ବିଜେତା ମୁକୁଟ ପିନ୍ଧିଲେ ହଂସିନୀ

ବାଲେଶ୍ୱର ଅଫିସ, ୧୮।୩-ବାଲେଶ୍ୱର କଚେରି ବଜାର ସ୍ଥିତ ପ୍ରଶାନ୍ତ ପ୍ରଧାନ ଓ ଭବାନୀ ପ୍ରଧାନଙ୍କ କନିଷ୍ଠକନ୍ୟା ହଂସିନୀ (୬) ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ ଶୋ ଷ୍ଟପର ମଡ଼େଲିଂ ପ୍ରତିଯୋଗିତାରେ ଭାଗନେଇ ମିସ୍‌ ଶୋ ଷ୍ଟପର ଜୁନିୟର କ୍ରାଉନ ବିଜେତା ହେବାର ଗୌରବ ଅର୍ଜନ କରିଥାନ୍ତି। ଏହାସହ ସେ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ହୋଇ ଟ୍ରଫି ହାସଲ କରିଛନ୍ତି। ଗତ ୧୪ ତାରିଖରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ବାଲେଶ୍ୱରର ଟିକ୍‌ ଟକ୍‌ ଗାର୍ଲ ଭାବେ ସୁପରିଚିତ ହଂସିନୀ ୨୦୧୮ରେ ବମ୍ବେରେ ଅନୁଷ୍ଠିତ ଇଣ୍ଡିଆ ଟାଲେଣ୍ଟ ସମ୍ରାଟ ମଡ଼େଲିଂରେ ଜୁନିୟର ଟାଇଟଲ ଓ ୨୦୧୯ରେ ସିମଲାଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ଟ୍ରଫି ହାସଲ କରିଥିଲେ। ୨୦୨୦ ଜାନୁୟାରୀରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ଟିକ୍‌ଟକ୍‌ କୁଇନ୍‌ ଭାବେ ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri