ବାୟୋମେଟ୍ରିକ୍‌ ଉପସ୍ଥାନ, ପରିଚୟପତ୍ର ବାଧ୍ୟତାମୂଳକ

ଛତ୍ରପୁର, ୮।୭(ଡି.ଏନ.ଏ)-ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଆସିବା ଓ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଜିଲାପାଳ, ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓ ଏବଂ ଜିଲାସ୍ତରୀୟ ଅଫିସର, ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ଆସିଛି। ନିଜ ନିଜ କାର୍ଯ୍ୟାଳୟରେ ଏହାକୁ କଡାକଡି ପାଳନ କରିବାକୁ ଜିଲାପାଳ କହିଛନ୍ତି।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାସର ଚତୁର୍ଥ ଶନିବାର ଛୁଟି ରହିବା ସହ କାର୍ଯ୍ୟାଳୟ ଖୋଲିବା ଓ ବନ୍ଦ ସମୟରେ ପରିବତ୍ତର୍ର୍ନ କରାଯାଇଥିବା ନେଇ ଜୁନ୍‌ ୨୨ରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା ବର୍ତ୍ତମାନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଚାଲୁଛି। ଅପରାହ୍ନ ୧ଟା ୩୦ ମିନିଟରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହେଉଛି। ଏହି ନିର୍ଦ୍ଦେଶ ଲାଗୁ ସହ ଆଉ କେତେକ ନିର୍ଦ୍ଦେଶ ଜିଲାପାଳଙ୍କ ପକ୍ଷରୁ ଜାରି ହୋଇଛି। କାର୍ଯ୍ୟାଳୟର ମୁଖ୍ୟଙ୍କ ବିନା ଅନୁମତିରେ କୌଣସି ଷ୍ଟାଫ୍‌ ନିଜ ଟେବୁଲ୍‌ ଛାଡି ପାରିବେନି । କାର୍ଯ୍ୟାଳୟକୁ ଆସିବା ଓ ଫେରିବା ସମୟରେ ବାୟୋମେଟ୍ରିକ୍‌ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସେହିପରି ପ୍ରତି ୧୫ ଦିନରେ ଥରେ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନର ରିପୋର୍ଟ ସମସ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଷ୍ଟାଫ୍‌ ମାନଙ୍କ ଜବ୍‌ ଚାର୍ଟ କାନ୍ଥରେ ପ୍ରଦର୍ଶନ କରାଯିବ ା ଏହାଦ୍ୱାରା ଜନସାଧାରଣଙ୍କର ସୁବିଧା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନ ୧ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ ମାର୍କେଟ, ମଲ: ୫ ଜଣଙ୍କୁ ପ୍ରବେଶ ଅନୁମତି

ବ୍ରହ୍ମପୁର ଅଫିସ,୧୩ା୫-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାର୍କେଟ ତଥା ଦୋକାନ ଖୋଲିବା ନେଇ ରହିଥିବା...

କରୋନା ସହ ଲଢ଼ିଲଢ଼ି ଶେଷରେ ଆଖିବୁଜିଲେ ଯୋଦ୍ଧା

ବୁଗୁଡ଼ା,୨୯।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧାଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ବୁଗୁଡ଼ା ବ୍ଲ୍ଳକ ଅନ୍ତର୍ଗତ...

ସାଇକେଲରେ ପଶ୍ଚିମବଙ୍ଗ ଫେରୁଥିବା ୪ ଶ୍ରମିକ କ୍ୱାରାଣ୍ଟାଇନରେ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗ ବିଭୂପୁରମ ଜିଲାାର ୪ଜଣ ଶ୍ରମିକ ୨ ମାସ ହେଲା ଆସି ଗଞ୍ଜାମ ଜିଲା ହିଞ୍ଜିଳିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଲକ୍‌ଡାଉନ...

କଲିକତାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାଆନ୍ଦୋଳନକୁ ଓହ୍ଲାଇଲେ ବ୍ରହ୍ମପୁରର ଡାକ୍ତର

ବ୍ରହ୍ମପୁର ଅଫିସ୍‌,୧୫ା୬-କଲିକତାସ୍ଥିତ ନୀଲରତନ ସିରକାର ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଜଣେ ୭୫ବର୍ଷୀୟ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ୨ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।...

ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ: ପାଠ୍ୟ ସମ୍ପର୍କୀୟ ଚିତ୍ର ଆଙ୍କୁଛନ୍ତି ଶିକ୍ଷକ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କରାତଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଟି.ନରସିଂହ ରେଡ୍ଡି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।...

ଗଞ୍ଜାମରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ: ମନ୍ତ୍ରୀ କହିଲେ ‘ଗଞ୍ଜାମର ସାଲିସ ବିହୀନ ସଂଗ୍ରାମ ଅବିସ୍ମରଣୀୟ

ଛତ୍ରପୁର, ୨୬।୧(ଡି.ଏନ୍‌.ଏ.)-ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ରବିବାର ଗଞ୍ଜାମ ଜ଼ିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ମନ୍ତ୍ରୀ ଅରୁଣ ସାହୁ ଯୋଗ...

ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର ଅଫିସ, ୧୩।୪: ଗଞ୍ଜାମ ଜିଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ବୁଧବାରଠୁ ୨୧ ତାରିଖ ଯାଏ ସବୁ ଧର୍ମାନୁଷ୍ଠାନ...

ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଗିରଫ

ହିଞ୍ଜିଳିକାଟୁ,୩୧ା୧୦: ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ପକ୍ଷରୁ ଶାସନଆମ୍ବଗାଁ ଓ ଶ୍ରଦ୍ଧାପୁର ଗ୍ରାମରେ ଶୁକ୍ରବାର ରାତି ଓ ଶନିବାର ପୂର୍ବାହ୍ନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ...

Advertisement
Archives

Model This Week