ବିଜୁଳି ବିଲ୍‌ ଆଦାୟ ବେଳେ ମାଡ଼

ଅନୁଗୋଳ ଅଫିସ୍‌, ୧୬।୩: ବକେୟା ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିବାବେଳେ ରବିବାର ଅନୁଗୋଳ ଏନଜେନ୍‌ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ପାତ୍ରଙ୍କୁ ମାଡ଼ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଙ୍ଗାରବନ୍ଧ ଗ୍ରାମର ଜଣେ ଉପଭୋକ୍ତା ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୩୧୫/୨୦ରେ ଏକ ମାମଲା ରୁଜୁ କରିଛି।
ଅଭିଯୋଗରୁ ଜଣାଯାଏ, ଅନୁଗୋଳ ଡିଭିଜନ୍‌ ଅଧୀନରେ କାର୍ଯ୍ୟ କରୁଥିବା ସେସୁ ଓ ଏନ୍‌ଜେନ କର୍ମଚାରୀମାନେ ଘର ଘର ବୁଲି ବିଜୁଳି ବକେୟା ଟଙ୍କା ଆଦାୟ କରୁଛନ୍ତି। ଅପରାହ୍ନରେ ଦୀପକ ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବାକୁ ଅଙ୍ଗାରବନ୍ଧ ଗ୍ରାମକୁ ଯାଇଥିବାବେଳେ ଉପଭୋକ୍ତା ଜଣକ ତାଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲେ। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଗ୍ରାମକୁ ଯାଇଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ଦୀପକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଦ୍ୟୁତ୍‌ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଥାନା ଘେରିବା ସହ ଧାରଣାରେ ବସିଥିଲେ। ଏହାପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି।
ଘଟଣା ସମ୍ପର୍କରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ତଦନ୍ତ ଚାଲିଛି। ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଉଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୫ଦିନ ମଧ୍ୟରେ ଏଭଳି ୨ଟି ମାମଲା ରୁଜୁ ହୋଇଛି। ଗତ ମାସ ୨୯ ତାରିଖରେ ଶିକ୍ଷକପଡ଼ା ଛକରେ ଏନ୍‌ଜେନ୍‌ର ଲାଇନ୍‌ମ୍ୟାନ୍‌ ପ୍ରତ୍ୟୁଷ କୁମାର ସ୍ବାଇଁଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ନଂ. ୨୪୭/୨୦ରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ ବକେୟା ବିଲ୍‌ ଆଦାୟ କରିବାକୁ ଯିବେନାହିଁ ବୋଲି ବିଦ୍ୟୁତ୍‌ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ହେବ ସ୍ମାର୍ଟପାର୍କ  

ଢେଙ୍କାନାଳ ଅଫିସ, ୩।୬-ଢେଙ୍କାନାଳ ପୌରାଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ନିର୍ମାଣ ହେବ ସ୍ମାର୍ଟପାର୍କ। ଏଥିରେ ଖର୍ଚ୍ଚ ହେବ କୋଟିଏ ଟଙ୍କା। ସେହିପରି ଜିଲାର ୩ ଏନ୍‌ଏସି...

ଚିଲିକା ଉତ୍ତରନାଶୀରେ ପକ୍ଷୀ ସୁରକ୍ଷା ଢିଲା

କଣାସ, ୨୬ା୧୨(ସ୍ବ.ପ୍ର.): ଶୀତ ପଡିଲେ ବିଦେଶାଗତ ପକ୍ଷୀଙ୍କ କଳରାବରେ ମୁଖରିତ ହୋଇଉଠେ ଚିଲିକା। କିନ୍ତୁ ନଳବଣରେ ଖାଦ୍ୟ ଅଭାବ ଯୋଗୁ ପକ୍ଷୀମାନେ ଉତ୍ତରନାଶୀ ଦୟା ଓ...

୨୦୧୯ ମୋଟର ଯାନ ସଂଶୋଧନ ଆଇନ: ଜନସାଧାରଣଙ୍କ ଅବଗତ ପାଇଁ ସଚେତନତା ଶୋଭାଯାତ୍ରା

କୋରୁକୋଣ୍ଡା ୫।୯(ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓରକେଲ ଥାନା ପକ୍ଷରୁ ୨୦୧୯ ମୋଟର ଯାନ ସଂଶୋଧନ ଆଇନ ବିଷୟରେ ଜନସଚେତନତା ନିମନ୍ତେ...

କାଲିଙ୍ଗାଠାରେ ୭୦ କିଲୋ ଗଞ୍ଜେଇ, କାର ଜବତ: ଚାଲାଣକାରୀ ଗିରଫ

ଜି.ଉଦୟଗିରି,୮।୭(ଡି. ଏନ୍‌. ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଧୀନ କାଲିଙ୍ଗାଠାରେ ବୁଧବାର ପୋଲିସ ଏକ କାର ସହ ୭୦ କିଲୋ ଗଞ୍ଜେଇ ଜବତ କରିଛି।...

ଲକ୍‌ଡାଉନ୍‌ ଊଲ୍ଲଂଘନ: ୪ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢ଼ିବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସେଥିଲାଗି ପ୍ରଶାସନ ଆଇନକୁ କଡ଼ାକଡି କରିଛନ୍ତି।...

କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଡଧୁଆ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଘନ ସୋରେନ(୬୫)ଙ୍କ ମୃତଦେହ ଉଦ୍ଧାର ଘଟଣାର ଚୌଦ୍ୱାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି।...

ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୮ା୧୨: ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଗେଟବଜାର ପଞ୍ଚାନନ ନଗରର...

ଓଲଟିଲା ଯାତ୍ରୀବାହୀ ବସ୍‌: ୩ ଗୁରୁତର, ୧୪ ଆହତ

ଜହ୍ନାପଙ୍କ,୭।୧୨(ଡି.ଏନ୍‌.ଏ.): ବୌଦ୍ଧ-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ଜହ୍ନାପଙ୍କ ଗାୟତ୍ରୀ ମନ୍ଦିର ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ...

Advertisement

BGU

Archives

Model This Week

Why Dharitri