ବିଏମ୍‌ସିର ରାଜସ୍ବ ଚିନ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜସ୍ବ ବଢ଼ାଇବା ଚିନ୍ତାରେ ବାଉଳିଚାଉଳି ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ୧୫୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବ, ଏନେଇ ଟେର୍‌ ପାଉନି ବିଏମ୍‌ସି। ସର୍ବକ୍ଷମା ଯୋଜନାରେ ସୁଧାର ହେଉ ବା ହୋଲ୍ଡିଂ ଟ୍ୟାକ୍ସରେ ପରିବର୍ତ୍ତନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିୟମ ହେଉ ବା ବିଜ୍ଞାପନ ଏବଂ ବଜାର ଟିକସ୍‌ ଅଦାୟ, ସେହିପରି ପାର୍କିଂ ପାଇଁ ଟେଣ୍ଡର ହେଉ ବା ସ୍ପଟ୍‌ ଅକ୍ସନ୍‌, ସବୁଆଡ଼ୁ ରାଜସ୍ବ ଆଦାୟର ନିଗମ ଚେଷ୍ଟା ଚଳାଇଛି। ହେଲେ ସମସ୍ତ ପ୍ରକ୍ରିୟା ଏବେ ନାଲିଫିତା ତଳେ ନଥିପତ୍ର ହୋଇ ପଡ଼ିରହିଛି। ଚଳିତ ଆର୍ଥିକ ବର୍ଷର ୭ମାସ ବିତିଯାଇଥିଲେ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ବିଏମ୍‌ସି ମାତ୍ର ୩୦ କୋଟି ୯୧ ଲକ୍ଷ ୪୯ହଜାର ୮୧୩ ଟଙ୍କା ଆଦାୟ କରିଛି। ତେବେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ବିଏମ୍‌ସି ୧୫୦ କୋଟିର ରାଜସ୍ବ ଆଦାୟ ଟାର୍ଗେଟ୍‌ କିଭଳି ପୂରଣ କରିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି।
ଅନ୍ୟପକ୍ଷେ ବିଏମ୍‌ସିର ହୋଲ୍ଡିଂ ଟ୍ୟାକ୍ସ କଲେକ୍ଟର ଭାବେ ଏସ୍‌ଏଚ୍‌ଜି ମହିଳାଙ୍କ ନିଯୁକ୍ତି ଏବେ ବି ଟେଣ୍ଡର ଭାବେ ପଡ଼ିରହିଛି ଓ ବାରମ୍ବାର ଏହାର ସମୟସୀମା ବୃଦ୍ଧି କରାଯାଉଛି। ଏପଟେ ଏସ୍‌ଏଚ୍‌ଜି ମହିଳାମାନେ ବିଏମ୍‌ସିର ସର୍ତ୍ତରେ ରାଜି ନ ଥିବାବେଳେ ନିଷ୍କର୍ଷ ଆଲୋଚନାରେ ଅଟକିଛି। ଫଳରେ ଅହେତୁକ ବିଳମ୍ବ ହୋଇଚାଲିଛି। ଏନେଇ ଜଣେ ଏସ୍‌ଏଚ୍‌ଜି ମହିଳା କହିଛନ୍ତି, ମହିଳା ସଶକ୍ତୀକରଣ ବାର୍ତ୍ତା ଦେଇ ପ୍ରଲୋଭନ ଦେଖାଯାଉଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ନିଯୁକ୍ତି ପାଇଁ ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରଖାଯାଇଥିବାରୁ କେହି ମଧ୍ୟ ଟେଣ୍ଡରରେ ଆବେଦନ କରି ନ ଥିଲେ। ଏବେ ଉକ୍ତ ସର୍ତ୍ତକୁ କମାଇ ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ୍‌ ପାସ୍‌ ରଖାଯାଇଛି। ତେବେ ଆଗକୁ ଯଦିଓ ନିଯୁକ୍ତି ମିଳୁଛି, ଏତେ କମ୍‌ ସମୟ ମଧ୍ୟରେ ଏତେ ପରିମାଣର ରାଜସ୍ବ ଆଦାୟ କରିହେବ ନାହିଁ ବୋଲି ସେ କହିଛନ୍ତି।
ସେହିପରି ସହରରେ ପାର୍କିଂରୁ ବିଏମ୍‌ସି ମୋଟା ଅଙ୍କର ରାଜସ୍ବ ଆଦାୟ କରିଥାଏ। କିନ୍ତୁ ଗତ କିଛି ମାସ ହେବ ବିଏମ୍‌ସିର ଓ୍ବେବସାଇଟରେ ପାର୍କିଂ ପାଇଁ ଟେଣ୍ଡର ଅବଧି ବଢ଼ି ଚାଲିଛି, ହେଲେ ଆଶାନୁରୂପ ଆବେଦନ ହେଉନାହିଁ। ପ୍ରଥମତଃ ପାର୍କିଂ ପ୍ୟାକେଜ୍‌ ପାଇଁ କେହି ଆବେଦନ କରି ନ ଥିବାବେଳେ ଗତ ମାସରେ ପୁଣି ଥରେ ପ୍ରକାଶ ପାଇଥିବା ଟେଣ୍ଡରରେ ‘ମିନିମମ୍‌ କଷ୍ଟ ରେଟ୍‌’ ନ ଥିବାରୁ କେହି ଆବେଦନ କରି ନ ଥିଲେ। ଯେଉଁଥିପାଇଁ ଏବେ ପାର୍କିଂ ସ୍ଥଳଗୁଡ଼ିକର ନିଲାମ କରାଯିବ ବୋଲି ଓ୍ବେବସାଇଟରେ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଜମିର ବେଞ୍ଚ୍‌ମାର୍କ ଅନୁସାରେ ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ନୂଆ ନିୟମ ପ୍ରସ୍ତୁତ କରିଛି। ତେବେ ଏନେଇ କୌଣସି ଆଧିକାରିକ ସୂଚନା ମିଳି ନ ଥିବାବେଳେ ଗତ ୯ତାରିଖରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ପ୍ରତି ୨ବର୍ଷରେ ଜମିର ବେଞ୍ଚ୍‌ମାର୍କ ବଢ଼ାଇ ଦିଆଯାଉଥିବାବେଳେ ବିଏମ୍‌ସି ସେଭଳି କିଛି ନ କରି ଟ୍ୟାକ୍ସ ଆଦାୟର ପରିମାଣକୁ ଦ୍ୱିଗୁଣିତ କରିବ। ତେବେ ୨୦୧୦ରେ ପିଡବ୍ଲୁଡି ନିୟମାନୁଯାୟୀ ଟ୍ୟାକ୍ସ କଲେକ୍ସନ ପାଇଁ ନିୟମ ହୋଇଥିଲା। ହେଲେ ଏହାକୁ ନେଇ ଜନ ଅସନ୍ତୋଷ ହେବାସହ ବିରୋଧ କରାଯାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ବିଭିନ୍ନ ସମୟରେ ବିଏମ୍‌ସିର ଏଭଳି ନିଷ୍ପତ୍ତିଗୁଡ଼ିକୁ ନେଇ ବିରୋଧ କରାଯାଉଥିବାବେଳେ ଏହି ନିଷ୍ପତ୍ତିକୁ ମଧ୍ୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି...

