ଛତ୍ରପୁର,୧୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଥିବା ସଇରାତରୁ ବାଲି ଓ ପଥର ଚୋରି ହେବାରେ ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଏକ ଅଡିଟ୍ ଟିମ୍ ଆସି ଜିଲାରେ ଥିବା ବାଲି ଓ ପଥର ସଇରାତ ଅନୁଧ୍ୟାନ କରି ଏହାର ସ୍ଥିତି କ’ଣ, ରାଜସ୍ବ କେତେ ମିଳୁଛି ଓ କେତେ କ୍ଷତି ହେଉଛି ସେ ସବୁ ତଥ୍ୟ ସଂଗ୍ରହ କରୁଛି। ପ୍ରଥମେ ଉକ୍ତ ଟିମ୍ କନିଷି ତହସିଲ ଅଞ୍ଚଳରେ ଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ। ରବିବାରଠାରୁ ସେମାନେ ଛତ୍ରପୁର ତହସିଲ ଅଞ୍ଚଳକୁ ଆସିବେ। ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଶନିବାର ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମର ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଛତ୍ରପୁରରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ସଇରାତ ଗୁଡିକରେ ବେଆଇନ୍ କାମ ହେଉଛି କି ନାହିଁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସରେ ଥରେ ସମସ୍ତ ବାଲି ଓ ପଥର ସଇରାତକୁ ରାଜସ୍ବ ନିରୀକ୍ଷକମାନେ ଯାଇ ଅନୁଧ୍ୟାନ କରିବାକୁ କୁହାଯାଇଛି। ସେହିପରି ପ୍ରତି ୩ ମାସରେ ଥରେ ତହସିଲଦାରମାନେ ସଇରାତ ପରିଦର୍ଶନରେ ଯିବେ। ବେଆଇନ୍ କାମ ହେଉଥିଲେ ଉପଜିଲାପାଳଙ୍କ ସହ ମିଶି ପ୍ଲାନ୍ କରି ପୋଲିସ ର ସହାୟତା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଇରାତ ଗୁଡିକର ଲିଜ୍ ହୋଇନି ତାର ଲିଜ୍ ପାଇଁ ନୋଟିସ୍ କରାଯାଉ। କେହି ଲିଜ୍ ନ ନେଲେ ମଧ୍ୟ ପ୍ରତିବର୍ଷ ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଲିଜ୍ ପାଇଁ ନୋଟିସ୍ କରିବାକୁ ଅତିରିକ୍ତ ଜିଲାପାଳ କହିଛନ୍ତି। ଛତ୍ରପୁର ତହସିଲ ପକ୍ଷରୁ ସଇରାତ ପାଇଁ ଦିଆଯାଇଥିତ୍ବା ନୋଟିସ୍ ସମ୍ପର୍କରେ ରେକର୍ଡ ଓ ଅର୍ଡର ସିଟ୍ ରହୁ ନ ଥିବା ଅତିରିକ୍ତ ଜିଲାପାଳ କହିଥିଲେ। ସେହିପରି ଅନ୍ୟ ତହସିଲ ଅଫିସଗୁଡିକରେ ଏ ସମ୍ପର୍କରେ ଠିକ୍ ଭାବେ ରେକର୍ଡ ପରିଚାଳନା ହେଉ ନ ଥିବା ଜଣାଯାଇଛି। ଅନ୍ୟ କେଉଁ ସଇରାତର ଲିଜ୍ ହୋଇପାରିବ ତାହାର ରିପୋର୍ଟ ଦେବାକୁ ବୈଠକରେ ଉପସ୍ଥିତ ତହସିଲଦାରମାନଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ମାନେ ଫିଲ୍ଡ୍କୁ ଯାଇ ତଦନ୍ତ କରି ରିପୋର୍ଟ ଦେବେ। ଉପଜିଲାପାଳମାନେ ମାସକ ମଧ୍ୟରେ ଏହାର ଡିସପୋଜ୍ କରିବେ। ଯଦି ଡିସପୋଜାଲ୍ ହୋଇ ନ ପାରେ ତେବେ ତାହାର କାରଣ ଜଣାଇେ ଉପଜିଲାପାଳ। ସଇରାତଗୁଡିକର ଠିକ୍ ଦର ଧାର୍ଯ୍ୟ ନ କଲେ ଜିଲାରୁ ଟିମ୍ ଯାଇ ଅନୁଧ୍ୟାନ କରିବ ବୋଲି ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତ କହିଥିଲେ।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ନିୟମକୁ ଉଲ୍ଲଘଂନ କରି ଜିଲାରେ ଜେସିବି ମେଶିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇ ଚାଲାଣ ହେଉଛି। ଏପରିକି କେତକ ସ୍ଥାନରେ ଲିଜ୍ ନ ଥାଇ ମଧ୍ୟ ବାଲି ଉତ୍ତୋଳନ ହେଉଛି। ସେହିପରି ବେଆଇନ୍ ଭାବେ ବିଭିନ୍ନ ପାହାଡରୁ ପଥର ଫୁଟାଯାଉଛି। ଏ ସବୁ ପ୍ରଶାସନ ନିକଟରେ ଖବର ଅଛି। ଏହାକୁ ଗୁରୁତ୍ୱର ସହ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିଷ୍ପତ୍ତି ନେଇଥିଲୋ ସଇରାତ ନିକଟରେ ଭିଡିଓ ରେକଡିଂ କରାଯାଇ ଦୈନିକ କେତେ ବାଲି ଉତ୍ତୋଳନ ହୋଇ କେତେ ବିକ୍ରି ପାଇଁ ଯାଉଛି ତାର ମନିଟରିଂ କରି ଜାଣିବା ପାଇଁ ଜିଲାପାଳ ସ୍ଥିର କରିଥିଲେ। ଏହାଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ବାଲି ଓ ପଥର ମାଫିଆମାନଙ୍କୁ ସୁହାଇଛି।

