ବିଜେଡି ରାଜ୍ୟ ସଭା ପ୍ରାର୍ଥୀଙ୍କ ସତ୍ୟପାଠ: ସୁଜିତ୍‌ ସମସ୍ତଙ୍କଠାରୁ ଧନୀ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବୁଧବାର ବିଜେଡିର ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ନିଜର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଆଦି ଉଲ୍ଲେଖ କରିଛନ୍ତି। ସତ୍ୟପାଠରୁ ମିଳିଥିବା ସୂଚନା ଅନୁଯାୟୀ ସୁଜିତ କୁମାରଙ୍କ ନିକଟରେ ମୋଟ ୧.୧୦ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ସେ ଆମେରିକାର ହାର୍ଭାର୍ଡ ୟୁନିଭରସିଟିରୁ ପବ୍ଲିକ ଆଡମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସୁଜିତଙ୍କ ନିକଟରେ ୧୫.୧୭ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବା ବେଳେ ତାଙ୍କ ନାମରେ ୭୪.୯୪ ଲକ୍ଷ ଟଙ୍କାର ଋଣ ରହିଛି। ସେହିପରି ଶ୍ରମିକ ନେତା ସୁବାସ ସିଂଙ୍କୁ ବିଜେଡି ରାଜ୍ୟ ସଭା ପାଇଁ ପ୍ରାର୍ଥୀ କରିଛି। ତାଙ୍କର ମୋଟ ୨୩.୩୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସୁବାସ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ଆଇନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାମରେ ୧୧ଟି ମାମଲା ବିଚାରାଧୀନ ରହିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ମୁନ୍ନା ଖାଁଙ୍କ ନିକଟରେ ମୋଟ ୩୨.୯୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାମରେ ୧୪ ଲକ୍ଷ ଟଙ୍କାର ଋଣ ରହିଛି। ୧୯୮୩ ମସିହାରେ ସେ ଆନ୍ଧ୍ର ମାଟ୍ରିକ ପାସ୍‌ କରିଛନ୍ତି ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାରୁ ରାଜ୍ୟ ସଭା ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ମମତା ମହାନ୍ତଙ୍କ ନାମରେ ୨୫.୦୩ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଶନ ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୭୦ ଲକ୍ଷ ଟପିଲା କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର,୧ା୧- ରାଜ୍ୟରେ କୋଭିଡ୍‌ ଟେଷ୍ଟ ସଂଖ୍ୟା ଶୁକ୍ରବାର ୭୦ ଲକ୍ଷ ପାର କରିଛି। ଏ ନେଇ ଟୁଇଟର ଯୋଗେ ସୂଚନା ଦିଆଯାଇଛି ସ୍ବାସ୍ଥ୍ୟ ଓ ପରିବାର...

ଚଳିତବର୍ଷ ୧ ଲକ୍ଷ ହେକ୍ଟରରେ ଅଣଧାନ ଚାଷ

ଭୁବନେଶ୍ୱର,୮।୬(ବ୍ୟୁରୋ): ୨୦୨୨-୨୩ରେ ରାଜ୍ୟରେ ୧ ଲକ୍ଷ ହେକ୍ଟରରେ ଅଣଧାନ ତଥା ପନିପରିବା, ଡାଲିଜାତୀୟ, ତୈଳବୀଜ, ନଡ଼ିଆ, ଫଳଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ପାଇଁ...

‘ସମାଧାନ କର, ନଚେତ୍‌ ଲଢ଼ିବାକୁ ଓକିଲ ଦିଅ’

ଭୁବନେଶ୍ୱର,୪ା୬(ବ୍ୟୁରୋ): ୫ ଦିନ ପୂର୍ବରୁ ସ୍ଥିର ହୋଇଥିବା ଯୋଜନା ମୁତାବକ ବହୁ ସେବାୟତ ଶୁକ୍ରବାର ଏକ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ବସ୍‌ ଯୋଗେ ଭୁବନେଶ୍ୱର ସ୍ଥିତ...

ଶ୍ରମିକଙ୍କ ମଜୁରି ବଢ଼ିଲା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ଖୁସି ଖବର।  ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଛି। ୮୯ଟି କ୍ଷେତ୍ରରେ...

ରାଜ୍ୟରେ କମୁଛି ଦଣ୍ଡବିଧାନ ହାର

ଭୁବନେଶ୍ୱର,୨୫ା୨(ବ୍ୟୁରେ): ପୋଲିସର ଦୁର୍ବଳ ତଦନ୍ତ ହେଉ ବା ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅବା ଆଇନର ଗଳାବାଟ ଯୋଗୁ ଅନେକ ଦୋଷୀ ଦଣ୍ଡ ନ ପାଇ...

ଧରାପଡ଼ିଲେ ବ୍ରାଉନସୁଗାର ଡିଲର ଲାଡେନ, ରାଜୁ

ଭୁବନେଶ୍ୱର(ବ୍ୟୁରେ)/ବାଲିଅନ୍ତା (ଡି.ଏନ୍‌.ଏ.),୧୦।୨: ଅପରେଶନ ପଏଣ୍ଟ ଥିଲା ଫୁଲନଖରା ଛକରୁ ସିମ୍ପୋନୀ ମଲ୍‌ ସମ୍ମୁଖ ଜାତୀୟ ରାଜପଥ। ଟାର୍ଗେଟ ଥିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବ୍ରାଉନସୁଗାର ମାଫିଆ...

କେଶରୀ ମଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା କେଶରୀ ମଲ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡି ଘଟିଥିବା ସନ୍ଦେହ କରାଯାଉଛି।...

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୩।୨: : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିବେ। ଏବେ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସେ କେନ୍ଦ୍ର...

Advertisement
Archives

Model This Week