ବିପଦ୍‌ ଅବସ୍‌ତାରେ ସାପ୍‌ତାହିକ ହାଟର କୁଠା

ରିଷିଡା,୨୩ା୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ସାପ୍‌ତାହିକ ହାଟ ଜିଲାର ଗୁଟେ ବଡ଼ ହାଟ୍‌। ଇ ହାଟ୍‌ଟା ସବୁ ଶନିବାର ବସୁଥିଲାବେଲେ କେସିଙ୍ଗା ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ରହିଛେ। ହାଟ୍‌ ଉପରେ କଳାହାଣ୍ଡି ଜିଲା ସମେତ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଜିଲାର ପାଖାପାଖି ୫୦ ହଜାର ଲୋକ୍‌ ନିରଭର କରୁଛନ୍‌। ସେନ୍‌ତା ଗାଈଗୋରୁ ଘିନାବିକାରେ ଇ ହାଟ୍‌ର ନଁା ରହିଛେ। ସାପ୍‌ତାହିକ ହାଟରେ ୨ଟା ବଡ଼ ବଡ଼ ଗୁଦାମ ଘର ରହିଥିଲାବେଲେ ଦୁକାନୀମାନେ ବସବାର ଲାଗି ୩ଟା ପିଁଢ଼ା ରହିଛେ। ସେ ଭିତ୍‌ରୁ ଗୁଟେ ପିଁଢ଼ାର ଅବସ୍‌ତା ବହୁତ୍‌ ଖରାପ ଅଛେ। ବରଷା ହେଲେ ପାଏନ୍‌ ଗଲବାର ଲାଗି ଦୁକାନୀମାନେ ବହୁତ ହଇରାନ ହରକତ ହେଉଛନ୍‌। ଇ ପିଁଢ଼ାର ଛାତ୍‌ର କଥା ନାଇଁ କହେବାର ଭଲ। କେତେବେଲେ କାହାର ଉପରେ ପଡ଼ବା କିଛି କହି ନାଇଁହୁଏ। ସେନତା ପୁରନା ଯାତ୍‌ରି ବିଶ୍‌ରାମ ଘରଟା ବି ଅସ୍‌କୁରା ହେଇ ପଡ଼ିଛେ, ଘରର ଗୁଟେ କଁାଥି ବରଷାରେ ଭାଂଗି ଯାଇଛେ। ଏହେଦେ ହାଟର ପିଁଢ଼ାରେ ଚାଷୀମାନେ ବିକ୍‌ରି ଲାଗି ଧାନ ରଖିଛନ୍‌। ଏନ୍‌ତାଥି ହାଟେ ଜାଗାଠାନ୍‌ର ବଡ଼ଭାରି ଅଭାବ ଦେଖାଦେଇଛେ। ହାଟେ ବିପଦ୍‌ ଅବସ୍‌ତାରେ ଥିବାର କୁଠାମାନ ଭାଂଗି ଦେବାର ଲାଗି ଝନେ ସାମାଜିକ କରମୀ ଲଛମନ ଭୋଇ ଆଗରୁ ଜନେଇଥିଲେ ବି ବଜାର କମିଟି ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନାଇଁନେଇ। ଏନ୍‌ତାଥି ହାଟ୍‌ ଭିତରେ ରହିଥିବାର ଇ ଦଦ୍‌ରା କୁଠାମାନ୍‌ କେତେବେଲେ କାହାର ଉପରେ ପଡ଼ି ଧନ୍‌ଜୀବନ୍‌ର କ୍ଷୟକ୍ଷତି ହେବା କିଛି କହି ନାଇଁହୁଏ। ଇ ଦଦ୍‌ରା କୁଠାମାନ ଭାଂଗି ତାର ଜାଗାରେ ନୂତନ କୁଠା ତିଆର କରବାର ନିହାତି ଜରୁରି ଆଏ। ଇଆଡ଼େ ଦୁକାନୀମାନେ ଉପେ ଶୂଇନ୍‌ ହେଇ ଦଦ୍‌ରା ପିଁଢ଼ା ଉପରେ ବସି ବେପାର କରୁଛନ୍‌। ହେଲେ ଇ ଦିଗେ ବଜାର କମିଟି ତରଫୁ କିଛି ପଦକ୍ଷେପ ନାଇଁ ନିଆଯିବାର। ଇ ଦିଗେ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri