ବିପଜ୍ଜନକ ବର୍ଷ

ଆକାର ପଟେଲ
ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବା ସହ ଏହା କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଯାଇଛି। ଏହାକୁ ଲାଗୁକରିବା ପାଇଁ ସରକାରଙ୍କ ଦୃଢ଼ ନିଷ୍ପତ୍ତି ଆଗରେ ଦେଶ ସାରା ପ୍ରଦର୍ଶିତ ପ୍ରତିବାଦ ଅର୍ଥହୀନ ହୋଇପଡ଼ିଲା। ଏହି ଆଇନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଯୋଧ୍ୟା ଓ କଶ୍ମୀର ପ୍ରସଙ୍ଗରେ କୋର୍ଟ ଯେପରି ରାୟ ଦେଲେ, ସେଥିରୁ ମନେହେଉଛି ଏହି ରାୟ ମଧ୍ୟ ସରକାରଙ୍କ ଚାହିଁବା ମୁତାବକ ହେବ।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଆକ୍ରମଣ ଘଟଣାରେ ଛାତ୍ରୀମାନଙ୍କ ଉପରେ, ବିଶେଷତଃ ଛାତ୍ର ସଂସଦ ନେତାଙ୍କ ଉପରେ ଆକ୍ରମଣ କରାଗଲା। ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଦାବି ହେଉଛି। କିନ୍ତୁ ବାସ୍ତବରେ ଯିଏ ଆକ୍ରମଣର ଶିକାର ହୋଇଛନ୍ତି, ତାଙ୍କୁ ହିଁ ପୋଲିସ ଦୋଷୀ ବୋଲି କହିବା ସହ ଆକ୍ରମଣକାରୀମାନଙ୍କୁ କ୍ଳିନ୍‌ଚିଟ୍‌ ଦିଆଯାଇଛି। ପୋଲିସକୁ ପ୍ରଶାସନଠାରୁ ଅଲଗା ବୋଲି ବିବେଚନା କରାଯାଏ, ମାତ୍ର ବାସ୍ତବରେ ତାହା ସତ ନୁହେଁ। ଥିଓରୀ ଅନୁସାରେ ବି ପୋଲିସ ଆଉ ପ୍ରଶାସନଠାରୁ ଅଲଗା ନୁହେଁ। ସରକାର ଯାହା କହିବେ ପୋଲିସ ସେଇଆ କରିବ। ଯେହେତୁ ଦିଲ୍ଲୀ ପୋଲିସ ସ୍ଥାନୀୟ ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ, ବରଂ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରୁଛନ୍ତି, ତେଣୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସାରାରେ ହିଁ ଦିଲ୍ଲୀ ପୋଲିସ କାର୍ଯ୍ୟ କରୁଛି। ଯେତେବେଳେ ଜମ୍ମୁ ଓ କଶ୍ମୀରକୁ ଅଲଗା କରାଗଲା ଏବଂ ସେଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ପଇଁତରା ମାରୁଥିଲେ, ସେତେବେଳେ ମୁଁ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ପଚାରିଲି, ଏବେ କେନ୍ଦ୍ର ସରକାରଙ୍କ ରଣନୀତି କ’ଣ। ସେ କହିଲେ ଯେ, କିଛି ନୂଆ କଥା ନାହିଁ, କିନ୍ତୁ କେନ୍ଦ୍ରୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କଠାରୁ ସ୍ଥାନୀୟ ଲୋକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି। ସେଇଆ ବାସ୍ତବରେ ଘଟିଛି। ବିନା ଅଭିଯୋଗ ବା ବିନା ଅପରାଧରେ ରାଜ୍ୟର ନେତାମାନଙ୍କୁ ଅଟକ ରଖାଯାଇଛି। ଅନେକ ସାଧାରଣ ନାଗରିକଙ୍କୁ ବି ଅଟକ ରଖାଯାଇଛି। ସେମାନଙ୍କ ସ୍ବାଧୀନ ଗତିବିଧିକୁ ବନ୍ଦ କରିଦିଆଯାଇଛି। ସେମାନଙ୍କର ଶାନ୍ତିପୂର୍ଣ୍ଣ ଭାବେ ମେଳି କରିବାର ଅଧିକାର ନାହିଁ। ସେମାନଙ୍କର ସବୁ ଯୋଗାଯୋଗ ସୁବିଧାକୁ ବନ୍ଦ କରିଦିଆଯାଇଛି। ସେମାନଙ୍କ ଦରଜା ବାହାରେ ସଶସ୍ତ୍ର ବାହିନୀ ସର୍ବଦା ପହରା ଦେଉଛନ୍ତି। ଭବିଷ୍ୟତରେ ଏ କଟକଣା ହଟାଇଦିଆଯିବାର କୌଣସି ପ୍ରତିଶ୍ରୁତି ବା କାର୍ଯ୍ୟାନୁଷ୍ଠାନ ବି ନାହିଁ। ଅଥଚ ଏ ପ୍ରସଙ୍ଗକୁ ଭାରତୀୟମାନେ ତଥା ବିଶ୍ୱ ସମୁଦାୟ କେଉଁ ଦୃଷ୍ଟିରେ ଦେଖିବେ ତାହାକୁ ନରେନ୍ଦ୍ର ମୋଦି ଓ ଅମିତ ଶାହା ହିଁ ପରିଚାଳନା କରୁଛନ୍ତି। ନାଗରିକତ୍ୱ ପ୍ରସଙ୍ଗ ଉପରେ ମୋଦି ଓ ଶାହାଙ୍କ ବକ୍ତବ୍ୟରୁ ଆମେ ସେମାନଙ୍କ ଆଭିମୁଖ୍ୟ ସହଜରେ ବୁଝିପାରିବା। ପ୍ରତିବାଦ ଜୋରଦାର ହେବା ଦେଖି ମୋଦି ତାହାକୁ ରୋକିବା ପାଇଁ କହିଲେ ଯେ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ଆଲୋଚନା କରାଯାଇ ନାହିଁ। କିନ୍ତୁ ଏହା ଲାଗୁ ହେବନାହିଁ ବୋଲି ସେ କହି ନ ଥିଲେ। ଯେଉଁମାନେ ଆସାମ ପରି ସବୁ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରାଯିବା ନେଇ ଉଦ୍‌ବିଗ୍ନ ଥିଲେ ଏହା ସେମାନଙ୍କୁ ଆଶ୍ୱସ୍ତି ଦେଇ ନ ଥିଲା। