ଫାଇଟ୍‌ ସମୟରେ ତାଙ୍କର ହୋଇଥିବା...

ଟି-୨୦ ବିଶ୍ୱକପ୍‌ ଆରମ୍ଭ: ଭୋ ଭୋ ହୋଇ କାନ୍ଦିଲେ ଏହି ଦଳର ଖେଳାଳି

ଦୁବାଇ,୧୭।୧୦: ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଟିମ୍‌ ବିଶ୍ୱ...

ଏହା ହୋଇପାରେ ଧୋନୀ, ସିଏସ୍‌କେର ଚିନ୍ତାର କାରଣ

ମୁମ୍ବାଇ,୧।୪: ଆଇପିଏଲର ଅନ୍ୟତମ ସଫଳତମ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଗତବର୍ଷ ବିଫଳ ହୋଇଥିଲା। ମଧ୍ୟକ୍ରମରେ ସୁରେଶ ରାଇନାଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ମହେନ୍ଦ୍ର...

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ...

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି...

ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ କରି ଚମକିପାରନ୍ତି ଏହି ପ୍ରତିଭାଶାଳି କ୍ରିକେଟର, ମାରିପାରନ୍ତି ଦ୍ୱିଶତକ: ଚୋପ୍ରା

ନୂଆଦିଲ୍ଲୀ,୨୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପକ୍ଷରୁ ଓପନିଂ କରିବେ ଶିଖର ଧଓ୍ବନ। ତେବେ ତାଙ୍କ ସହ କେ.ଏଲ୍‌. ରାହୁଲ ପଡ଼ିଆକୁ ଓହ୍ଲାଇବା...

ସେରେନା, ନାଡାଲ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୭ା୭ (ଏଏଫ୍‌ପି)-ସାତ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଏବଂ ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଓ୍ବିମ୍ବେଲଡନ ଓପନ ଟେନିସ୍‌ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ...

Advertisement
Archives

Model This Week