ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଥିବା ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଦାମୀ ଗ୍ରାମର ଦଣ୍ଡୁଆ ଦିଘାଲ। ବୁଧବାର ବୈଦ୍ୟନାଥପୁର ପୋଲିସ ମୃତଦେହ ଜବତ କରି ନଂ. ୩୫୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦଣ୍ଡୁଆ ୨୦୧୭ ମେ ୧ ତାରିଖରୁ ଫୁଲବାଣୀ ଜିଲା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ଗତ ୨୮ ତାରିଖରେ ତାଙ୍କୁ କନ୍ଧମାଳ ଜିଲା ଜେଲରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ବୁଧବାର ସକାଳେ ପରିବାର ଲୋକେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ ତଥା ସହକାରୀ ଜିଲାପାଳ ଡ଼ି. ମାଲେଶ୍ୱର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ ଉଲ୍ଲଂଘନ କରି ମନ୍ଦିର ପ୍ରତିଷ୍ଠା ଘଟଣା: ନାଏବ ସରପଞ୍ଚଙ୍କ ସମେତ ୧୧ ଗିରଫ

ପୋଲସରା,୧୧ା୭(ଡି.ଏନ.ଏ.)- ରାଜ୍ୟରେ ଗଞ୍ଜାମ ଜିଲା ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ମାତ୍ର କୋଭିଡ୍‌ ନିୟମ ଉଲ୍ଲଂଘନ କରି ପୋଲସରା ବ୍ଲକ ଜା.ଡ଼େଙ୍ଗାପଦର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମରେ...

ଦୁଇଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୯ା୨ – ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ସ୍ବତନ୍ତ୍ର ଟ୍ରେନ ଶୁକ୍ରବାର ବ୍ରହ୍ମପୁର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନକୁ ପର୍ଯ୍ୟଟନ...

ଅନ୍‌ସ୍ଲୋରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ

ଛତ୍ରପୁର,୧।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ବର୍ଷ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଖୋଲିବାକୁ ଥିବା...

ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ...

କାଳିଆ ଟଙ୍କା ମିଳିବ କହି ଠକେଇ

ଦିଗପହଣ୍ଡି,୬ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୈଠଡା ପଞ୍ଚାୟତରେ ଜଣେ ମହିଳାଙ୍କୁ କାଳିଆ ଟଙ୍କା ମିଳିବ କହି ଦୁର୍ବୃତ୍ତ ଟଙ୍କା ଓ ସୁନା ଗହଣା ଠକି ନେଇଛନ୍ତି। ଠକେଇର...

ଶିକୁଳାରେ ଫୁଟିଲା ଗୁଳି: ଯୁବକଙ୍କୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି...

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ; ମାଷ୍ଟରମାଇଣ୍ଡଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬ା୯-ବ୍ରହ୍ମପୁର ବଡ ବଜାର ଥାନା ସୀତାଢ଼ିମ୍ବିରା ସାହିରେ ଗତ ୨୧ ତାରିଖ ରାତିରେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ...

ପଶୁସେବା ସଂଘ ପକ୍ଷରୁ କୁକୁରଙ୍କୁ ଆହାର ପ୍ରଦାନ

ପୋଲସରା,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୋଲସରା ସହରରେ ପଶୁସେବା ସଂଘ ପକ୍ଷରୁ ବୁଲା କୁକୁର, ଗୋରୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଦୈନନ୍ଦିନ...

Advertisement
Archives

Model This Week