ବିପୁଳ କ୍ଷତି ସହିଲେଣି ପରିବା ଚାଷୀ, ବ୍ୟବସାୟୀ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କୃଷି କାର୍ଯ୍ୟ ଓ କୃଷିଜାତ ଦ୍ରବ୍ୟ ବିକ୍ରିବଟାକୁ ଅନୁମତି ଦିଆଯାଇଛି। ଏଭଳି ସଙ୍କଟ ସମୟରେ ଚାଷୀମାନେ ପରିବା ଚାଷ କରି ବଜାରକୁ ଛାଡୁଥିବାବେଳେ ବ୍ୟବସାୟୀମାନେ ମଧ୍ୟ ନାନା ହଟହଟା ହୋଇ ଖରାବର୍ଷାରେ ଲୋକଙ୍କୁ ପରିବା ଯୋଗାଉଛନ୍ତି। ହେଲେ ସବୁ ବିକ୍ରି ହୋଇପାରୁ ନ ଥିବାରୁ ବିଭିନ୍ନ ଦୋକାନ ନିକଟରେ ନଷ୍ଟ ପରିବା ଗଦା ଦେଖିବାକୁ ମିଳୁଛି। ଏପଟେ ବ୍ୟବସାୟୀମାନେ ସେହି ପରିମାଣର ପରିବା ଚାଷୀଙ୍କଠାରୁ ଉଠାଉ ନ ଥିବାରୁ ତାହା ବିଲରେ ପଚିଶଢ଼ି ନଷ୍ଟ ହେଉଛି। ଫଳରେ ଉଭୟ ବିପୁଳ କ୍ଷତି ସହୁଛନ୍ତି।
ବର୍ତ୍ତମାନ ରାଜ୍ୟରେ ପରିବା ଉତ୍ପାଦନ ଭଲ ହେଉଛି। କିନ୍ତୁ ବିଲରୁ ପରିବା ଉଠୁନି କି ଦୋକାନରୁ ଲୋକଙ୍କ ଘରେ ପହଞ୍ଚତ୍ପାରୁନି। ତେଣୁ ଚାଷୀ ଓ ବ୍ୟବସାୟୀଙ୍କୁ ମଧ୍ୟ ଠିକ୍‌ ମୂଲ୍ୟ ମିଳିପାରୁନି। ବେଳେବେଳେ ଦୋକାନୀମାନେ କିଣା ମୂଲ୍ୟଠାରୁ ମଧ୍ୟ କମ୍‌ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମିଳିଥିବା ସୂଚନାନୁସାରେ, ଉତ୍ପାଦନର ମାତ୍ର ୨୫ ପ୍ରତିଶତ ପରିବା ବିକ୍ରି ହେଉଛି। ବାକି ୭୫ ପ୍ରତିଶତ ପରିବା ଷ୍ଟକ୍‌ ରହି ନଷ୍ଟ ହେଉଛି। କ୍ଷତି ସହୁଥିବାରୁ ଚାଷୀ ଓ ବ୍ୟବସାୟୀ ପରିବା ବିକ୍ରି ପାଇଁ ମୁହଁ ମୋଡିଲେଣି। କେବଳ ଘରେ ବସି ରହିବା ଅପେକ୍ଷା ଲୋକଙ୍କ ଭୋକ ମେଣ୍ଟାଉ ମେଣ୍ଟାଉ ନିଜେ କ୍ଷତିର ବୋଝ ମୁଣ୍ଡାଇ ଚାଲିଛନ୍ତି। ତେଣୁ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ସହାୟତା ହେଉ କି ବାହାର ବଜାରକୁ ପଠାଇବା କିମ୍ବା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରିବାକୁ ପରିବା ଚାଷୀ ଓ ଦୋକାନୀ କହିଛନ୍ତି।
କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ପୂର୍ବରୁ ନିୟମିତଭାବେ ରାଜ୍ୟ ବାହାରୁ ଆଇଗିଣିଆ ଓ ୧ ନମ୍ବର ହାଟକୁ ୫୦ରୁ ୬୦ ଟ୍ରକ ପରିବା ଆସେ। ଲୋକାଲ ପରିବା ପ୍ରାୟ ୧୦୦ ଟ୍ରକ ଆସେ। ସେହିପରି ରାଜ୍ୟର ଅନ୍ୟ ପରିବା ମଣ୍ଡି ଓ ମାର୍କେଟକୁ ମଧ୍ୟ ସ୍ଥାନୀୟ ଅଞ୍ଚଳ ସମେତ ବାହାରୁ ମଧ୍ୟ ପରିବା ଯାଏ। ହେଲେ ସେହି ଅନୁସାରେ ଏବେ ବିକ୍ରି ହେଉନି କି ମୂଲ୍ୟ ବି ମିଳୁନି। ପରିବହନ ଉପରେ କଟକଣା, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ସବୁ ଜାଗାରେ ପହଞ୍ଚତ୍ ନ ପାରିବା, ହୋଟେଲ ଓ ଢ଼ାବା ଆଦି ବନ୍ଦ ରହିବା ସହ ସାମାଜିକ ଉତ୍ସବ, ବିବାହବ୍ରତ, ସଭାସମିତି ଓ ବୈଠକ ଆଦି ବନ୍ଦ ରହିବା ଏ ପରିସ୍ଥିତିର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…

ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଜାହାଜ ‘ଲିଆକି ଫ୍ରିଡମ’ ଉପରେ ଆମେରିକାର ଆକ୍ରମଣ? MEA କଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୩।୬: ଓମାନ ଉପକୂଳରେ ‘ଲିଆକି ଫ୍ରିଡମ’ନାମକ ଜାହାଜ ଭାରତୀୟ କ୍ରୁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ପ୍ରକାଶ ପାଇବା ପରେ, ଜାହାଜ ଉପରେ ଆକ୍ରମଣର ଗୁଜବ…

ଅଭିଷେକ ବାନାର୍ଜୀଙ୍କ ଘରେ ବେଙ୍ଗଲ ପୋଲିସର ଚଢାଉ, ଚିନ୍ତାରେ ମମତା!

କୋଲକାତା,୧୩।୬: ଶନିବାର ସକାଳେ ସାଲବୋନି ପୋଲିସ ଷ୍ଟେଶନର କର୍ମଚାରୀ ଏବଂ କୋଲକାତା ପୋଲିସର ଏକ ବଡ଼ ଦଳ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri