Posted inଜାତୀୟ

ବିବାହ ସମୟରେ ପହଞ୍ଚିଲେ ପ୍ରେମିକା: ୨ଶହ ବରଯାତ୍ରୀ ସହ ବରଙ୍କୁ ଅଟକ ରଖିଲେ କନ୍ୟାପକ୍ଷ

ଭୋପାଳ,୧୧।୭: ଉତ୍ତରପ୍ରଦେଶରେ ଏକ ବିବାହ ଉତ୍ସବରେ ଅଘଟଣ ଘଟିଥିବା ପଦାକୁ ଆସିଛି। ବର ବିବାହ ହେବାକୁ ଯାଇଥିବା ବେଳେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ଅଟକ ରଖିଥିବା ଘଟଣା ସାମ୍ନାକୁ ଆସିଛି। ହେଲେ ଏହି ଘଟଣା କୌଣସି ଯୌତୁକ ପାଇଁ ନୁହେଁ, ବରଂ ବରର ଅନ୍ୟତ୍ର ପ୍ରେମ ପାଇଁ ଘଟିଛି। ବାହା ବେଦିରେ ବର ସହ ୨ଶହ ବରଯାତ୍ରୀଙ୍କୁ କନ୍ୟାପକ୍ଷ ବନ୍ଦୀ କରି ରଖିଥିଲେ। ସୂଚନାଯୋଗ୍ୟ, ବୁଧବାର ମିରଟ ଜିଲାର ପରତାପୁର ଥାନା ଅଞ୍ଚଳରୁ ବରଯାତ୍ରୀ ନେଇ ବର ପରିବାରଲୋକେ ପାଞ୍ଚି ଗାଁରେ ଥିବା କନ୍ୟାଘରେ ପହଞ୍ଚିଥିଲେ। ଯଥାରୀତି ବିବାହ ଚାଲିଥିବା ବେଳେ ହଠାତ୍‌ ମଣ୍ଡପରେ ବରର ପ୍ରେମିକା ନିଜ ଅଢ଼େଇ ବର୍ଷର ଶିଶୁକୁ ନେଇ ପହଞ୍ଚିଥିଲେ। ପ୍ରେମିକା ଜଣକ ଯୁବକଙ୍କ କୋଳରେ ଶିଶୁଟିକୁ ବସାଇ ତା’ର ବାପା ବୋଲି ଦାବି କରିଥିଲେ। ଏହାପରେ ଝିଅଘର ଲୋକେ ଅଧାରୁ ବିବାହ ଭାଙ୍ଗିଦେବା ସହ ଯୁବକ ଓ ତାଙ୍କ ବାପାଙ୍କ ସମେତ ୨ଶହ ବରଯାତ୍ରୀଙ୍କୁ ଅଟକ ରଖିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଆପୋସ ବୁଝାମଣା ପାଇଁ କେହି ରାଜି ହୋଇ ନ ଥିଲେ। ଅପରପକ୍ଷରେ ଏହି ମାମଲାରେ ଗୁରୁବାର ଦୁଇ ପକ୍ଷରୁ ପଞ୍ଚାୟତ ବସିଛି। ଏଥିରେ କିଛି ନିଷ୍କଷର୍ର୍ ବାହାରିପାରେ ବୋଲି ଗଁାଲୋକେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri