Posted inଖେଳ

ବିପଦ ସଙ୍କୁଳ ଅବସ୍ଥାରେ ବାରବାଟୀ: ଖସୁଛି ପ୍ଲାଷ୍ଟର, ମହୁମାଛି ଆତଙ୍କ

କଟକ ଅଫିସ,୧୦ା୮- ଫନୀ ଝଡ଼ ପରେ ରକ୍ଷଣାବେକ୍ଷଣ ଅଭାବରୁ ବାରବାଟୀ ଷ୍ଟାଡିୟମ ବିପଦ ସଙ୍କୁଳ ଅବସ୍ଥାକୁ ଆସିଲାଣି । କିଛି ଦିନ ହେବ ବାରବାଟୀ ଷ୍ଟାଡିୟମ ପରିସରରେ ଛିଡ଼ା ହେବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ବୁଧବାର ଦିନ ଷ୍ଟାଡିୟମର ୭ନଂ ଗ୍ୟାଲେରୀରୁ ଏକ ବିରାଟ ବଡ଼ ପ୍ଲାଷ୍ଟର ଖଣ୍ଡ ଖସିଥିଲା । ତେବେ ଲୋକ ନଥିବା ସ୍ଥାନରେ ପଡ଼ିଥିବା ଯୋଗୁ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଅନ୍ୟପକ୍ଷରେ ମହୁମାଛି ଆତଙ୍କ ଦୁଇଦିନ ହେବ ଷ୍ଟାଡିୟମରେ ଦେଖାଦେଇଛି ବୋଲି ଜଣେ କର୍ମଚାରୀ କହିଛନ୍ତି। ଏହା ଷ୍ଟାଡିୟମ ପରିସରରେ ଥିବା ଏକ ଘରୋଇ ସ୍କୁଲ ଉପରେ ପ୍ରଭାବ ପକାଇଛି। ଏବେ ଜାଲି ଦିଆଯାଇ ଅସ୍ଥାୟୀ ଭାବେ ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସହ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ଉତ୍ତର ମିଳି ନଥିଲା ।
ସାମୂଦ୍ରିକ ଝଡ଼ ଫନୀରେ ବାରବାଟୀ ଷ୍ଟାଡିୟମ ବହୁ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସମସ୍ତ ଗ୍ୟାଲେରୀ ଅଳ୍ପବହୁତ କ୍ଷତି ହୋଇଥିବା ବେଳେ ସ୍ପେସାଲ ଏନକ୍ଲୋଜର, ମିଡ଼ିଆ ବକ୍ସ, କର୍ପୋରେଟ ବକ୍ସ ଅଧିକ କ୍ଷତି ସହିଥିଲା । ଷ୍ଟାଡିୟମର ସମସ୍ତ ଫ୍ଲଡ ଲାଇଟର ବଲ ଗୁଡ଼ିକ ଭାଙ୍ଗିରୁଜି ହୋଇଥିଲା । ଏବେ ଭଙ୍ଗାରୁଜା ପାର୍ଶ୍ୱଗୁଡ଼ିକ ଷ୍ଟାଡିୟମ ପାଇଁ ଭାରୀ ପଡ଼ିଛି। ଫାଓ ଲିଗ୍‌ର ପ୍ରଥମ ଡିଭିଜନ ମ୍ୟାଚ୍‌ ଏବେ ଚାଲିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ରଣଜୀ ସିଜନର ୫ଟି ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ହେବ । ଏଥିରୁ କିଛି ମ୍ୟାଚ୍‌ ବାରବାଟୀରେ ଆୟୋଜନ ହେବାର ଆଶା ମଧ୍ୟ ରହିଛି । ଏପରି ପରିସ୍ଥିତିରେ ବାରବାଟୀରେ ଏତାଦୃଶ ଅବସ୍ଥା କ୍ରୀଡ଼ା ପରିବେଶକୁ ନଷ୍ଟ କରୁଛି ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି । ଓସିଏର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଷ୍ଟାଡିୟମର ରକ୍ଷଣାବେକ୍ଷଣ ଓସିଏ କରୁଥିଲା । ଏବେ ଓସିଏ ଅର୍ଥାଭାବରେ ଅଛି । ଏଣୁ ଅତିକମରେ ଅଲିମ୍ପିକ ଆସୋସିଏଶନ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଚାମ୍ପିୟନ ଓଷ୍ଟାପେଙ୍କୋ ବିଦା

ପ୍ୟାରିସ୍‌, ୧ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରୁ ବିଦାୟ ନେଇଛନ୍ତି ପୂର୍ବତନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋ। ଏକାଧିକ ସିଡେଡ୍‌ ଖେଳାଳି ସହଜ ବିଜୟ...

ବାବର ଆଜମଙ୍କ ଯୁଗ ଶେଷ, ଏବେ ରିଜଓ୍ବାନ୍‌ ନୂଆ ବାଦ୍‌ଶାହା

ଦୁବାଇ,୭।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନର ତାରକା ଖେଳାଳି ମହମ୍ମଦ ରିଜୱାନ ଏକ...

କ୍ରିକେଟ ପ୍ରଶଂସକଙ୍କୁ ଜୋରଦାର୍‌ ଝଟକା: ବିନା ଦର୍ଶକରେ ଖେଳାଯିବ ଇଂଲଣ୍ଡ ବିପକ୍ଷ ବାକି ଟି୨୦ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍‌ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର...

ପ୍ଲିସ୍‌କୋଭାଙ୍କୁ ଇଟାଲିଆନ ଓପନ ଟାଇଟଲ

ରୋମ୍‌, ୧୯ା୫ (ଏଏଫ୍‌ପି)- ଚତୁର୍ଥ ସିଡ୍‌ ତଥା ଚେକ୍‌ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭା ଡବ୍ଲ୍ୟୁଟିଏ ଇଟାଲିଆନ ଓପନ ମହିଳା ସିଙ୍ଗଲ୍ସ୍ସ ଟାଇଟଲ ଜିତିଛନ୍ତି। ରବିବାର ଫାଇନାଲରେ ସେ...

ଚାଲିଲା କୁମ୍ଫୁ ପାଣ୍ଡ୍ୟାଙ୍କ ବ୍ୟାଟ୍‌, ବିଜୟ ପଥକୁ ଫେରିଲା ମୁମ୍ବାଇ

ଆବୁଧାବି,୨୮।୯: କୁମ୍ଫୁ ପାଣ୍ଡ୍ୟା ଭାବେ ଜଣାଶୁଣା ହାର୍ଦ୍ଦିକଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଜୟ। ଚଳିତ ଆଇପିଏଲ ସିଜନର ଦ୍ୱିତୀୟ...

କାର୍ତ୍ତିକଙ୍କ ଇସ୍ତଫା: ନେତୃତ୍ୱ ନେଲେ ମୋର୍ଗାନ

ଆବୁଧାବି,୧୭।୧୦(ପି.ଟି.): ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇଂଲଣ୍ଡ...

ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୭।୮(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ...

କଟକରେ ରାଜ୍ୟଗୋଷ୍ଠୀ ଟିଟି ଚାମ୍ପିୟନଶିପ୍‌ ୧୭ରୁ: ଓଡ଼ିଶା ସରକାର-ଟିଟିଏଫ୍‌ଆଇ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର, ୨ା୭ (ସ୍ପୋଟର୍‌ସ ବ୍ୟୁରୋ)-କଟକର ଜବାହରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ...

Advertisement
Archives

Model This Week