ଗାଡ଼ି ଧକ୍କାରେ ଆହତ ହରିଣ ଉଦ୍ଧାର
ହିଞ୍ଜିଳିକାଟୁ,୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଓ ଶିକିରି ତାରାତାରିଣୀ ରୋଡ୍ରେ ଗାଡ଼ିଧକ୍କାରେ ଏକ ଆହତ ହରିଣକୁ ଶନିବାର ଉଦ୍ଧାର କରାଯାଇଛି। ହରିଣଟି ରାସ୍ତା ପାରି ହେଉଥିବା...

ଏକତରଫା ପ୍ରେମରେ ପଡ଼ିଲା ରକ୍ତର ଛିଟା
ଭଞ୍ଜନଗର,୧୪।୭: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ...

ସଙ୍ଗରୋଧ କେନ୍ଦ୍ରରେ ସାପ
ହିଞ୍ଜିଳିକାଟୁ,୨୪ା୫(ଡ଼ି.ଏନ୍.ଏ.)- ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ଖମ୍ବେୟାଦୋରା ଜୁନିୟର କଲେଜରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ସରୀସୃପ ଦେଖି ଅନ୍ତେବାସୀମାନେ ଅତଙ୍କିତ ହୋଇ ପଡ଼ିଛନ୍ତି। ଗତ ୪ଦିନ ହେଲା...

ବାବୁ ଆମକୁ ରକ୍ଷା କର: ଠେଲାଦୋକାନ ଭାଙ୍ଗିଲେ ଏବେ ଘର ବି ଭାଙ୍ଗିଦେବେ
ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ବାବୁ ଆମକୁ ରକ୍ଷା କର। ଠେଲାଦୋକାନ ଭାଙ୍ଗିଦେଲେ ଏବେ ଘରବି ଭାଙ୍ଗିଦେବେ। ଆମେ ଯିବୁ କୁଆଡେ ବୋଲି ଭାଜପା ନେତାଙ୍କ ଆଗରେ ଏକ ଗରିବ...
ଗଞ୍ଜାମ ଏସ୍ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ
ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ...

ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ
ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ...

ଆଦର୍ଶ ବିଦ୍ୟାଳୟର ୨ କର୍ମଚାରୀ ହାତାହାତି: ସୋସିଆଲ ମିଡିଆରେ ଭାଇରାଲ
ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ...

ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ: ବିଫଳ ହେବା ପରେ ଫଟୋ ଭାଇରାଲ କରି ଜେଲଗଲେ ଶିକ୍ଷକ
ବ୍ରହ୍ମପୁର ଅଫିସ,୨୬।୯: ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଶିକ୍ଷକ। ପରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ତାଙ୍କୁ ବ୍ଲାକମେଲ୍ କରିବା ଜଣେ ବିଜ୍ଞାନ ଶିକ୍ଷକଙ୍କ ପାଇଁ...