ଛତ୍ରପୁର,୧୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଥିବା ସଇରାତରୁ ବାଲି ଓ ପଥର ଚୋରି ହେବାରେ ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଏକ ଅଡିଟ୍ ଟିମ୍ ଆସି ଜିଲାରେ ଥିବା ବାଲି ଓ ପଥର ସଇରାତ ଅନୁଧ୍ୟାନ କରି ଏହାର ସ୍ଥିତି କ’ଣ, ରାଜସ୍ବ କେତେ ମିଳୁଛି ଓ କେତେ କ୍ଷତି ହେଉଛି ସେ ସବୁ ତଥ୍ୟ ସଂଗ୍ରହ କରୁଛି। ପ୍ରଥମେ ଉକ୍ତ ଟିମ୍ କନିଷି ତହସିଲ ଅଞ୍ଚଳରେ ଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ। ରବିବାରଠାରୁ ସେମାନେ ଛତ୍ରପୁର ତହସିଲ ଅଞ୍ଚଳକୁ ଆସିବେ। ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଶନିବାର ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମର ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଛତ୍ରପୁରରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ସଇରାତ ଗୁଡିକରେ ବେଆଇନ୍ କାମ ହେଉଛି କି ନାହିଁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସରେ ଥରେ ସମସ୍ତ ବାଲି ଓ ପଥର ସଇରାତକୁ ରାଜସ୍ବ ନିରୀକ୍ଷକମାନେ ଯାଇ ଅନୁଧ୍ୟାନ କରିବାକୁ କୁହାଯାଇଛି। ସେହିପରି ପ୍ରତି ୩ ମାସରେ ଥରେ ତହସିଲଦାରମାନେ ସଇରାତ ପରିଦର୍ଶନରେ ଯିବେ। ବେଆଇନ୍ କାମ ହେଉଥିଲେ ଉପଜିଲାପାଳଙ୍କ ସହ ମିଶି ପ୍ଲାନ୍ କରି ପୋଲିସ ର ସହାୟତା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଇରାତ ଗୁଡିକର ଲିଜ୍ ହୋଇନି ତାର ଲିଜ୍ ପାଇଁ ନୋଟିସ୍ କରାଯାଉ। କେହି ଲିଜ୍ ନ ନେଲେ ମଧ୍ୟ ପ୍ରତିବର୍ଷ ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଲିଜ୍ ପାଇଁ ନୋଟିସ୍ କରିବାକୁ ଅତିରିକ୍ତ ଜିଲାପାଳ କହିଛନ୍ତି। ଛତ୍ରପୁର ତହସିଲ ପକ୍ଷରୁ ସଇରାତ ପାଇଁ ଦିଆଯାଇଥିତ୍ବା ନୋଟିସ୍ ସମ୍ପର୍କରେ ରେକର୍ଡ ଓ ଅର୍ଡର ସିଟ୍ ରହୁ ନ ଥିବା ଅତିରିକ୍ତ ଜିଲାପାଳ କହିଥିଲେ। ସେହିପରି ଅନ୍ୟ ତହସିଲ ଅଫିସଗୁଡିକରେ ଏ ସମ୍ପର୍କରେ ଠିକ୍ ଭାବେ ରେକର୍ଡ ପରିଚାଳନା ହେଉ ନ ଥିବା ଜଣାଯାଇଛି। ଅନ୍ୟ କେଉଁ ସଇରାତର ଲିଜ୍ ହୋଇପାରିବ ତାହାର ରିପୋର୍ଟ ଦେବାକୁ ବୈଠକରେ ଉପସ୍ଥିତ ତହସିଲଦାରମାନଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ମାନେ ଫିଲ୍ଡ୍କୁ ଯାଇ ତଦନ୍ତ କରି ରିପୋର୍ଟ ଦେବେ। ଉପଜିଲାପାଳମାନେ ମାସକ ମଧ୍ୟରେ ଏହାର ଡିସପୋଜ୍ କରିବେ। ଯଦି ଡିସପୋଜାଲ୍ ହୋଇ ନ ପାରେ ତେବେ ତାହାର କାରଣ ଜଣାଇେ ଉପଜିଲାପାଳ। ସଇରାତଗୁଡିକର ଠିକ୍ ଦର ଧାର୍ଯ୍ୟ ନ କଲେ ଜିଲାରୁ ଟିମ୍ ଯାଇ ଅନୁଧ୍ୟାନ କରିବ ବୋଲି ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତ କହିଥିଲେ।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ନିୟମକୁ ଉଲ୍ଲଘଂନ କରି ଜିଲାରେ ଜେସିବି ମେଶିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇ ଚାଲାଣ ହେଉଛି। ଏପରିକି କେତକ ସ୍ଥାନରେ ଲିଜ୍ ନ ଥାଇ ମଧ୍ୟ ବାଲି ଉତ୍ତୋଳନ ହେଉଛି। ସେହିପରି ବେଆଇନ୍ ଭାବେ ବିଭିନ୍ନ ପାହାଡରୁ ପଥର ଫୁଟାଯାଉଛି। ଏ ସବୁ ପ୍ରଶାସନ ନିକଟରେ ଖବର ଅଛି। ଏହାକୁ ଗୁରୁତ୍ୱର ସହ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିଷ୍ପତ୍ତି ନେଇଥିଲୋ ସଇରାତ ନିକଟରେ ଭିଡିଓ ରେକଡିଂ କରାଯାଇ ଦୈନିକ କେତେ ବାଲି ଉତ୍ତୋଳନ ହୋଇ କେତେ ବିକ୍ରି ପାଇଁ ଯାଉଛି ତାର ମନିଟରିଂ କରି ଜାଣିବା ପାଇଁ ଜିଲାପାଳ ସ୍ଥିର କରିଥିଲେ। ଏହାଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ବାଲି ଓ ପଥର ମାଫିଆମାନଙ୍କୁ ସୁହାଇଛି।
ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ
ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ…
ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …
ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…
ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…
ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…
ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…
ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…
ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍କୁ ଦ୍ରୁତଗତିରେ ଆସି ଜଣେ ବାଇକ୍କୁ ଧକ୍କା…
କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ
ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…
ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…
ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…
ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…
ଛତ୍ରପୁର,୨ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…
Archives

