Posted inଜାତୀୟ

ବିଦ୍ୟୁତ୍‌ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍‌; ସଂଯୋଗ ବି କାଟିଲେ

ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍‌ ବିଭାଗର ଭୁଲ୍‌ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪ ଶହ ୪୪ ଟଙ୍କାର ବିଲ୍‌ ଆସିଛି। ଏହା ସହିତ ଟଙ୍କା ପୈଠ କରା ନ ଯିବାରୁ ତାଙ୍କର ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦିଆଯାଇଛି। ଭୁଲ୍‌ କୁ ସୁଧାରିବା ପରିବର୍ତ୍ତେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ଧମକ ଚମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ହୁପୁଡ଼ ଅନ୍ତର୍ଗତ ଚମରିରେ ଘଟିଛି। ଏଠାରେ ବାସ କରୁଥିବା ଶମିମ୍‌ଙ୍କ ପାଖକୁ ଏହି ବିଲ୍‌ ଆସିଛି। ତେବେ ଶମିମ୍‌ ଏନେଇ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିବାକୁ ନାରାଜ। ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ପ୍ରଚାରିତ ହେବା ପରେ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଅଧିକାରୀ ରାମ ଶରଣ କହିଛନ୍ତି ଯେ, କୌଣସି ତ୍ରୁଟି ଯୋଗୁ ଏଭଳି ହୋଇଛି। ଏହାକୁ ଶୀଘ୍ର ସୁଧାରି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ-ବିଛିନ୍ନତାବାଦୀଙ୍କୁ ଖାତିର ନାହିଁ: ଅନନ୍ତନାଗରେ ଶହଶହ ସଂଖ୍ୟାରେ ଭୋଟର ମତଦାନ ଅଧିକାର କଲେ ସାବ୍ୟସ୍ତ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ଅନନ୍ତନାଗ ଲୋକ ସଭା ଆସନ ପାଇଁ ଶହ ଶହ ସଂଖ୍ୟାରେ ଭୋଟର ମଙ୍ଗଳବାର ଭୋଟ ଦେଇଛନ୍ତି। ଏଠାରେ ଆତଙ୍କବାଦୀ ଏବଂ ବିଛିନ୍ନତାବାଦୀଙ୍କୁ ଖାତିର...

ଗୁଜରାଟରେ ବାଜି ମାରିଲା ଭାଜପା, ରୂପାନି କହିଲେ ଏହା କେବଳ ଟ୍ରେଲର

ଗାନ୍ଧିନଗର,୧୦ ।୧୧: ଗୁଜରାଟରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ୮ ଆସନରେ ବିଜୟର ଦ୍ୱାର ଦେଶରେ ଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ...

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ।...

ଡ୍ରଗ୍ସ ମାମଲାରେ ମୁକୁଳିଲେ ଅପରାଧି: ବୀରତା ପୁରସ୍କାର ଫେରାଇ ଦେଲେ ମହିଳା ପୋଲିସ ଅଧିକାରୀ

ଇମ୍ଫାଲ,୨୦ ।୧୨: ମଣିପୁରର ଅତିରିକ୍ତ ପୋଲିସ ଅଧିକାରୀ(ଏଏସ୍‌ପି) ଥୋନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାରେ କୋର୍ଟଙ୍କ ରାୟ ପରେ ନିଜର ମୁଖ୍ୟମନ୍ତ୍ରୀ ବୀରତା ପୁରସ୍କାର ଫେରାଇ...

କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା

ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ...

କରୋନା କ୍ଷତିଗ୍ରସ୍ତ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ପ୍ରଭାବିତ ଅର୍ଥବ୍ୟବସ୍ଥାରେ ନୂଆ ଆଶା ଦେବା ପାଇଁ ମୋଦି ସରକାର ସୋମବାର ଆଉ ଏକ ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ମହାମାରୀ...

ପଞ୍ଜାବରେ ଗ୍ୟାଙ୍ଗ୍‌ ଓ୍ବାର ଆଶଙ୍କା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି..

ଚଣ୍ଡିଗଡ଼, ୨୪।୮ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ଜଗୁ ଭଗବାନପୁରିଆ ସେମାନଙ୍କ କୋର୍ଟରେ...

ଭାଜପାକୁ ଆଇନା ଦେଖାଇଲା ଜେଡିୟୁ

ପାଟନା,୩।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟରେ ରାଜନୀତି ହୋଇଛି ସରଗରମ। ଅମିତ ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ...

Advertisement
Archives

Model This Week