ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଥିବା ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଦାମୀ ଗ୍ରାମର ଦଣ୍ଡୁଆ ଦିଘାଲ। ବୁଧବାର ବୈଦ୍ୟନାଥପୁର ପୋଲିସ ମୃତଦେହ ଜବତ କରି ନଂ. ୩୫୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦଣ୍ଡୁଆ ୨୦୧୭ ମେ ୧ ତାରିଖରୁ ଫୁଲବାଣୀ ଜିଲା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ଗତ ୨୮ ତାରିଖରେ ତାଙ୍କୁ କନ୍ଧମାଳ ଜିଲା ଜେଲରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ବୁଧବାର ସକାଳେ ପରିବାର ଲୋକେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ ତଥା ସହକାରୀ ଜିଲାପାଳ ଡ଼ି. ମାଲେଶ୍ୱର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

ଦିଗପହଣ୍ଡି NAC କାର୍ଯ୍ୟାଳୟରେ ପିସିସି ସମ୍ପାଦକଙ୍କୁ ସମ୍ବର୍ଦ୍ଧନା, କହିଲେ…

ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ତଥା ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ସୋମବାର ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗଞ୍ଜାମରେ ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର

ଗଞ୍ଜାମ,୭।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆରମ୍ଭ ହେବ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା । ଏଥିରେ ବ୍ଲକର ଚାରୋଟି…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ…

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri