ବିଚାରାଧୀନ କଏଦୀ ମୃତ

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଜିଲା ଡାକ୍ତରଖାନାରେ ଶୁକ୍ରବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ହରିଚନ୍ଦନପୁର ବ୍ଲକ ମିଶ୍ର ମାଳ ଗ୍ରାମର ଟୁରୀ ମୁଣ୍ଡା(୫୭)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ହାଜତରେ ଥିଲେ।

ସୂଚନାନୁଯାୟୀ, ଚଳିତ ବର୍ଷ ମେ’ ୧୮ ତାରିଖରୁ ଟୁରୀ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ସକାଳେ ଖାଇସାରିବା ପରେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସାପାଇଁ ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ଜେଲ୍‌ ଅଧୀକ୍ଷକ ଗରିବ ସାହୁ କହିଛନ୍ତି। ସେହିଭଳି ମେଡିକାଲ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଡିଆଇଜି(ଜେଲ) ଅମୀୟ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଇବ ଦାଉ ସାଧିଛି: ବଞ୍ଚିବାକୁ ବୈକୁଣ୍ଠଙ୍କ ସଂଘର୍ଷ

କାମାକ୍ଷାନଗର, ୨୦।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୪ନଂ. ଓ୍ବାର୍ଡର ପ୍ରଦୀପ ବିଶ୍ୱାଳ ଏବଂ ସାବିତ୍ରୀ ବିଶ୍ୱାଳଙ୍କ ଜୀବନରେ ଘୋଟି ଆସିଥିଲା ଅନ୍ଧକାର। ୧୫ ବର୍ଷୀୟ...

ସରିଲା ସୁନ୍ଦରପୁର ରଜ ମହୋତ୍ସବ : ଜୁନିୟରରେ ପ୍ରିୟଙ୍କା, ସିନିୟରରେ ଗାୟତ୍ରୀ ରଜକୁଇନ

ଖଇରା, ୧୮।୬(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ସୁନ୍ଦରପୁରଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକ ବ୍ଲକସ୍ତରୀୟ ରଜ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଚଳିତବର୍ଷ ଜୁନିୟରରେ ପ୍ରିୟଙ୍କା ପ୍ରିୟଦର୍ଶନୀ...

ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା...

ଏସ୍‌ସିବି ମେଡିକାଲରେ ନାହିଁ କୁକୁର କାମୁଡ଼ା ଇଞ୍ଜେକ୍‌ଶନ

କଟକ ଅଫିସ, ୧୭।୧୨: ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ କୁକୁର କାମୁଡା ଇଞ୍ଜେକଶନ(ଆଣ୍ଟି ରାବିଜ୍‌ ଭ୍ୟାକସିନ)ର ଘୋର ଅଭାବ। ଗତ ୩...

ମାଟିରେ ମିଶିବ ଟାଗୋରଙ୍କ ପାଥେରପୁରୀ: ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଆପତ୍ତି ଉଠାଇଲେ ବୁଦ୍ଧିଜୀବୀ

ପୁରୀ ଅଫିସ, ୨୯ା୧୨: ପୁରୀ ଚକ୍ରତୀର୍ଥ ରୋଡରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଐତିହାସିକ ପାଥେରପୁରୀ। କୁହାଯାଏ ଏହି ସ୍ଥାନରେ ରହି ଟାଗୋର ‘ଗୀତାଞ୍ଜଳି’ ରଚନା...

ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର...

ଓଲଟିଲା ନାଇଟ୍‌ କୋଚ ବସ୍‌, ୨୫ ଆହତ

ବଇଣ୍ଡା, ୨୮ା୭(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିସ୍ଥିତ ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ନାଇଟ୍‌ କୋଚ ବସ୍‌...

ସିସିଟିଭି ନଜରରେ ବଡ଼ଦାଣ୍ଡ

ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍‌....

Advertisement


Archives

Model This Week