ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍‌ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଗ୍ରାମର ନିରାକାର ସାହୁ। ନିରାକାର ବ୍ରହ୍ମପୁରରେ ଏକ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଶୁକ୍ରବାର ବଡ଼ବଜାର ଥାନା ପୋଲିସ ତାଙ୍କ ମୃତଦେହ ଜବତ କରି ନଂ.୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟପଟେ କ୍ଷତପୂରଣ ନ ମିଳିଲେ ମୃତଦେହ ନେବେନି ବୋଲି ମୃତକଙ୍କ ପରିବାର ଲୋକ ଅଡି ବସିଥିଲେ। ଘର ମାଲିକ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ମୃତଦେହ ନେଇଥିଲେ।
ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗାୟତ୍ରୀ ବିହାରରେ ରାଜୀବଲୋଚନ ସାହୁଙ୍କ ଘର ଉପର ମହଲା ନିର୍ମାଣ କାମ ଚାଲିଥିଲା। ଉକ୍ତ କାମ ଠିକା ନେଇଥିବା ମିସ୍ତ୍ରି ନିରାକାରଙ୍କ ସହ ଅନ୍ୟ ୨ ଜଣ ମହିଳା ଶ୍ରମିକଙ୍କୁ ଗୁରୁବାର କାମରେ ନିୟୋଜିତ କରିଥିଲେ। ସନ୍ଧ୍ୟାରେ କାମ ଚାଲିଥିବା ବେଳେ ଏକ ହେଲୋଜିନ ଲାଇଟ ହଠାତ ବନ୍ଦ ହୋଇଯାଇଥିଲା। ନିରାକାର ଏହାକୁ ସଜାଡ଼ିବା ପାଇଁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟାଦେଶ ଦେଇ ନିର୍ମାଣ ବନ୍ଦ କରାଉଛନ୍ତି ଅଧିକାରୀ: ଜିଲାପାଳଙ୍କୁ ଫେରାଦ ହେଲେ ଟୁଲୁକା ଗ୍ରାମବାସୀ

ଅନୁଗୋଳ ଅଫିସ, ୨୭।୧୧- ଅନୁଗୋଳ ବ୍ଲକ ପୁରୁଣାକୋଟ ପଞ୍ଚାୟତର ଟୁଲୁକା ଗ୍ରାମବାସୀ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ସରକାରୀ ଅଧିକାରୀମାନେ ସେମାନଙ୍କୁ ଠକି ଦେଇଥିବା ଅଭିଯୋଗ...

ମେଡିକାଲ, ଆର୍‌ଟିଓରୁ ଦଲାଲ୍‌ ଛୁ

ଅନୁଗୋଳ ଅଫିସ, ୨୯।୯ – ସରକାରୀ କାର୍ଯ୍ୟାଳୟ, ମେଡିକାଲରୁ ଦଲାଲଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁଗୋଳ ପୋଲିସର ଘନ ଘନ ଚଢ଼ାଉ କାମ...

ନିମ୍ନମାନର ଛତୁଆ ପ୍ରଦାନକୁ ନେଇ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବିଡିଓ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ପିଙ୍କି ବେହେରା ପୌରୋହିତ୍ୟ...

ମହାନଦୀରେ ଘଡ଼ିଆଳ କୁମ୍ଭୀର

କଟକ ଅଫିସ,୩୦ା୧: ମହାନଦୀର ମଧୁସୂଦନ ବ୍ରିଜ ନିକଟରେ ରବିବାର ଏକ କୁମ୍ଭୀର ବୁଲୁଥିଲା। ଏହାକୁ ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଥିଲା। ଏଠାକାର...

ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ପାଟପୁର,୪ା୫- ପାଟପୁର ଥାନା ଅଧିନ ଏକ ଗଁାରେ ଜଣେ ଯୁବତୀଙ୍କୁ ବଳାତ୍କାର ନେଇ ରବିବାର ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ଅଭିଯୁକ୍ତ ମନୋଜ କୁମାର ଗୌଡ଼ଙ୍କୁ...

କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ

ଫୁଲବାଣୀ ଅଫିସ, ୨୧ା୫- କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ...

କରୋନା ଆକ୍ରାନ୍ତ ଚିହ୍ନଟ ଅଞ୍ଚଳରେ ପହଞ୍ଚିଲେ ଉପଜିଲାପାଳ

ବାଲେଶ୍ୱର ଅଫିସ,୨୦ା୪ : ବାଲେଶ୍ୱର ଜିଲାରେ ସୋମବାର ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଏବଂ ଜଣେ ଯୁବକ...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାର ଓ ବିଧାୟକଙ୍କ ସହିତ ଜିଲା...

Advertisement
Archives

Model This Week