Posted inଜାତୀୟ

ବିବାହ ପାଇଁ ଏଠାରେ ଚୋରି କରୁଛନ୍ତି ଅବିବାହିତ ଯୁବକ

ରାୟପୁର,୨୯।୫: ଛତିଶଗଡ଼ରେ ବିବାହଯୋଗ୍ୟ ଯୁବକ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଆଦିବାସୀ ବହୁଳ ସରଗୁଜା, ଜଶପୁର ଆଦି ଜିଲାରେ ବାସକରୁଥିବା ନଟ ସମ୍ପ୍ରଦାୟରେ ଅବିବାହିତ ଯୁବକ ଚୋରି କରିବା ପରମ୍ପରା ରହିଛି। ଚୋରି ନ କଲେ ତାଙ୍କର ବିବାହ ଅସମ୍ଭବ। କେହି ସେଭଳି ଯୁବକଙ୍କୁ ଝିଅ ଦେବାକୁ ରାଜି ହୋଇ ନ ଥାନ୍ତି। ତାଙ୍କର କୌଣସି ଯୋଗ୍ୟତା ନାହିଁ ବୋଲି ଲୋକେ କୁହନ୍ତି। ଚୋରି, ଅପହରଣ, ହତ୍ୟା କରିବା ଏହି ସମ୍ପ୍ରଦାୟର କୌଳିକ ବୃତ୍ତି। ବର୍ଷା ଋତୁ ୪ ମାସ ଛାଡିଦେଲେ ଏହି ସମ୍ପ୍ରଦାୟ ବର୍ଷର ଅବଶିଷ୍ଟ ୮ ମାସ ଚୋରି କାମ କରନ୍ତି। ଚୋରି ଟଙ୍କାରେ ଏଠାରେ ନଟ ସମ୍ପ୍ରଦାୟ ଏକ ମନ୍ଦିର ନିର୍ମାଣ କରିଛନ୍ତି। ପୁରୁଷମାନେ ଚୋରି କରିବାକୁ ଯିବା ସମୟରେ ମହିଳାମାନେ ମନ୍ଦିରରେ ଭଜନ କରିଥାନ୍ତି। ଗାଁକୁ ପୋଲିସ ନ ଆସିବା ଏବଂ ଚୋରି କରି ଧରା ନ ପଡ଼ିବା ପାଇଁ ମହିଳାମାନେ ମାନସିକ କରନ୍ତି। ନଟ ସମ୍ପ୍ରଦାୟର ଏଭଳି କାର୍ଯ୍ୟ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ମାଗଣା

ନୂଆଦିଲ୍ଲୀ,୧।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ମାଗଣାରେ ମିଳିବ। ତେବେ...

ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ...

ଆଲୋଚନା ବିଫଳ ହେଲେ ସେନା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୫ା୮: ଭାରତ-ଚାଇନା ସୀମା ବିବାଦର ସମାଧାନ ଲାଗି କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ଲଦାଖରେ ଚାଇନା ଅନୁପ୍ରବେଶ କରି ଟେଣ୍ଟ...

ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ

ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ...

ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦୋଷ ଦେବା ଅନୁଚିତ: ସ୍ବାମୀନାଥନ

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀ, ହରିୟାଣା ଆଦି ସ୍ଥାନର ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରାଯାଉଛି। କାରଣ ଏମାନେ ବହୁ ପରିମାଣରେ ନଡା ପୋଡୁଥିବାରୁ ଏଭଳି...

ଦେଢ ବର୍ଷର ଶିଶୁକୁ ଘରେ ଛାଡି କନଷ୍ଟେବଳ ସାଜିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୫।୪: ନିଜର ବୃତ୍ତିକୁ ନେଇ ଦିନେ ପରିବାରଠାରୁ ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସମାଲୋଚନା ଶିକାର ହେଉଥିବା ମହିଳା କନଷ୍ଟେବଳ ଆଜି ଏକ ଅଦୃଶ୍ୟ ଯୁଦ୍ଧରେ...

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ...

ଅନୁପ୍ରବେଶ ପାଇଁ ୫ ସ୍ଥାନରେ ସୁଯୋଗ ଉଣ୍ଡି ବସିଛି ଚାଇନା: ହାଇ ଆଲର୍ଟରେ ଭାରତୀୟ ସେନା

ଲଦାଖ, ୧।୯: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫ଟି ସ୍ଥାନରେ ଚାଇନା ସୁଯୋଗ ଉଣ୍ଡି ବସିଛି। ଗୋଇନ୍ଦା...

Coronavirus Update


Archives

Model This Week

Why Dharitri