ବିନା ଗୃହରେ ଚାଲିଛି ୨୨୭ ଅଙ୍ଗନୱାଡି କେନ୍ଦ୍ର: ଉଦ୍‌ଘାଟନ ନ ହୋଇ ତାଲା ପଡ଼ିରହିଛି ବହୁ ଗୃହ

ରଣପୁର, ୧୨।୬ (ସ୍ବ.ପ୍ର.)-ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ସହ ଶିକ୍ଷାର ପ୍ରସାର ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅନେକ ସମୟରେ ଅଧିକାଂଶ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ତାହା ଶିଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। କିଛି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଅନେକ ଘଟଣା ଚପିଯାଉଛି । ୨୦୧୨ ଜୁଲାଇ ୮ତାରିଖରେ ନୟାଗଡ ଜିଲା ରଣପୁର ଏନ୍‌ଏସି ସୁଆଁସିଆ ସାହିରେ ବିଦ୍ୟାଳୟର କାନ୍ଥ ପଡି ୭ଜଣ ଅଙ୍ଗନଓ୍ବାଡି ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏବେ ବି ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀ ସଚେତନ ହୋଇପାରିନାହାନ୍ତି। ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପ୍ରଶାସନ ଓ ସରକାର ହଡବଡେଇ ଯାଇଥିଲେ । ସେତେବେଳେ ସରକାର ରଣପୁର ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିଜସ୍ବ ଗୃହ ତଥା ୨୬୮ କେନ୍ଦ୍ରର ଗୃହ ପାଇଁ ଟଙ୍କା ମଞ୍ଜୁର କରି ତୁରନ୍ତ ଏହି ଗୃହ କାର୍ଯ୍ୟ କରିବାକୁ ବ୍ଲକ ମାଧ୍ୟମରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ତେବେ ଏହି ନିର୍ଦ୍ଦେଶକୁ ୭ବର୍ଷରୁ ଊଦ୍ଧର୍‌ବ ସମୟ ବିତି ଯାଇଥିଲେ ମଧ୍ୟ ୯୬ କେନ୍ଦ୍ରର ଗୃହ ନିର୍ମାଣ ଶେଷ ହୋଇଥିବା କାଗଜ କଲମରେ କରାଯାଇଛି। ଅଧିକାଂଶ ଗୃହ କାର୍ଯ୍ୟ ସରିଥିଲେ ମଧ୍ୟ ଉଦ୍‌ଘାଟନ ହୋଇ ନ ପାରିବାରୁ ଗୃହରେ ତାଲା ପଡିରହିଛି । ଏଣୁ ବ୍ଲକ ଓ ଏନ୍‌ଏସିର ଅଙ୍ଗନୱାଡି କେନ୍ଦ୍ରଗୁଡିକ କେଉଁଠି ଘର ବାରଣ୍ଡାରେ ତ ଆଉ କେଉଁଠି କ୍ଲବ ଅବା ଭାଗବତ ଟୁଙ୍ଗି ଘରେ ନଚେତ ବିଦ୍ୟାଳୟରେ ଚାଲୁ ରହିଛି । ଶିଶୁମାନଙ୍କର ଭବିଷ୍ୟତ ବର୍ତ୍ତମାନ ଏମିତି ବାରଣ୍ଡାରୁ ଆରମ୍ଭ ହେଉଛି । ଶିଶୁମାନଙ୍କୁ ପ୍ରାକ୍‌ ଶିକ୍ଷାଦାନ, ମାଗଣା ପୁଷ୍ଟିକର ଖାଦ୍ୟ ବଣ୍ଟନ, ଗର୍ଭବତୀ ତଥା ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସାହାୟିକାମାନଙ୍କର ମୁଖ୍ୟ କାର୍ଯ୍ୟ। ଏହାକୁ ତଦାରଖ କରିବାର ଦାୟିତ୍ୱ ସୁପରଭାଇଜରମାନଙ୍କର। ତେବେ ରଣପୁର ବ୍ଲକ ଓ ଏନ୍‌ଏସିରେ ଏହି ଯୋଜନା ତା’ର ଲକ୍ଷ୍ୟ ପୂରଣ କରିପାରୁ ନାହିଁ ।
ବ୍ଲକରେ ୨୪୫ଟି ଅଙ୍ଗନୱାଡି କେନ୍ଦ୍ର ଓ ୭୮ଟି ମିନି ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ୩୨୩ଟି କେନ୍ଦ୍ର ରହିଛି । ଏଥିମଧ୍ୟରୁ ବିଭିନ୍ନ ପଞ୍ଚାୟତରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ୯୬ ଗୃହ କରାଯାଇଥିବାବେଳେ ଅବଶିଷ୍ଟ ୨୨୭ କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଅନ୍ୟପକ୍ଷେ ନିର୍ମାଣ ହୋଇଥିବା ୯୬ ଗୃହ ମଧ୍ୟରୁ ୫୦ ଗୃହ ଠିକ୍‌ ଭାବେ କାର୍ଯ୍ୟ କରୁଥିଲା ବେଳେ ଅବଶିଷ୍ଟ ଗୃହ ଅଧାପନ୍ତରିଆ । ଆଉ କିଛି ନିର୍ମିତ ହୋଇ ଉଦ୍‌ଘାଟନ ଅପେକ୍ଷାରେ ରହିଛି। କେନ୍ଦ୍ରଗୁଡିକର ଗୃହ ନ ଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି କେନ୍ଦ୍ରଗୁଡିକ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକରିବାର ନିୟମ ରହିଥିଲା ବେଳେ ଯେଉଁ ଗୁଡିକ ବିଦ୍ୟାଳୟରେ ଚାଲୁଛି ସେଗୁଡିକ ପୂର୍ବାହ୍ନ ୧୦ଟା ଭିତରେ ବନ୍ଦ କରି ଦିଆଯାଉଛି । କାରଣ ସାଢେ ୯ଟାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ପାଠପଢା ଆରମ୍ଭ ହୋଇଥାଏ । ପୁଣି ଗୃହ ଅଭାବ ହେତୁ କେନ୍ଦ୍ରରୁ ଆସୁଥିବା ଖାଦ୍ୟ, ଖେଳ ଉପକରଣ, ଶୈକ୍ଷିକ ଉପକରଣ ପ୍ରଭୃତି ଉପଯୋଗ ହୋଇପାରୁ ନ ଥାଏ । ରଣପୁରରେ ୧୨ ସୁପରଭାଇଜର ଆବଶ୍ୟକ ଥିଲା ବେଳେ ଅଛନ୍ତି ୭ଜଣ । ୫ଟି ପଦ ଖାଲିପଡିଥିବାରୁ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକାମାନଙ୍କ କାର୍ଯ୍ୟକୁ ଠିକ୍‌ ଭାବରେ ଯାଞ୍ଚ କରାଯାଇ ପାରୁନାହିଁ । ଏଣୁ ସୁପର ଭାଇଜର ପଦବୀ ଖାଲି ପଡିବା ଘଟଣା ମଧ୍ୟ ଯୋଜନା ବିଫଳତାର ଅନ୍ୟତମ କାରଣ ବୋଲି କୁହାଯାଉଛି । ଏ ବିଷୟରେ ରଣପୁର ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ କିଛି ମାସ ହେବ ଏଠାରେ ଯୋଗଦେଇଛି। ତେବେ ଅଙ୍ଗନୱାଡିି ଗୃହ କାର୍ଯ୍ୟ କିଭଳି ଶୀଘ୍ର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏ ନେଇ ନୟାଗଡ ଉପଜିଲାପାଳ ଜିତେନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ...

ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ...

ପୋଲିସ ହାତରେ ମହିଳା ଦଲାଲ :ବିଜୁ ପକ୍କା ଘର ଓ ଋଣ କରାଇଦେବା କହି ଠକୁଥିଲେ

ନୟାଗଡ଼ ଅଫିସ,୨୦ା୧୦: ଜିଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କୁ ଠକୁଥିବା ଜଣେ ମହିଳା ଦଲାଲ୍‌ଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଇଟାମାଟି ଥାନା...

ଜିଲା ପାଠାଗାରରେ ଅବ୍ୟବସ୍ଥା: ଆସୁଛନ୍ତି ହାତଗଣତି ପାଠକ

ନୟାଗଡ଼ ଅଫିସ,୨୮ା୧୧: ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲା ପାଠାଗାର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଭିତ୍ତିଭୂମି ସୁଦୃଢ଼ ଥିବା ସତ୍ତ୍ୱେ...

ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି...

ଜଳ ଭଣ୍ଡାରରେ ପାଣି ଭର୍ତ୍ତି, କେନାଲରେ ନାହିଁ

ଖଣ୍ଡପଡ଼ା,୨୩ା୮(ସ୍ବ.ପ୍ର.): ସୁନାମୁହିଁ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ମହଜୁଦ ଅଛି। ହେଲେ କେନାଲରେ ପାଣି ଆସୁ ନ ଥିବାରୁ ଚାଷଜମି ଶୁଖିଲା ପଡିଛି। ଏହାକୁ...

ପୁଅ କେବଳ ଫୋନରେ ଭଜନ ଦେଖେ: ସରୋଜଙ୍କ ମା’

ନୟାଗଡ଼ ଅଫିସ,୨୪।୧୨: ମୋ ପୁଅ ନିର୍ଦ୍ଦୋଶ। ତାକୁ ଚାପରେ ପକାଯାଉଛି। ଫୋନ୍‌ରେ ପୁଅ କେବଳ ଭଜନ ଦେଖେ ବୋଲି ଯଦୁପୁରର ଶିଶୁକନ୍ୟା ପରୀ ଅପହରଣ ଓ...

ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ...

Advertisement
Archives

Model This Week