Posted inରାଜ୍ୟ

ବିଗିଡ଼ିଲାଣି ତଦନ୍ତ, ବଢ଼ିପାରେ ଅପରାଧ

ତ୍ରିନାଥ ମହାନ୍ତି
ଭୁବନେଶ୍ୱର,୨୭ା୫: କରୋନା ମହାମାରୀ ଭଳି ବିପତ୍ତିର ମୁକାବିଲା ପାଇଁ ପୋଲିସ କର୍ମଚାରୀ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି। ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆଇନଶୃଙ୍ଖଳା ରକ୍ଷା ସହ ସଂକ୍ରମଣ ରୋକିବା ଓ ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ରାଜ୍ୟ ପୋଲିସ ସବୁ କଳବଳ ଓ କୌଶଳ ଲଗାଇ ଦେଇଛି। ପୋଲିସର ଏପରି ବ୍ୟସ୍ତତା ଓ ଚାପ ଭିତରେ କିନ୍ତୁ ମୂଳ ଦାୟିତ୍ୱ ଅବହେଳିତ ହୋଇଯାଉଛି। ମାମଲା ରୁଜୁଠାରୁ ଆରମ୍ଭ କରି ତଦନ୍ତ ଓ ନ୍ୟାୟିକ ଧାରା ବିଗିଡ଼ିବାରେ ଲାଗିଛି। ଫଳରେ ଆଗକୁ ଅପରାଧ ବୃଦ୍ଧି ପାଇବା ସହ ରାଜ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
କରୋନା ଲଢେଇ ଏକ ଲମ୍ବା ସମୟ ଧରି ଚାଲିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସାମାଜିତ ଦୂରତ୍ୱ ପାଳନ, ପ୍ରବାସୀ ଶ୍ରମକିଙ୍କୁ କ୍ୱାରେଣ୍ଟାଇନ୍‌ ନେବା, ଅନ୍ୟ ରାଜ୍ୟ ସୀମାରେ ଛାଡିବା ଓ ଅନ୍ୟାନ୍ୟ ଆଇନଶୃଙ୍ଖଳା କାର୍ଯ୍ୟ ପୋଲିସ ଉପରେ ନ୍ୟସ୍ତ ରହିବ। ଏହାର ପ୍ରଭାବ ନିଶ୍ଚିତଭାବେ ତଦନ୍ତ ଉପରେ ପଡିବ ଓ କୋର୍ଟରେ ସଜା ହାର ଆହୁରି ତଳକୁ ଖସିବ। ବିଶେଷକରି ଖାଲି ପଡିଥିବା ପଦବୀ ସଂଖ୍ୟା, ପେଣ୍ଡିଂ କେସ୍‌ ଓ ଦୁର୍ବଳ ସଜା ହାର ରାଜ୍ୟ ପୋଲିସ ପାଇଁ ସବୁବେଳେ ଚିନ୍ତାର କାରଣ ଭାବେ ରହି ଆସିଛି। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟରେ ୧୦ ହଜାର ୫୪ଟି ପୋଲିସ ପଦବୀ ଖାଲି ପଡିଛି। ଗ୍ରୁପ୍‌ ଏ’ରେ ୫୦୧, ଗ୍ରୁପ୍‌-ବି’ରେ ୧୮୨୩, ଗ୍ରୁପ୍‌-ସିରେ ୬୪୮୭ ଏବଂ ଗ୍ରୁପ୍‌-ଡି ପୋଷ୍ଟରେ ୧୨୪୩ଟି ପଦବୀ ଖାଲି ରହିଛି। ନିକଟରେ ଦେଶବ୍ୟାପୀ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, କର୍ମଚାରୀଙ୍କ ସଂଖ୍ୟା କମ୍‌ ହେତୁ ଓଡ଼ିଶା ପୋଲିସର ଜଣେ ବ୍ୟକ୍ତି ସାଧାରଣତଃ ଦିନକୁ ୮ ଘଣ୍ଟାର ପ୍ରକୃତ ଡ୍ୟୁଟି ସମୟର ଦୁଇ ଗୁଣରୁ ଅଧିକ ସମୟ କାର୍ଯ୍ୟ କରନ୍ତି। ଏବେ କରୋନା ଲଢ଼େଇ ଯୋଗୁ ସେମାନଙ୍କ ଉପରେ ଚାପ ବହୁଗୁଣିତ ହୋଇଛି। ଫଳରେ ତଦନ୍ତ ପାଇଁ ପୋଲିସ ପାଖରେ ସମୟ ରହୁନି।
ସେହିପରି ଭାରତରେ ସର୍ବନିମ୍ନ ଦୋଷୀ ସାବ୍ୟସ୍ତ ରାଜ୍ୟ ତାଲିକାରେ ଓଡ଼ିଶା ଶୀର୍ଷରେ ରହିଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ଅନୁଯାୟୀ,୨୦୧୭ରେ ଓଡ଼ିଶାରେ ଆଇପିସି କ୍ରାଇମ୍‌ ୯.୩ ପ୍ରତିଶତ ରହିଥିବାବେଳେ ତାହା ୨୦୧୮ରେ ଖସି ଆସି ୫.୬ରେ ପହଞ୍ଚତ୍ଛି। ଏସ୍‌ଏଲ୍‌ଏଲ୍‌ ଆକ୍ଟ ଅଧୀନ ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍‌ ଆକ୍ଟ ଓ ସାଇବର ଅପରାଧ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ଓଡ଼ିଶା ପୋଲିସ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ୨୦୧୭ରେ ଏହି ହାର ୧୨.୫ ରହିଥିବାବେଳେ ୨୦୧୮ରେ ତାହା ଲଜ୍ଜ୍ୟାଜନକ ସ୍ତରକୁ ଅର୍ଥାତ୍‌ ୧.୧କୁ ଖସି ଆସିଛି।
ତେଣୁ ବିଭିନ୍ନ କୋଭିଡ଼୍‌-୧୯ ଗାଇଡ଼ଲାଇନ୍‌ ଅନୁପାଳନ ପାଇଁ ଆଇନଶୃଙ୍ଖଳା ଡ୍ୟୁଟିରେ ପୋଲିସ ଆଗକୁ ବ୍ୟସ୍ତ ରହିବ। ପୋଲିସ ଫୋର୍ସକୁ ଅନ୍ୟକାମରେ ଲଗାଇବା ଦ୍ୱାରା ତଦନ୍ତ ପ୍ରକ୍ରିୟା ଦୁର୍ବଳ ହେବ। ଫଳରେ ବହୁ ଅପରାଧୀ ଦୋଷୀ ସାବ୍ୟସ୍ତ ନ ହୋଇ ଖସିଯିବେ। ତେଣୁ ପରବର୍ତ୍ତୀ ସମୟରେ ରାଜ୍ୟରେ ଆପରାଧିକ ମାମଲା ବଢିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦର ୫ଟି ଗେଟ୍‌ ବନ୍ଦ

ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା...

ଭୁବନେଶ୍ୱରରେ ଆଜି ୮୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୨୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୩...

ରାଜଧାନୀରେ ହୁ ହୁ ହୋଇ ମାଡ଼ୁଛି କରୋନା: ଆଜି ୧୪ଶହ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୧୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୩ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୩୩ ଲୋକାଲ କେସ୍‌ ରହିଛି।...

ପଞ୍ଚାୟତିରାଜ ଓ ବିଜୁବାବୁ

ଲୋକମାନଙ୍କୁ ନିଜକୁ ଶାସନ କରିବାକୁ ସୁଯୋଗ ଦିଅ, ନିଜ ଅଞ୍ଚଳର ବିକାଶ ପାଇଁ ସେମାନଙ୍କୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ଦିଆଯାଉ ଏବଂ ସେମାନଙ୍କ ଯୋଜନାକୁ...

୧୦ରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯ ଦିନ ପରେ ଓଡ଼ିଶାରେ ପାଦ ଥାପିବ। ସେଥିପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୮...

୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି...

ଫସଲ କ୍ଷତି ଅନୁଧ୍ୟାନ ବେଳେ ସାମାଜିକ ଦୂରତ୍ୱକୁ ବେଖାତିର

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଯେଉଁଠି ସାମାଜିକ ଦୂରତ୍ୱକୁ...

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କୃଷ୍ଣପ୍ରସାଦ,୪ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ନନ୍ଦଳା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଅମ୍ବି ନାୟକ(୬୨) ।...

Advertisement


Archives

Model This Week