ବିବାହ, ଶୁଦ୍ଧିରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ନେଇ ଉଦ୍‌ବେଗ: କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହା ମହାମାରୀ ରୂପ ନେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ଶୁଦ୍ଧିକାର୍ଯ୍ୟ ବେଳେ...

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

ସାହିଗଳିରେ ବୁଲି ପରିବା ବିକୁଛନ୍ତି ମହିଳା

ପୁରୀ ଅଫିସ,୧୧ା୪: ବିଶ୍ୱମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ଗଡ଼ୁନି ଗାଡ଼ି, ଖୋଲୁନି ଦୋକାନ ବଜାର। ବାହାରକୁ ନ...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ

ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର।...

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ଆଉ ଏକ ପଦକ୍ଷେପ: ଏଣିକି ରୋଗୀଙ୍କଠାରୁ ଫୋନ୍‌ ଯୋଗେ ମତାମତ ନେବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବିଗତ ଦିନରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ପୁଣି ଏଭଳି ଏକ ପଦକ୍ଷେପ...

ନଭେମ୍ବରର ସବୁ ଶନିବାର ସରକାରୀ ଅଫିସ ଛୁଟି

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ଆସନ୍ତା ମାସରେ ମଧ୍ୟ ସବୁ ଶନିବାର ସରକାରୀ ଅଫିସ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଏନେଇ ଶୁକ୍ରବାର ସାଧାରଣ...


Coronavirus Update

Archives

Model This Week

Why Dharitri