ବାଲି, ପଥର ଚୋରିର ତଦନ୍ତ କରୁଛି ଟିମ୍‌

ଛତ୍ରପୁର,୧୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଥିବା ସଇରାତରୁ ବାଲି ଓ ପଥର ଚୋରି ହେବାରେ ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଏକ ଅଡିଟ୍‌ ଟିମ୍‌ ଆସି ଜିଲାରେ ଥିବା ବାଲି ଓ ପଥର ସଇରାତ ଅନୁଧ୍ୟାନ କରି ଏହାର ସ୍ଥିତି କ’ଣ, ରାଜସ୍ବ କେତେ ମିଳୁଛି ଓ କେତେ କ୍ଷତି ହେଉଛି ସେ ସବୁ ତଥ୍ୟ ସଂଗ୍ରହ କରୁଛି। ପ୍ରଥମେ ଉକ୍ତ ଟିମ୍‌ କନିଷି ତହସିଲ ଅଞ୍ଚଳରେ ଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ। ରବିବାରଠାରୁ ସେମାନେ ଛତ୍ରପୁର ତହସିଲ ଅଞ୍ଚଳକୁ ଆସିବେ। ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଶନିବାର ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମର ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଛତ୍ରପୁରରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ସଇରାତ ଗୁଡିକରେ ବେଆଇନ୍‌ କାମ ହେଉଛି କି ନାହିଁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସରେ ଥରେ ସମସ୍ତ ବାଲି ଓ ପଥର ସଇରାତକୁ ରାଜସ୍ବ ନିରୀକ୍ଷକମାନେ ଯାଇ ଅନୁଧ୍ୟାନ କରିବାକୁ କୁହାଯାଇଛି। ସେହିପରି ପ୍ରତି ୩ ମାସରେ ଥରେ ତହସିଲଦାରମାନେ ସଇରାତ ପରିଦର୍ଶନରେ ଯିବେ। ବେଆଇନ୍‌ କାମ ହେଉଥିଲେ ଉପଜିଲାପାଳଙ୍କ ସହ ମିଶି ପ୍ଲାନ୍‌ କରି ପୋଲିସ ର ସହାୟତା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଇରାତ ଗୁଡିକର ଲିଜ୍‌ ହୋଇନି ତାର ଲିଜ୍‌ ପାଇଁ ନୋଟିସ୍‌ କରାଯାଉ। କେହି ଲିଜ୍‌ ନ ନେଲେ ମଧ୍ୟ ପ୍ରତିବର୍ଷ ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ପାଇଁ ନୋଟିସ୍‌ କରିବାକୁ ଅତିରିକ୍ତ ଜିଲାପାଳ କହିଛନ୍ତି। ଛତ୍ରପୁର ତହସିଲ ପକ୍ଷରୁ ସଇରାତ ପାଇଁ ଦିଆଯାଇଥିତ୍ବା ନୋଟିସ୍‌ ସମ୍ପର୍କରେ ରେକର୍ଡ ଓ ଅର୍ଡର ସିଟ୍‌ ରହୁ ନ ଥିବା ଅତିରିକ୍ତ ଜିଲାପାଳ କହିଥିଲେ। ସେହିପରି ଅନ୍ୟ ତହସିଲ ଅଫିସଗୁଡିକରେ ଏ ସମ୍ପର୍କରେ ଠିକ୍‌ ଭାବେ ରେକର୍ଡ ପରିଚାଳନା ହେଉ ନ ଥିବା ଜଣାଯାଇଛି। ଅନ୍ୟ କେଉଁ ସଇରାତର ଲିଜ୍‌ ହୋଇପାରିବ ତାହାର ରିପୋର୍ଟ ଦେବାକୁ ବୈଠକରେ ଉପସ୍ଥିତ ତହସିଲଦାରମାନଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ମାନେ ଫିଲ୍ଡ୍‌କୁ ଯାଇ ତଦନ୍ତ କରି ରିପୋର୍ଟ ଦେବେ। ଉପଜିଲାପାଳମାନେ ମାସକ ମଧ୍ୟରେ ଏହାର ଡିସପୋଜ୍‌ କରିବେ। ଯଦି ଡିସପୋଜାଲ୍‌ ହୋଇ ନ ପାରେ ତେବେ ତାହାର କାରଣ ଜଣାଇେ ଉପଜିଲାପାଳ। ସଇରାତଗୁଡିକର ଠିକ୍‌ ଦର ଧାର୍ଯ୍ୟ ନ କଲେ ଜିଲାରୁ ଟିମ୍‌ ଯାଇ ଅନୁଧ୍ୟାନ କରିବ ବୋଲି ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତ କହିଥିଲେ।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ନିୟମକୁ ଉଲ୍ଲଘଂନ କରି ଜିଲାରେ ଜେସିବି ମେଶିନ୍‌ ଦ୍ୱାରା ବାଲି ଉତ୍ତୋଳନ କରାଯାଇ ଚାଲାଣ ହେଉଛି। ଏପରିକି କେତକ ସ୍ଥାନରେ ଲିଜ୍‌ ନ ଥାଇ ମଧ୍ୟ ବାଲି ଉତ୍ତୋଳନ ହେଉଛି। ସେହିପରି ବେଆଇନ୍‌ ଭାବେ ବିଭିନ୍ନ ପାହାଡରୁ ପଥର ଫୁଟାଯାଉଛି। ଏ ସବୁ ପ୍ରଶାସନ ନିକଟରେ ଖବର ଅଛି। ଏହାକୁ ଗୁରୁତ୍ୱର ସହ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିଷ୍ପତ୍ତି ନେଇଥିଲୋ ସଇରାତ ନିକଟରେ ଭିଡିଓ ରେକଡିଂ କରାଯାଇ ଦୈନିକ କେତେ ବାଲି ଉତ୍ତୋଳନ ହୋଇ କେତେ ବିକ୍ରି ପାଇଁ ଯାଉଛି ତାର ମନିଟରିଂ କରି ଜାଣିବା ପାଇଁ ଜିଲାପାଳ ସ୍ଥିର କରିଥିଲେ। ଏହାଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ବାଲି ଓ ପଥର ମାଫିଆମାନଙ୍କୁ ସୁହାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

କେଦାରେଶ୍ୱର ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚୋରମାନେ ମହାଦେବଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କୁସୁପୁର ଗ୍ରାମରେ ଥିବା କେଦାରେଶ୍ବର ମହାଦେବ ମନ୍ଦିରରେ ଶନିବାର ବିଳମ୍ବିତ...

ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri