ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ପଥର ମାଫିଆ ଗିରଫ

ଦିଗପହଣ୍ଡି/ପାଟପୁର,୧ା୮(ଡି.ଏନ.ଏ.)-ପାଟପୁର ପୋଲିସ ବୁଧବାର ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ମୌଜା ମହୁଲ ପାହାଡ଼ ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି ପାହାଡ଼ରେ ବେଆଇନ ପଥର ବିସ୍ଫୋରଣ କରୁଥିବା ଅଭିଯୋଗରେ ପୋଲିସ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ରଜନୀକାନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅନ୍ୟ କେତେକ ପଥର ମାଫିଆ ଫେରାର୍‌ ଅଛନ୍ତି। ରଜନୀକାନ୍ତଙ୍କ ନିକଟରୁ ୪୧ ଡିଟୋନେଟର, ୧୫ କେଜି ଆମୋନିଆ ରାସାୟନିକ ସାର, ୫ ଲିଟର ଡିଜେଲ, ଫ୍ୟୁଜ୍‌ ତାର, ଶାବଳ, କୋଡ଼ି, ହାତୁଡ଼ି ସମେତ ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ପାଟପୁର ଆଇଆଇସି ରମେଶ କୁମାର ପ୍ରଧାନ କହିଛନ୍ତି।
ଦିଗପହଣ୍ଡି ତହସିଲ ବାବୁଲି ବନ୍ଧ ମୌଜା ମହୁଲ ପାହାଡ଼ ପଥର ଖାଦାନରେ ଦୀର୍ଘଦିନ ହେଲା ବିସ୍ଫୋରଣ କରାଯାଉଥିଲା। ପଥର କ୍ବାରି ଲିଜ୍‌ କରାନଯାଇ କିଛି ରାଜସ୍ବ ବିଭାଗ କର୍ମଚାରୀଙ୍କ ବୁଝାମଣାରେ ଏଠାରୁ ପ୍ରତ୍ୟହ ଶତାଧିକ ଟ୍ରାକ୍ଟରରେ ପଥର ଚୋରାଚାଲାଣ ହେଉଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ କମ୍ପ୍ରେସର ମେଶିନ ଜରିଆରେ ଡିଟୋନେଟର ଡିନାମାଇଟ ଭଳି ଉଚ୍ଚକ୍ଷମତା ସମ୍ପନ୍ନ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇ ପାହାଡ଼ରେ ପଥର ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ଦ୍ୱାରା ପଥର କ୍ବାରୀଠାରୁ ପ୍ରାୟ ୨ କିମି ଦୂରରେ ଥିବା ବାବୁଲି ବନ୍ଧ, ଜୁଆଣପଲ୍ଲୀ, କନିଆରି ସାହି, ଆଦିବାସୀ ସାହି ସମେତ ସହଦେବ ଟିକରପଡ଼ା ଆଦି ଜନବସତିର ଅର୍ଦ୍ଧାଧିକ ଘର ସବୁ ଦୋହଲି ଉଠିଥିଲା। ଭୂମିକମ୍ପ ଆଶଙ୍କାରେ ଲୋକେ କିଛି କ୍ଷଣ ପାଇଁ ଶିହରି ଉଠିଥିଲେ। ଖବର ପାଇ ଏସଆଇ ଶୁଭ୍ରଜିତ ସାମନ୍ତରା ସଦଳବଳ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଂ. ୧୫୩/୧୯ ମାମଲା ରୁଜୁ କରିଛନ୍ତି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି। ଏନେଇ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଭୀଷ୍ମଗିରି ଆରଆଇ ଶ୍ରୀକାନ୍ତ ଦେରା ତାଙ୍କୁ ଜଣାଇଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଗାଡ଼ି ଧକ୍କାରେ ୨ଗାଈ ମୃତ, ୫ ଗୁରୁତର

ଗଞ୍ଜାମ,୧୧।୧୦: ଗଞ୍ଜାମ ଏନ୍‌ଏସି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ୨ଟି ଗାଈର ମୃତ୍ୟୁ...

ଆଇଟିଆଇ ସ୍ଥାପନ କରିବ ଦେଶର ସର୍ବବୃହତ୍‌ ଟାୟାର ଆର୍ଟ ପାର୍କ

ବ୍ରହ୍ମପୁର ଅଫିସ,୧୦ା୩: ବ୍ରହ୍ମପୁର ଆଇଟିଆଇ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ପରେ ବର୍ତ୍ତମାନ ଦେଶର ବୃହତ୍ତମ ଟାୟାର ଆର୍ଟ ପାର୍କ ସ୍ଥାପନ କରିବାକୁ ଯାଉଛି। ଏ ନେଇ...

୨୨୦ ପେଟି ବିଦେଶୀ ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ରମ୍ଭା,୨୨।୪: ୧୬ ନମ୍ବର ଜାତୀୟ ରାଜପଥରେ ରମ୍ଭା ପୋଲିସ ଯାନବାହାନ ଯାଞ୍ଚ ସମୟରେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଟ୍ରକରୁ ବିଦେଶୀ ମଦ ଜବତ...

ତାରାତାରିଣୀ ପୀଠରେ ଭୋକିଲା ମାଙ୍କଡ଼ଙ୍କୁ ଖାଇବାକୁ ଦେଲେ ବିଡିଓ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.) : ମାରାତ୍ମକ କରୋନାକୁ ନେଇ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗଞ୍ଜାମ ଜିଲା ପ୍ରସିଦ୍ଧ ତାରା ତାରିଣୀଙ୍କ ପୀଠକୁ କେହି ଭକ୍ତ ଆସୁ ନାହାନ୍ତିି କିମ୍ବା...

ମାସକରେ ଉଦ୍ଧାର ହେଲେ ୪୭୯ ଶିଶୁ

ଛତ୍ରପୁର,୪ା୯(ଡି.ଏନ.ଏ)- ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଜୁଲାଇ ୩୧ ତାରିଖରୁ ମାସେ ବ୍ୟାପୀ ଚାଲିଥିବା ଅପରେଶନ ପରୀ-୩ ଅଗଷ୍ଟ ୩୦ରେ ଶେଷ ହୋଇଛି। ନିଖୋଜ ଥିବା,...

ଘୋଡ଼ାହାଡ଼ ନଦୀଗଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୩୦।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀଗଣ୍ଡରୁ ସୋମବାର ପୂର୍ବାହ୍ନରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

୭ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

ଛତ୍ରପୁର,୨୭।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ୭ ଦଫା ଦାବି ନେଇ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଥିସହ ଦାବି...

ଖଇର ହିଂସା ଘଟଣା, ମୁଖ୍ୟ ଅଭିଯୁକ୍ତ ଅମିତ ଗିରଫ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ଜରଡା ଥାନା ଖଇର ଗ୍ରାମରେ ଗତ ୧୪ ତାରିଖ ରାତିରେ ହିଂସା ଘଟିଥିଲା। ଗ୍ରାମରେ ଯାତ୍ରାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବୁଝାମଣା ପାଇଁ...

Advertisement
Archives

Model This Week