ବିଚକ୍ଷଣ କୂଟନୀତିଜ୍ଞ

ୟୁରୋପରେ ଫିନ୍‌ଲାଣ୍ଡ ହେଉଛି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର। ବିଗତ କିଛିବର୍ଷ ମଧ୍ୟରେ ଭାରତ-ଫିନ୍‌ଲାଣ୍ଡ ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ ହୋଇଛି। ସେଠାକାର ଆଇଟି, ସ୍ବାସ୍ଥ୍ୟସେବା, ହସ୍ପିଟାଲିଟି ଏବଂ ଅଟୋମୋଟିଭ୍‌ ସେକ୍ଟରରେ ପ୍ରାୟ ୩୫ ଭାରତୀୟ କମ୍ପାନୀ ପୁଞ୍ଜିନିବେଶ କରିଥିବାବେଳେ ଫିନ୍‌ଲାଣ୍ଡର ଶତାଧିକ କମ୍ପାନୀ ଭାରତର ଶକ୍ତି, ଟେକ୍ସଟାଇଲ୍‌, ପାଓ୍ବାରପ୍ଲାଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ କରିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ପୂର୍ବତନ ମୁଖପାତ୍ର ରବୀଶ କୁମାର ୩ ମେ’ରେ ଫିନ୍‌ଲାଣ୍ଡର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୯୫ ବ୍ୟାଚ୍‌ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ରବୀଶ ୨୦୧୭ ଜୁଲାଇରୁ ୨୦୨୦ ଏପ୍ରିଲ ଯାଏ ବହିର୍ବ୍ୟାପାର ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି। ଏବେ ଫିନ୍‌ଲାଣ୍ଡର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ରବୀଶ ବିହାର ଭାଗଲପୁର ଜିଲା ନାଥନଗରଠାରେ ୨୬ ଜାନୁୟାରୀ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। ସେ ଭାଗଲପୁରର ମାଉଣ୍ଟ ଏସିସି ସ୍କୁଲରେ ୧୦ମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ଏହା ପରେ ମଥୁରା ରୋଡ୍‌ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲରୁ ଦ୍ୱାଦଶ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହଂସରାଜ କଲେଜରୁ ଇତିହାସ ବିଷୟରେ ଅନର୍ସ ରଖି ଡିଗ୍ରୀ ଅର୍ଜନ କରିଥିଲେ। ୧୯୯୫ରେ ସିଭିଲ ସର୍ଭିସ ପରୀକ୍ଷାରେ ଊତ୍ତୀର୍ଣ୍ଣ ହୋଇ ଭାରତୀୟ ବୈଦେଶିକ ସେବାରେ ନିଜକୁ ନିୟୋଜିତ କରିଥିଲେ। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାସ୍ଥିତ ଭାରତୀୟ ମିଶନରେ କ୍ୟାରିୟର ଆରମ୍ଭ କରିଥିଲେ ରବୀଶ। ସେ ଭୁଟାନ ରାଜଧାନୀ ଥିମ୍ପୁ ଏବଂ ବ୍ରିଟେନ ରାଜଧାନୀ ଲଣ୍ଡନଠାରେ ମଧ୍ୟ ନିଯୁକ୍ତ ହୋଇଥିଲେ। ଦିଲ୍ଲୀରେ ଅବସ୍ଥାପିତ ଥିବା ବେଳେ ସେ ପୂର୍ବ ଏସିଆ ଡେସ୍କ ପାଇଁ କାର୍ଯ୍ୟ କରିଥିଲେ। ଏପରି କି ଜର୍ମାନୀର ଫ୍ରାଙ୍କଫର୍ଟରେ ଭାରତର କନ୍‌ସଲ ଜେନେରାଲ ହେବା ପୂର୍ବରୁ ରବୀଶ ଜାକର୍ତ୍ତାସ୍ଥିତ ମଶନ୍‌ରେ ସେପ୍ଟେମ୍ବର ୨୦୧୦ରୁ ଅଗଷ୍ଟ ୨୦୧୩ ଯାଏ ଡେପୁଟି ଚିଫ୍‌ ରହିଥିଲେ।
ବରିଷ୍ଠ କୂଟନୀତିଜ୍ଞ ରବୀଶ କୁମାରଙ୍କୁ କେନ୍ଦ୍ର ସରକାର ଫିନ୍‌ଲାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ କରିବାରେ ତାଙ୍କ ବିଚକ୍ଷଣ ବୈଦେଶିକ ବୁଦ୍ଧି ସହାୟ ହୋଇଛି ବୋଲି କୁହାଯାଉଛି। ଏହି ଆଇଏଫ୍‌ଏସ୍‌ ଅଧିକାରୀ ବହିର୍ବ୍ୟାପାର ମୁଖପାତ୍ର ଭାବେ ଗତବର୍ଷର ବାଲାକୋଟ ଏୟାରଷ୍ଟ୍ରାଇକ୍‌, ଜମ୍ମୁ-କଶ୍ମୀରର ପୁନର୍ଗଠନ ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ନିଖୁଣ ଭାବେ ଉପସ୍ଥାପନ କରିଥିଲେ। ଜମ୍ମୁ ଓ କଶ୍ମୀରରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କେତେକ ଦେଶ ନୂଆଦିଲ୍ଲୀ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ଫାଇଦା ଉଠାଇବାକୁ ଚାହିଁଥିଲା। ଏଥିସହିତ ତା’ର ବନ୍ଧୁ ରାଷ୍ଟ୍ରକୁ ନେଇ ମେଳି କରିଥିଲା। ଏହା ସତ୍ତ୍ୱେ ପାକିସ୍ତାନ ଆତଙ୍କବାଦୀଙ୍କ ଚରାଭୂଇଁ ବୋଲି ବାରମ୍ବାର ପ୍ରମାଣିତ କରିଆସିଥିବାରୁ କେତେକ ରାଷ୍ଟ୍ର କଶ୍ମୀର ପ୍ରସଙ୍ଗରେ ତାହାକୁ ସହଯୋଗ କରି ନ ଥିଲେ। ହେଲେ ସେତେବେଳେ ତୁର୍କୀ ଆଗକୁ ଆସି ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲା। କଶ୍ମୀର ପ୍ରସଙ୍ଗରେ ତୁର୍କୀ ମତ ଦେବା ପରେ ତାହାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଘୋର ବିରୋଧ କରିଥିଲା। ସେହି ସମୟରେ ରବୀଶ କୂଟନୀତି ପ୍ରୟୋଗ କରି ତୁର୍କୀକୁ ସତର୍କ କରାଇ ଦେଇଥିଲେ। ୨୦ ଫେବୃୟାରୀରେ ଗଣମାଧ୍ୟମକୁ ସୂଚନା ଦେବା ବେଳେ ରବୀଶ କହିଥିଲେ ଯେ, ତୁର୍କୀ କଶ୍ମୀର ପ୍ରସଙ୍ଗଠାରୁ ଦୂରେଇ ନ ରହିଲେ ଫଳାଫଳ ଭୋଗ କରିବ। ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଗିଡ଼ିଯିବ ବୋଲି ଦର୍ଶାଇ ରବୀଶ ବିଭିନ୍ନ ପ୍ରସଙ୍ଗ ଓ ତଥ୍ୟ ଉପସ୍ଥାପନ କରିଥିଲେ। ଫଳରେ ତୁର୍କୀ ନୀରବ ରହିବାକୁ ବାଧ୍ୟ ହୋଇଥିଲା। ଏବେ ବାଣୀ ରାଓଙ୍କ ସ୍ଥାନରେ ରବୀଶ ଫିନ୍‌ଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିବାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମନ୍ବୟ ରକ୍ଷା କରି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବେ। ପୂର୍ବ ଅଭିଜ୍ଞତା ତାଙ୍କୁ ଏ ଦିଗରେ ସଫଳ ହେବା ପାଇଁ ଖୋରାକ ଯୋଗାଇବ ବୋଲି ବିଶ୍ୱାସ କରାଯାଉଛି।
ସହଧର୍ମିଣୀ ରଞ୍ଜନା ରବୀଶ ଓ ଦୁଇ ସନ୍ତାନକୁ ନେଇ ରବୀଶଙ୍କ ସଂସାର।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆସ୍ଥା ତୁଟାଇଲେଣି

ନିକଟରେ ଶେଷ ହୋଇଥିବା ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳ ୨...

ଅଗଷ୍ଟ ବିପ୍ଳବ ଓ ଓଡ଼ିଶାର ବଳିଦାନ

ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ମସିହା ଅଗଷ୍ଟ ୮ ତାରିଖ ବମ୍ବେର...

କେବଳ ସାନମାନଙ୍କ ପାଇ

ଗଛ ଫଳ ଦିଏ। ଫଳ ତା’ ପାଖରେ ଥାଏ। ନଦୀ ଜଳ ଦିଏ। ଜଳ ତା’ ପାଖରେ ଥାଏ। ଗାଈ କ୍ଷୀର ଦିଏ। କ୍ଷୀର ତା’...

ଅଦୃଶ୍ୟ ଯୁଦ୍ଧ ଆଉ କେତେ ଦିନ

ଡ. ଅଜୟ କୁମାର ନନ୍ଦ   ଜୀବନରେ ସାମ୍ନା କରି ନ ଥିବା ଏକ ଅଦୃଶ୍ୟ ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଶୃଙ୍ଖଳିତ ଯୋଦ୍ଧା।...

ପ୍ରଚାର ବ୍ୟାକୁଳ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଟୁଇଟରରେ ଘୃଣା ବାର୍ତ୍ତା ପ୍ରଚାର କରିଥିବାରୁ ଏବେ ଏହି ସାମାଜିକ ଗଣମାଧ୍ୟମ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଦେଇଛି। ନିର୍ବାଚନ...

ଆଇନ କୂଟନୀତିଜ୍ଞ

ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୪୭ରେ ଅନ୍ତର୍ଜାତୀୟ ଆଇନ କମିଶନ (ଆଇଏଲ୍‌ସି) ଗଠନ କରାଯାଇଥିଲା। ଅନ୍ତର୍ଜାତୀୟ ଆଇନର ପ୍ରଗତିଶୀଳ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହା...

ଏଇ ଭାରତରେ

ସମ୍ବିଧାନର ଧାରା ୨୧(କ)ରେ ୬ରୁ ୧୪ ବର୍ଷ ବୟସର ସବୁ ପିଲାଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ମଧ୍ୟପ୍ରଦେଶର ନିମୁଚ...

ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର...

Advertisement


Archives

Model This Week