ବିନା ବାଜାରେ ଗଲେ ବର : ୭ ଡିଜେ, ୫ ଜେନେରେଟର ଜବତ

ପୁରୁଣା ଭୁବନେଶ୍ୱର,୮।୭(ଡି.ଏନ.ଏ.): ରାଜଧାନୀରେ ବିନା ବାଜାରେ ରବିବାର ରାତିରେ ବର ଯାଇଥିବା ଦେଖିବାକୁ ମିଳିଛି। ସହରାଞ୍ଚଳରେ ରାତି ୧୦ଟା ପରେ ଡିଜେ ବାଜିବାକୁ ବାରଣ ରହିଛି। ହେଲେ ଏହାକୁ କେହି ଖାତିର କରୁନାହାନ୍ତି। ୬୦ ଡେସିବଲରୁ ଊର୍ଦ୍ଧ୍ୱ ସାନ୍ଧ୍ରତାରେ ଡିଜେ ବଜାଇ ବରଯାତ୍ରୀ ଶୋଭାଯାତ୍ରା ଯାଉଥିଲା। ଏତେ ସାଉଣ୍ଡରେ କାନ ତାବଦା ହୋଇଯାଉଥିଲା। ବରିଷ୍ଠ ନାଗରିକ ଓ ରୋଗୀ ନିଜକୁ ନିରାପଦ ମଣୁ ନ ଥିଲେ। ରାଜଧାନୀର ସବୁ ମଣ୍ଡପରେ ଏଭଳି ପରିସ୍ଥିତିରେ ଲୋକେ ଅତିଷ୍ଠ ହୋଇପଡିଥିଲେ। ଡିସିପିଙ୍କ ନିର୍ଦ୍ଦେଶକ୍ରମେ ରାତିରେ ଲିଙ୍ଗରାଜ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଥାନା ଅଧୀନ କେଉଟସାହି, ବିନ୍ଦୁସାଗର, ରଥଦାଣ୍ଡ, ଗୋଶାଗୋରେଶ୍ୱର ଛକ, ମାଉସୀ ମା’ ଛକ ଆଦିରେ ଚଢାଉ କରାଯାଇଥିଲା। ରାତି ୧୧ଟା ସୁଦ୍ଧା ୭ଟି ଡିଜେ ଗାଡି ଏବଂ ୫ଟି ଜେନେରେଟର ପୋଲିସ ଜବତ କରିଥିଲା। ସମସ୍ତଙ୍କୁ ଜରିମାନା କରାଯିବା ସହ ଆଗକୁ ଏଭଳି ଅଧିକ ସାଉଣ୍ଡରେ ଡିଜେ ବଜାଇବାକୁ ବାରଣ କରାଯାଇଥିଲା। ପୋଲିସ ଡିଜେ ଗାଡି ଓ ଜେନେରେଟରକୁ ଜବତ କରିବାରୁ ବିଳମ୍ବିତ ରାତିରେ ବର ବିନା ବାଜାରେ ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିପାରନ୍ତି ପ୍ରବାସୀ, ଲଢ଼ିବା ପାଇଁ ପ୍ରସ୍ତୁତ ହୁଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ପୁଣି ଘରମୁହାଁ ପ୍ରବାସୀ। କରୋନାର ଦ୍ୱିତୀୟ ଲହରର ବିସ୍ଫୋରକ ସ୍ଥିତି ଉପୁଜିବା ପରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କରାଯାଉଛି। ହେଲେ ଏଥିରେ ଭୟଭୀତ ହୋଇ...

ରାଜଧାନୀରେ ବଡ଼ ବେପାର: ଅଧକୋଟିର ବ୍ରାଉନସୁଗାର, ୩୫ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୫।୭(ବ୍ୟୁରୋ): କୋଲକାତାରୁ ଭାୟା ବାଲେଶ୍ୱର ଦେଇ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର। ଜଳେଶ୍ୱରରେ ଏକାଧିକ ଚୋରା ଚାଲାଣକାରୀ ରହିଥିବାବେଳେ ଏମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି...

ମୌସୁମୀ ସକ୍ରିୟ: ଆଜିଠୁ ବଢ଼ିବ ବର୍ଷା ୨୬ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଏହାର ପ୍ରଭାବରେ ଉତ୍ତର ଏବଂ...

ବିଗ୍‌ବଜାର ପକ୍ଷରୁ ପ୍ଲାଷ୍ଟିକ ସଚେତନତା: ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ ଆରମ୍ଭ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଫ୍ୟୁଚର ଗ୍ରୁପର ରିଟେଲ ଚେନ୍‌ ବିଗ୍‌ବଜାର ପକ୍ଷରୁ ଭୁବନେଶ୍ୱରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ଆରମ୍ଭ ହୋଇଛି। ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ...

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଆଦିତ୍ୟ କୁମାର

କଟକ ଅଫିସ,୫ା୧୧: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ...

ରାଜଧାନୀରେ ଖୋଲିବ ସବୁ ମନ୍ଦିର

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ଭୁବନେଶ୍ୱରରେ ଖୋଲିବ ମନ୍ଦିର। ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଆସନ୍ତା ୩ରୁ ଭୁବନେଶ୍ୱରର ସମସ୍ତ ମନ୍ଦିର...

ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସୁରକ୍ଷା ଲୋଡ଼ିଲେ ୨୭ ବିରୋଧୀ ବିଧାୟକ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଖଣି ଓ ବାଲି ମାଫିଆଙ୍କ ଟାର୍ଗେଟରେ ଥିବା ବିରୋଧୀ ଦଳର ୨୭ଜଣ ବିଧାୟକ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ବାଚସ୍ପତିଙ୍କ...

Advertisement
Archives

Model This Week