ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧।୮(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ୧.୪୬ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବୁଧବାର ବିଧାନସଭାରେ ଅନୁମୋଦନ ଲାଭ କରିଛି। ବାଚନିକ ମତଦାନରେ ଏହି ବିଲକୁ ଗୃହରେ ମଞ୍ଜୁର କରାଯାଇଛି। ଏହି ବଜେଟରେ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର୍ୟ ଦରୀକରଣ, ଖାଦ୍ୟ ନିରାପତ୍ତା, ଭିତ୍ତିଭୁମି ବିକାଶ, ଶ୍ରମିକ, ଅନୁସୂଚୀତ ଜାତି, ଜଳନଜାତି, ମହିଳା, ଶିଶୁ, ଯୁବ ଓ ବରିଷ୍ଠ ନାଗରିକଙ୍କ ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଛି। ଏଥିସହିତ ସାମୁଦ୍ରିକ ଝଡ ଫନୀ କ୍ଷୟକ୍ଷତି ଭରଣା ପାଇଁ ବଜେଟରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାର ଗତ ୭ ବର୍ଷ ଧରି ମହିଳା ବଜେଟ ପ୍ରସ୍ତୁତ କରି ଆସୁଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲାଗି ୟୁନିସେଫ୍‌ ସହାୟତାରେ ଶିଶୁ ବଜେଟ ପ୍ରସ୍ତୁତ କରାଯାଇଛି।
ଏହି ବଜେଟରେ ୭୦ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକି ମୋଟ ବଜେଟର ୫୦ ପ୍ରତିଶତରୁ ଅଧିକ। କୃଷି ବଜେଟ ପାଇଁ ମୋଟ ୨୦ ହଜାର ୭୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେଥିରୁ ଜଳସେଚନ ପାଇଁ ୯ ହଜାର ୭୧୩ କୋଟି ଟଙ୍କା ଜଳସେଚନ ଭିତ୍ତିଭୁମି ଉନ୍ନୟନ ପାଇଁ ଖର୍ଚ୍ଚ କରାଯିବ। ରାଜ୍ୟରେ କୃଷିର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ସହ ଦାରିଦ୍ର୍ୟ ହ୍ରାସ କରି କୃଷକଙ୍କ ଉନ୍ନତୀ ପାଇଁ ୨୦୧୮-୧୯ରେ ରାଜ୍ୟ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ଚଳିତ ବଜେଟରେ ୫ ହଜାର ୬୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ୨ ଲକ୍ଷ ୬୫ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷା ଓ ଦକ୍ଷତା ବୃଦ୍ଧି ପାଇଁ ଚଳିତ ବଜେଟରେ ୧୯ ହଜାର ୪୯୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ବ୍ୟବସ୍ଥା ହୋଇଛି। ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ପାଇଁ ବଜେଟରେ ୨୩ ହଜାର ୭୬୦ କୋଟିର ବ୍ୟୟ ବରାଦ କରାଯାଇଛି। ମମତା ଯୋଜନା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୩୦୫ କୋଟି ବ୍ୟବସ୍ଥା କରାଯାଇଛି। ମିଶନ ଶକ୍ତି ଗୃହ ଯୋଜନାରେ ଚଳିତ ବଜେଟରେ ପଞ୍ଚାୟତ ସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୩୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଚଳିତ ବଜେଟରେ ଶକ୍ତି କ୍ଷେତ୍ର ପାଇଁ ରାଜ୍ୟ ସରକାର ୨ହଜାର ୨୫୨ କୋଟି ଟଙ୍କାର ଖର୍ଚ୍ଚ ବରାଦ କରିଛନ୍ତି। ୨୦୧୮-୧୯ରେ ରାଜ୍ୟର ଋଣ ଭାର ସାମଗ୍ରୀକ ଘରୋଇ ଉତ୍ପାଦ(ଜିଏସଡିପି)ର ୧୬.୮ ପ୍ରତିଶତ ରହିଛି। ଚଳିତ ବଜେଟରେ ବିତ୍ତିୟ ନିୟଣ୍ଟ ଜିଏସଡିପିର ୩.୪୯ ପ୍ରତିଶତ ଅର୍ଥାତ ୧୮ ହଜାର ୮୭୭ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ରାଜସ୍ବ ଖର୍ଚ୍ଚ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୮୭୩୮ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହି ବିଲ ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ କହିଥିଲେ ଯେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜୁନ ୨୮ ତାରିଖରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ଓ ମେ ମାସ ପାଇଁ ସାଧାରଣ ନିର୍ବାଚନ ଥିବାରୁ ପ୍ରଥମ ୪ ମାସର ଖର୍ଚ୍ଚ ତୁଲାଇବା ପାଇଁ ଫେବୃୟାରୀରେ ଲେଖାନୁଦାନକୁ ଗୃହରେ ଅନୁମୋଦନ କରାଯାଇଥିଲା। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉକ୍ତ ସମ୍ବଳର ବିନିଯୋଗ ନିମନ୍ତେ ବଜେଟରେ ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?