ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା

ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ ସେତେବେଳେ ଏକ ଶକ୍ତ ଧକ୍କା ଲାଗିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଗାଣ୍ଡାର କାୟୁଗାଁ ଜିଲାରେ। ଉକ୍ତ ସହରରେ ରହୁଥିବା ଇମାମ ଶେଖ୍‌ ମହମ୍ମଦ ମୁଣ୍ଟୁବା ବିବାହର କିଛି ଦିନ ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ଜଣେ ପୁରୁଷ, ଯାହା ତାଙ୍କୁ ବ୍ୟଥିତ କରିଥିଲା। ସୂଚନାଯୋଗ୍ୟ, ଇମାମ ଦୁଇ ସପ୍ତାହ ପୂର୍ବରୁ ବହୁ ଆଡମ୍ବରରେ ଓ ପାରମ୍ପରିକ ରୀତିନୀତିରେ ସବ୍ବୁଲାହ ନାବୁକିରାଙ୍କୁ ବିବାହ କରିଥିଲେ। ବିବାହ ପରେ ଇମାମ ତାଙ୍କୁ ଘରକୁ ଆଣିଥିଲେ। ତେବେ ଦୁହିଁଙ୍କ ଭିତରେ କୌଣସି ପ୍ରକାର ଶାରୀରିକ ସମ୍ବନ୍ଧ ନ ଥିଲା। ତେଣୁ ଇମାମ ତାଙ୍କ ପତ୍ନୀ ଜଣେ ମହିଳା କି ପୁରୁଷ ବୋଲି ଜାଣି ପାରି ନ ଥିଲେ। କିଛି ଦିନ ପରେ ଜଣେ ଚୋର ଏକ ଘରୁ ଟିଭି, କପଡା ଭଳି କିଛି ଜିନିଷ ଚୋରି କରିଥିବା ଅଭିଯୋଗରେ ତାଙ୍କୁ ଖୋଜିବା ପାଇଁ ହଠାତ୍‌ ଇମାମଙ୍କ ଘରେ ପୋଲିସ ପହଞ୍ଚିଥିଲା। ପୋଲିସକୁ ଇମାମଙ୍କ ସ୍ତ୍ରୀ ଉପରେ ସନ୍ଦେହ ହେବାରୁ ମହିଳା ପୋଲିସ ଅଧିକାରୀ ତାଙ୍କୁ ଯାଞ୍ଚ କରିଥିଲେ। ସେହି ସମୟରେ ଜଣାପଡ଼ିଥିଲା ଯେ, ସବ୍ବୁଲାହ ଜଣେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ। ଏନେଇ ଜାଣିବା ପରେ ଇମାମ ବିଶ୍ୱାସ କରିପାରି ନ ଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଉକ୍ତ ଚୋର ଜଣକ ହେଉଛନ୍ତି ୨୭ ବର୍ଷୀୟ ରିଚର୍ଡ ତୁମୁଶାବେ। ତେବେ ରିଚର୍ଡ ନିଜର ଦୋଷ ସ୍ବୀକାର କରିଥିବା ବେଳେ ଇମାମଙ୍କୁ ବିବାହ କରି ତାଙ୍କ ଘରୁ ଲୁଟ କରିବା ମୂଳ ଉଦ୍ଦେଶ୍ୟ ଥିବା ବୋଲି ସେ ପୋଲିସକୁ କହିଛନ୍ତି। ଆଉ ଏଥିରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ସାହାଯ୍ୟ କରିଥିଲେ। ଉକ୍ତ ମହିଳାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ...

ରୁଷିଆ କବ୍‌ଜାରେ ବ୍ରିଟେନ ନାଗରିକ

ମସ୍କୋ, ୧୯ା୪: ରୁଷିଆ ସହ ଲଢ଼େଇବେଳେ ୟୁକ୍ରେନ୍‌ରୁ ଦୁଇ ବ୍ରିଟେନ ନାଗରିକଙ୍କୁ ମସ୍କୋ କବ୍‌ଜାରେ ଅଛନ୍ତି। ସେମାନଙ୍କ ଏକ ଭିଡିଓ ରୁଷିଆ ଷ୍ଟେଟ୍‌ ଟିଭିରେ ପ୍ରସାରିତ...

ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ନାତୁଣୀ ଶେୟାର କଲେ ଫଟୋ, ଲେଖିଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୮ା୧୧: ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇଡେନ୍‌। ପେନ୍‌ସିଲଭାନିଆରେ ଯେତେବେଳେ ଜୋ ବାଇଡେନ୍‌ଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା...

କଇଁଛ କାଟୁଛି ରିବନ୍‌ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଅନ୍ନଦାତାଙ୍କୁ ସମର୍ଥନ: ପୁରସ୍କାର ଫେରାଇଲେ ନବ ଭାଟିଆ

ଟରୋଣ୍ଟୋ,୩୦।୧୨: ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କୁ ସମର୍ଥନ ବିଦେଶରୁ ମଧ୍ୟ ମିଳିବାରେ ଲାଗିଛି। ଏହି ସମର୍ଥନ ତାଲିକାରେ ବ୍ରିଟେନ୍‌ ଏବଂ କାନାଡ଼ା ଶୀର୍ଷରେ ରହିଛନ୍ତି। ଭାରତୀୟ...

ପ୍ରଥମ ଥର ପାଇଁ ପାକିସ୍ତାନ ଦେଇ ଉଜ୍‌ବେକିସ୍ତାନରେ ପହଞ୍ଚିଲା କଞ୍ଚାମାଲ

ଇସ୍‌ଲାମାବାଦ,୧୮।୩: ପ୍ରଥମ ଥର ଲାଗି ଭାରତର ଘରୋଇ ବ୍ୟବସାୟୀଙ୍କ ବ୍ୟବସାୟିକ ସାମଗ୍ରୀ ପାକିସ୍ତାନ ଦେଇ ଉଜ୍‌ବେକିସ୍ତାନକୁ ରପ୍ତାନି ଲାଗି ଇସ୍‌ଲାମାବାଦ ଅନୁମତି ଦେଇଛି। ନୂଆଦିଲ୍ଲୀ, ଇସ୍‌ଲାମାବାଦ,...

କରୋନାର ନୂଆ ଏନ୍ତୁଡ଼ିଶାଳ ବିଟ୍ରେନ: ୬ରୁ ଅଧିକ ଦେଶକୁ ବ୍ୟାପିଛି ସଂକ୍ରମଣ

ଲଣ୍ଡନ,୨୨।୧୨: ବ୍ରିଟେନ ଏବେ କରୋନାର ନୂଆ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଛି। ବିଟ୍ରେନ୍‌ରୁ ଏହି ଭୂତାଣୁ ଇଟାଲୀ, ନେଦରଲାଣ୍ଡ, ଡେନମାର୍କ, ଫ୍ରାନ୍ସ୍‌ ଏବଂ ଅଷ୍ଟ୍ରେଲିଆ ସମେତ ଦକ୍ଷିଣ...

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା

ସାଓ ପାଉଲୋ,୭।୭: ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ପରୀକ୍ଷା ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଛି। ରବିବାର ତାଙ୍କୁ ସାମାନ୍ୟ ଜ୍ୱର...

Advertisement
Archives

Model This Week