ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା ସେମାନଙ୍କ ସନ୍ତାନମାନଙ୍କୁ ଦେଖିଲେ ଜଣାପଡେ। ସେମାନଙ୍କ ମଧ୍ୟରୁ କେତେକ କଳାକାର ସିଙ୍ଗଲ୍‌ ଫାଦର୍‌ ହେବାକୁ ପସନ୍ଦ କରିଛନ୍ତି।

ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ ଅଭିନେତା ତଥା ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର। ୨୦୧୭ରେ କରନ୍‌ଙ୍କ ସରୋଗେସୀ ଜରିଆରେ ଜମଜ ସନ୍ତାନ ଜନ୍ମ ହୋଇଥିଲେ। ସେବେଠାରୁ ସେ ଉଭୟଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ କରନଙ୍କ ପୁଅ ୟଶ ଓ ଝିଅ ରୁହିଙ୍କ ଅନେକ ଭିଡିଓ ଭାଇରାଲ ହୋଇଛି। ପ୍ରଥମେ କରନଙ୍କ ଦୁନିଆ ମା’ବାପା ଥିବା ବେଳେ ଏବେ ସେଥିରେ ଦୁଇଟି ନୂଆ ନାମ ଯୋଡି ହୋଇଥିବା ସେ କୁହନ୍ତି।

କରନ୍‌ଙ୍କ ଭଳି ବଲିଉଡ୍‌ ଅଭିନେତା ତୁଷାର କପୁର ଧ୍ୟ ସରୋଗେସୀ ମାଧ୍ୟମରେ ପୁତ୍ର ସନ୍ତାନ ଲାଭ କରିଛନ୍ତି। ୨୦୧୬ରେ ସେ ପିତା ହେବା ପରେ ସେ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଥିଲେ। ସେହିପରି ଅଭିନେତା ରାହୁଲ ବୋଷ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୬ଟି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ସିଙ୍ଗଲ୍‌ ଫାଦର ଭାବେ ସେମାନଙ୍କ ଲାଳନପାଳନ କରିଆସୁଛନ୍ତି। ଏଥିପାଇଁ ସେ ବିଶେଷ ଯତ୍ନ ମଧ୍ୟ ନେଉଛନ୍ତି।
ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ମଧ୍ୟ ସିଙ୍ଗଲ୍‌ ଫାଦର୍‌ ପାଲଟିଛନ୍ତି। ସ୍ତ୍ରୀ ସୁଜୈନଙ୍କଠାରୁ ଅଲଗା ହେବା ପରେ ମଧ୍ୟ ସେ ପିଲାମାନଙ୍କ ସହ କ୍ୱାଲିଟି ସମୟ ବିତାଇବାକୁ ପଛାନ୍ତି ନାହିଁ। ସେହିଭଳି ସ୍ତ୍ରୀ ରିନା ଦେବଙ୍କ ମୃତ୍ୟୁ ପରେ ସିଙ୍ଗଲ୍‌ ଫାଦର୍‌ ଭାବେ ଖଳ ଅଭିନେତା ତଥା ମଡେଲ ରାହୁଲ ଦେବ ପୁଅର ଯତ୍ନ ନେଇ ଆସୁଛନ୍ତି। ପୁଅ ସିର୍ଦ୍ଧାର୍ଥ ଦେବଙ୍କ ଦେଖାଶୁଣା ସେ ନିଜେ କରନ୍ତି। ୨୦୧୦ରେ ରାହୁଲ ବିଗ୍‌ ବସ୍‌ରେ ନଜର ଆସିଥିଲେ। ତେବେ ସେ ପୁଅର ପଢ଼ା ଲାଗି ପଇସା ଚାହୁଁଥିବାରୁ ଏପରି କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଲକ୍ଷ୍ମୀ ବମର ‘ବୁର୍ଜ ଖଲିଫା’ ଗୀତ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ କିୟାରା ଆଡଭାନିଙ୍କ ଅଭିନୀତ ‘ଲକ୍ଷ୍ମୀ ବମ’ ଫିଲ୍ମର ଯେଉଁ ଗୀତକୁ ଦର୍ଶକେ ଆଗ୍ରହର ସହ ଅପେକ୍ଷା...

ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବାପା ରୋଲ କରିବାକୁ ଚାହୁଁ ନ ଥିଲେ ଅନିଲ କପୁର, କାରଣ ଜାଣିଲେ…

ଜୋୟା ଅଖତରଙ୍କ ଫିଲ୍ମ ‘ଦିଲ୍‌ ଧଡ୍‌କନେ ଦୋ’ରେ ଅଭିନେତା ଅନିଲ କପୁର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ...

୧୦ ବର୍ଷ ହେଲାଣି ଏହି ରୋଗ ସହ ଲଢ଼ୁଛନ୍ତି ସୁମୋନା: ଏବେ ଚତୁର୍ଥ ଷ୍ଟେଜ୍‌ରେ…

ବମ୍ବେ: ଲକ୍‌ଡାଉନ୍‌ରେ ଦୁଃଖ ବଖାଣିଛନ୍ତି କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ‘ଦ କପିଲ ଶର୍ମା ଶୋ’ରେ ନଜର ଆସୁଥିବା ସୁମୋନାଙ୍କ ପାଖରେ ଏବେ କୌଣସି...

କେଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍‌

ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍‌,...

ସୈଫ୍‌ଙ୍କ ଉପରକୁ ହାତ ଉଠାଇଲେ ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ବଡ଼ ପୁଅ ତୈମୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ...

‘ବିଗ୍‌ବସ୍‌’ ହୋଷ୍ଟ କରିବେନି ସଲ୍‌ମାନ

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌’ କହିଲେ ସମସ୍ତେ ବଲିଉଡ୍‌ ଅଭିନେତା ସଲ୍‌ମାନଙ୍କ କଥା ହିଁ ବୁଝିଥାନ୍ତି। ଦୀର୍ଘ ୮ ବର୍ଷ ଧରି ସେ ହିଁ ଏହି...

ନିଜକୁ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

‘ଜୁନୋ’,‘ଇନସେପ୍ସନ’, ‘ଦ ଅମ୍ବରେଲା ଏକାଡେମୀ’ ଆଦି ଫିଲ୍ମରେ ଅଭିନୟ କରିସାରିଥିବା ଓସ୍କାର ନୋମିନେଟେଡ କଳାକାର ଇଲେନ ପେଜ ଜଣେ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି।...

ବୟଫ୍ରେଣ୍ଡ୍‌ଙ୍କ ବିନା ଜନ୍ମଦିନ ପାଳିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି...

Advertisement
Archives

Model This Week