ବାଲିଗୁଡ଼ାରେ ଉପସ୍ଥିତି ଜାହିର କଲେ ମାଓବାଦୀ: ଗଛ ପକାଇ ରାସ୍ତା ଅବରୋଧ କଲେ

ବାଲିଗୁଡ଼ା,୧୪ା୫(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସୋମବାର ମଧ୍ୟ  ରାତିରେ ବାଲିଗୁଡ଼ା- କଣ୍ଟାମାଳ ମୁଖ୍ୟରାସ୍ତାର ପରୁଭଟ୍ଟା ଘାଟିରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ସେଠାରେ ପୋଷ୍ଟର ମଧ୍ୟ ଛାଡି ଯାଇଥିଲେ। ମଙ୍ଗଳବାର ସକାଳୁ ଏହା ଦେଖାଯାଇଥିଲା। ରାସ୍ତା ଉପରେ ଗଛ ପଡ଼ିଥିବାରୁ  ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ  ବିଭିନ୍ନ ଗାଡ଼ି ଚାଳକ, ଯାତ୍ରୀ ଓ ଆଖପାଖ ଜନସାଧାରଣ ମିଶି ରାସ୍ତାରୁ ଗଛ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି।  ତଥାପି ଲୋକଙ୍କ ମଧ୍ୟରେ ଭୟ ରହିଛି।

ରାସ୍ତା ଅବରୋଧସ୍ଥଳରେ କେକେବିଏନ୍‌ ସଙ୍ଗଠନ ପକ୍ଷରୁ ଲଗା ଯାଇଥିବା ପୋଷ୍ଟରରେ ମେ ୧୩ ତାରିଖକୁ ସୁଡ୍ରୁକୁମ୍ପା ଶହୀଦ ସାଥୀଙ୍କ ସ୍ମରଣ ଦିନ ଭାବେ ପାଳନ କରିବା ଓ ସୁଡ୍ରୁକୁମ୍ପା ଶହୀଦ ସାଥୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ମେ ୧୫ରେ ୨୪ ଘଣ୍ଟିଆ କେକେବିଏନ୍‌ ଡିଭିଜନ୍‌ ବନ୍ଦକୁ ସଫଳ କରିବାକୁ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ସୁଡ୍ରୁକୁମ୍ପା ଶହୀଦ ସାଥୀଙ୍କ ପ୍ରତିଶୋଧ ନେବା ପାଇଁ ପିଏଲ୍‌ଜିଏରେ ଭର୍ତ୍ତି ହେବା, ପୋଲିସ୍‌ର ଦମନ ଅତ୍ୟାଚାର ବିରୋଧରେ ଜନତା ସଶସ୍ତ୍ର ସଂଘର୍ଷକୁ ଜୋରଦାର କରିବା ଏବଂ ପୋଲିସ୍‌ ପାଖରେ ଆମତ୍ସମର୍ପଣ କରିଥିବା ପ୍ରତିବିପ୍ଲବୀ ରଙ୍କି ଓ ରାକେଶଙ୍କୁ ଜନତା କ୍ଷମା ନ ଦେବାକୁ ଉଲ୍ଲେଖ କରିଛନ୍ତି। ପୋଷ୍ଟର ଶେଷରେ କେକେବିଏନ୍‌ ଡିଭିଜନାଲ୍‌ କମିଟି, ଭାକପା (ମାଓବାଦୀ) ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି...

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ...

ଖବରଦାତାଙ୍କ ବିରୋଧରେ ମିଥା ମାମଲା ନେଇ ଜିଲା ଏସ୍‌ପିଙ୍କୁ ଜବାବ ତଲବ କଲେ ଜାତୀୟ ମାନବାଧିକାର ଆୟୋଗ

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକରେ ଜଣେ ଓ୍ବେବ ଖବରଦାତା ରିପୁନ ବାରିକଙ୍କ ପ୍ରତି କରିଥିବା ଅତ୍ୟାଚାର ଓ ମିଥ୍ୟା ମୋକଦ୍ଦମା ଘଟଣାକୁ ନେଇ ଯାଜପୁରର ମାନବାଧିକାର...

ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି...

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ମଣ୍ଡି ସମସ୍ୟା ନେଇ ପୂର୍ବରୁ ବିଧାନସଭାରେ ଆତ୍ମହତ୍ୟା କରିବାକୁ ନେଚବନୀ ଦେଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଶୁକ୍ରବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ...

ମନ୍ତ୍ରୀ ଫେରିବା ପରେ ଭାଙ୍ଗିଦେଲେ ଉଦ୍‌ଘାଟନୀ ଫଳକ

ରାୟଗଡ଼ା ଅଫିସ,୧୯ା୯: ଉପାନ୍ତ ରାୟଗଡ଼ା ଜିଲାର ଅନେକ ଗାଁକୁ ଏବେ ବି ମୋବାଇଲ ଟାଓ୍ବାର ଅପହଞ୍ଚ ରହିଛି। ସଦର ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପେନିକଣାଠାରେ ମୋବାଇଲ...

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା,୨୦।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ପକ୍ଷରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନାନୁସାରେ,...

୨୨ବର୍ଷରେ ୧୨୧ ହାତୀ ମୃତ

କେନ୍ଦୁଝର,୧୨।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ହାତୀ ମଣିଷ ଲଢ଼େଇ ଲାଗି ରହିଛି। କେତେବେଳେ ନିରୀହ ମଣିଷଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷଙ୍କ ଆକ୍ରୋଶରୁ ଟଳି ପଡ଼ୁଛନ୍ତି ହାତୀ।...

Advertisement
Archives

Model This Week