ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ୍‌,୭ା୬- ମଡର୍ଣ୍ଣ ୟୁଥ୍‌ କ୍ଲବ ତରଫରୁ ତଥା ବିଏମ୍‌ସି ସହଯୋଗରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ। କ୍ରୀଡ଼ାରେ ଭବିଷ୍ୟତ ଗଢ଼ିବାକୁ ହେଲେ ଲକ୍ଷ୍ୟ ସ୍ଥିର ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ବ୍ରହ୍ମପୁରରେ ଥିବା ବାସ୍କେଟବଲ୍‌ କୋର୍ଟଗୁଡ଼ିକର ଉନ୍ନତୀକରଣ ପାଇଁ ଖୁବ୍‌ ଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଏଏସ୍‌ପି ମହାଧର ସେଠୀ, ଡିଏସ୍‌ପି ଅଜୟ ମିଶ୍ର, ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ଏବଂ ଯୁଗ୍ମ ସମ୍ପାଦକ ସନ୍ତୋଷ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ କ୍ଲବର ପ୍ରତିଷ୍ଠାତା ସଦସ୍ୟ ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ଉପେନ୍ଦ୍ର ପଟ୍ଟନାୟକଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ସହ ଉପହାର ଦିଆଯାଇଥିଲା। ଏଥି ସହ ଶିବିର ଅବସରରେ ଆୟୋଜିତ ହୋଇଥିବା ଧ୍ୟାନଚାନ୍ଦ ମହାନ୍ତି ସ୍ମାରକୀ ବାସ୍କେଟବଲ୍‌ ପ୍ରତିଯୋଗିତାର ବାଳିକା ଚାମ୍ପିୟନ୍‌ ଥଣ୍ଡର୍ସ ଏବଂ ବାଳକ ଚାମ୍ପିୟନ୍‌ ରାଇଜିଙ୍ଗ୍‌ ଷ୍ଟାର୍‌କୁ ପୁରସ୍କୃତ କରାଯାଇଥିଲା। କ୍ଲବ ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିର ତଥା କାର୍ଯ୍ୟକ୍ରମରେ ବିନାୟକ ହୋତା, ଶ୍ରୀମନ୍‌ ନାୟକ ଏବଂ ଦୀପକ ରଥ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ। କ୍ଲବ କର୍ମକର୍ତ୍ତା ପ୍ରଶା


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଏମ୍‌କେସିଜି: ସୁପରସ୍ପେଶାଲିଟି ବ୍ଲକରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୪।୧୦: ଏମ୍‌କେସିଜି ମେଡିକାଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସୁପରସ୍ପେଶାଲିଟି (ଏସ୍‌ଏସ୍‌) କୋଠାରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ୪ଥର ଉକ୍ତ ବ୍ଲକରୁ ସିଲିଂ ଖସିଛି। ଉକ୍ତ...

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ୨ ଜଣଙ୍କ ଜାମିନ ଆବେଦନ, ୨୩ରେ ଶୁଣାଣି

ଛତ୍ରପୁର,୪ା୧୦(ଡି.ଏନ.ଏ.): ଛତ୍ରପୁର ଏନ୍‌ଏସିର ତତ୍କାଳୀନ ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା ା...

ଶାଗ ତୋଳିବାକୁ ଯାଇ ଫେରିଲେନି ମହିଳା: ୩ ଦିନ ପରେ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୨୭ା୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମଠାରୁ ୧ କି.ମି ଦୂର ବିଲରେ ଥିବା ଏକ କୂଅରୁ ବୁଧବାର ଜଣେ ମହିଳାଙ୍କ କ୍ଷତବିକ୍ଷତ...

ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ: ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା

ଗଞ୍ଜାମ,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ପରିଦର୍ଶନରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗୁରୁବାର ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ଏନ୍‌ଏସି...

ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ,୧୮ା୩(ଡି.ଏନ.ଏ.) – ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ କୁକୁଡ଼ାଫାର୍ମ ସମ୍ମୁଖ ଏକ ପୋଖରୀରୁ ମଙ୍ଗଳବାର ଜଣେ ଛାତ୍ରଙ୍କ...

ବିଇଡି ପରୀକ୍ଷା ଘୁଞ୍ଚାଇବା ନେଇ କୁଳସଚିବଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୮ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଇଡି ମହାବିଦ୍ୟାଳୟଗୁଡିକର ଦ୍ୱିତୀୟ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ହୋଇଛିା ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ...

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଧର୍ମଘଟ

ଗଞ୍ଜାମ,୧୫ା୭(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ଘଟି ଚାଲିଛି। ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର୍‌ ଶହେ ଟପିଲାଣି। ଏହାର...

Advertisement
Archives

Model This Week