ବିଧାନସଭାରେ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବିଧାନସଭାରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ଦେଶ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଓ ଅଭିନନ୍ଦନ କରାଯିବା ଆବଶ୍ୟକ ବୋଲି ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ବୈଜ୍ଞାନିକ ଓ ବିଜ୍ଞାନର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପ୍ରଶ୍ନୋତ୍ତରବେଳେ ବିଜ୍ଞାନ ବିଷୟରେ ଅନେକ ଆଲୋଚନା ହେଲା। ବିଜ୍ଞାନ ପ୍ରତି ସମସ୍ତଙ୍କର ଆବେଗ ରହିଛି। ଚନ୍ଦ୍ରଯାନ-୨ରେ ଓଡ଼ିଶାର ବୈଜ୍ଞାନିକମାନଙ୍କର ମଧ୍ୟ ଯୋଗଦାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ବୈଜ୍ଞାନିକମାନଙ୍କୁ ସ୍ବାଗତ କରିବା ପାଇଁ ଗୃହରେ ଏକ ପ୍ରସ୍ତାବ ଅଣାଯାଉ। ଏ ନେଇ ଓଡ଼ିଶା ବିଧାନସଭାର ଏକ ଭଲ ବାର୍ତ୍ତା ଯିବ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଅମରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସେ କହିଥିଲେ, ଗୃହରେ ସମସ୍ତେ ଛିଡ଼ା ହୋଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାନ୍ତୁ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହିତ ସମସ୍ତ ସଦସ୍ୟ ଛିଡ଼ାହୋଇ ୧ ମିନିଟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ କରନ୍ତୁ ବୋଲି କହିଥିଲେ। ଗୃହର ସମସ୍ତ ସଦସ୍ୟ ଛିଡ଼ା ହୋଇ ଟେବୁଲରେ ହାତବାଡ଼ାଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଏହି ବିରଳ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଟେଣ୍ଟ ହାଉସ ମାଲିକ ସଂଘର ବିରୋଧ : ସରକାରୀ, ରାଜନୈତିକ କାର୍ଯ୍ୟରେ ବାନ୍ଧିବେନି ଟେଣ୍ଟ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଟେଣ୍ଟ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଟେଣ୍ଟ ହାଉସ...

ବିଶିଷ୍ଟ ଚିକିତ୍ସକ ଅମରେଶ୍ୱର ନାୟକଙ୍କ ପରଲୋକ

ଭୁବନେଶ୍ୱର ୧୮।୨(ବ୍ୟୁରୋ): ରାଜ୍ୟର ଜଣେ ବିଶିଷ୍ଟ ହୋମିଓପା୍ୟାଥିକ ଚିକିତ୍ସକ ଭାବେ ପରିଚିତ ଡା.ଅମରେଶ୍ୱର ନାୟକ(୬୮ )ଙ୍କର ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକ...

୧୦୯୮ ଶ୍ରମିକଙ୍କୁ ନେଇ ବିହାର ଗଲା ଟ୍ରେନ୍‌

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଓଡ଼ିଶାରେ ବିଭିନ୍ନ ଜିଲାରେ ଅଟକି ରହିଥିବା ବିହାରର ୧୦୯୮ଜଣ ଶ୍ରମିକଙ୍କୁ ନେଇ ଭୁବନେଶ୍ୱର-ଦାନାପୁର ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବିହାର ଅଭିମୁଖେ ସୋମବାର ଯାତ୍ରା କରିଛି।...

ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି...

ଖୋଲିବ ଶ୍ରୀମନ୍ଦିର: ଦର୍ଶନ ପାଇଁ ଟୋକନ, ପରିଚୟପତ୍ର ଲୋଡ଼ା

ପୁରୀ ଅଫିସ,୨୨।୧୨: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପର୍ଯ୍ୟାୟ କ୍ରମେ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ଜିଲା ପ୍ରଶାସନ ସୋମବାର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ...

କାର୍‌ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଗୁଳିଭରା ପିସ୍ତଲ ଜବତ: ୩ ଗିରଫ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏକ ଆନ୍ତଃରାଜ୍ୟ ଚୋରା ବ୍ରାଉନସୁଗାର ର଼୍ୟାକେଟକୁ ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ...

ଛାତ୍ରୀଛାତ୍ର ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ବଜାୟ ରଖନ୍ତୁ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ) ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ବାର୍ଷିକ ସାମାଜିକ ବିଜ୍ଞାନ ସମ୍ମିଳନୀ ‘ସୋ-ସାଇଟି-୨୦୧୯’ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା...

ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ସୋମବାର ଖୋଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶେଷବର୍ଷ ପାଠପଢ଼ା ହେବ। ପ୍ରଥମ...

Advertisement
Archives

Model This Week