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଭାରତର ସୁନାମରେ ଯେଉଁ ଆଞ୍ଚ ଆସୁଛି ତାକୁ ହଜମ କରିଦେବା ପାଇଁ। ତାଙ୍କର ଅନୁମୋଦନ ମିଳି ନ ଥିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର ଆମେରିକାରେ ଅନୁଷ୍ଠିତ ବୈଠକରୁ ଉଠିଆସି ନ ଥାନ୍ତେ। ଆଗକୁ ଏହା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ଆସନ୍ତା ଏପ୍ରିଲ ପହିଲାରୁ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସକାଶେ ତଥ୍ୟ ସଂଗ୍ରହ ପାଇଁ କର୍ମଚାରୀମାନେ ଘର ଘର ବୁଲିବେ, ଯାହା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରିବାର ପ୍ରଥମ ପଦକ୍ଷେପ। ଯେତେବେଳେ ଲକ୍ଷ ଲକ୍ଷ ଲୋକ ନିଜର ନାଗରିକତ୍ୱ ଓ ସ୍ବାଧୀନତା ଚାଲିଯିବା ନେଇ ଭୟଭୀତ ହୋଇପଡ଼ିବେ, ସେତେବେଳେ ବର୍ତ୍ତମାନ ଦେଖାଯାଉଥିବା ପ୍ରତିବାଦଠାରୁ ପ୍ରତିକ୍ରିୟା ଆହୁରି ଭୟଙ୍କର ହୋଇଉଠିବ। ସେତେବେଳେ ବିଶ୍ୱ ସମୁଦାୟ ଚୁପ୍‌ ହୋଇ ବସିବ ନାହିଁ।
ଡୋନାଲ୍‌ଡ ଟ୍ରମ୍ପ ହୁଏତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ନ ହୋଇପାରନ୍ତି ଏବଂ ଏ ବର୍ଷ ହେବାକୁ ଥିବା ନିର୍ବାଚନରେ ଜଣେ ଡେମୋକ୍ରାଟ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ଭାରତ ନିଜ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ନିର୍ମମ ଆଚରଣ କରୁଥିବା ଦେଖି ସେ ମୋଦି ତଥା ଭାରତ ସହ ବନ୍ଧୁଭାବାପନ୍ନ ନ ହୋଇପାରନ୍ତି। ତା’ପରେ କ’ଣ ହେବ? ବର୍ତ୍ତମାନ ସରକାର ଭାବୁଛନ୍ତି, ଏବେ ଯାହାକିଛି ଘଟୁଛି ତା’ ଉପରେ ତାଙ୍କର ନିୟନ୍ତ୍ରଣ ଅଛି। ଉତ୍ତରପ୍ରଦେଶରେ ପୋଲିସ ଏକ ଡଜନରୁ ଊର୍ଦ୍ଧ୍ୱ ମୁସଲମାନ ପ୍ରତିବାଦକାରୀଙ୍କୁ ହତ୍ୟା କରିଥିବା ବେଳେ ସାଧାରଣ ସମ୍ପତ୍ତି ନଷ୍ଟ ହେବାକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜେଏନ୍‌ୟୁଠାରୁ ଆରମ୍ଭ କରି କଶ୍ମୀର ପର୍ଯ୍ୟନ୍ତ ନାଗରିକଙ୍କ ଅଧିକାର ଉପରେ ମୋଦି ସରକାର ନିଜର ଅଧିକାର ଜାହିର କରୁଛନ୍ତି। ତେବେ ତାଙ୍କ ପାଇଁ ଭଲକଥା ହେଲା ମୋଦିଙ୍କୁ ବିରୋଧ କରିବା ପାଇଁ ତାଙ୍କ ସରକାରରେ କେହି ନାହାନ୍ତି। ସେ ଯାହା କହୁଛନ୍ତି ବା କରୁଛନ୍ତି, ୩୦୦ରୁ ଊର୍ଦ୍ଧ୍ୱ ଲୋକ ସଭା ଏମ୍‌ପି ତାହାର ସମର୍ଥନ ଓ ପ୍ରଶଂସା କରୁଛନ୍ତି। ସୁପ୍ରିମ୍‌କୋର୍ଟ ଏ ନେଇ ଉଦ୍‌ବେଗ ପ୍ରକାଶ କରିବାର କୌଣସି କାରଣ ନାହିଁ, ଯାହା ଆମେ ଦେଖିଆସୁଛୁ। ତେବେ ମୋଦି ସରକାର ନିଜର ଆଦର୍ଶଗତ କାର୍ଯ୍ୟସୂଚୀ ଦେଶ ଉପରେ ଥୋପିବାକୁ ଚେଷ୍ଟା କରୁଥିବା ବେଳେ ପୀଡ଼ିତ ନାଗରିକମାନେ ନିଜର ସୁରକ୍ଷା ପାଇଁ ଯାହା ଇଚ୍ଛା କରିପାରନ୍ତି ଏବଂ ଏହି କାରଣରୁ ୨୦୨୦ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri