ବାଲିଆପାଳ ତହସିଲରେ ଅଚଳାବସ୍ଥା: ପ୍ରତିବାଦରେ ଓକିଲ, ମୋହରିର ସଂଘର ଧାରଣା

ବାଲିଆପାଳ, ୬।୬(ସ୍ବ.ପ୍ର.)-ବାଲିଆପାଳ ତହସିଲରେ ଦୀର୍ଘଦିନ ହେଲା ଲାଗି ରହିଛି ଅଚଳାବସ୍ଥା। ଆବେଦନ କରିବାର ମାସ ମାସ ପରେ ମଧ୍ୟ ହିତାଧିକାରୀଙ୍କୁ ମିଳୁନି ବିଭିନ୍ନ ପ୍ରମାଣପତ୍ର ଏବଂ ନାଗରିକ ସୁବିଧା ସୁଯୋଗ। ଏନେଇ ଓକିଲ, ମୋହରିର ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ନ ହେବାରୁ ଗୁରୁବାର ସଂଘ ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣାସ୍ଥଳକୁ ତହସିଲଦାର ସ୍ନିଗ୍ଧାଛାୟା ମହାପାତ୍ର, ଭାଜପା ନେତା ବିକାଶ ଗିରି, ଅରବିନ୍ଦ ବେହେରା ପ୍ରମୁଖ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୧୦ଦିନ ମଧ୍ୟରେ ସମସ୍ତ ସମସ୍ତ ଦାବି ପୂରଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ ଅଧିକାଂଶ ସମୟ ତହସିଲ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଅନ୍ୟ ଅଧିକାରୀଙ୍କ ସହ ତାଙ୍କର ସମନ୍ବୟ ରହୁନାହିଁ। ଫଳରେ ହିତାଧିକାରୀ ନାମଜାରି ମକଦ୍ଦମା, ଓଏଲଆର ଆଦି କେସ୍‌ରେ ୟୁଜର୍ସ ଫି’ ଦାଖଲ କରିବାର ୫ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ କେସ୍‌ଗୁଡ଼ିକର ଫଇସଲା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଲିଗାଲହିଆର ସାର୍ଟିଫିକେଟ୍‌ ମଧ୍ୟ ମିଳୁନାହିଁ। ବହୁ ଛାତ୍ରୀଛାତ୍ର ଜାତି, ବାର୍ଷିକ ଆୟ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ନ ପାଇ ନିରାଶ ହୋଇ ପ୍ରତ୍ୟହ ଫେରିଯାଉଛନ୍ତି। ମୋହରିର ଏବଂ ଓକିଲମାନେ ଏସବୁ କାର୍ଯ୍ୟ ସମ୍ପାଦନରେ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କୁ ମଧ୍ୟ ଅସହଯୋଗ କରାଯାଉଛି। ତହସିଲଦାରଙ୍କ ସମେତ ବାଲେଶ୍ୱର ଜିଲାପାଳ, ଆରଡ଼ିସିଙ୍କଠାରେ ଲିଖିତ ଅଭିଯୋଗ କରାଯାଇଛି ହେଲେ ଅଦ୍ୟାବଧି ଏହାର ପ୍ରତିକାର ହୋଇ ନ ଥିବା ସଂଘ ପକ୍ଷରୁ କୁହାଯାଇଛି। ଏହାର ପ୍ରତିବାଦରେ ଗୁରୁବାର ଓକିଲ ଓ ମୋହରିର ସଂଘ ପକ୍ଷରୁ ଅର୍ଦ୍ଧେନ୍ଦୁ ବାରିକ, ଦିଲୀପ କୁମାର ସେଠୀ, ରାଧାଗୋବିନ୍ଦ ବେହେରା, ପ୍ରଭାତ ସାହୁ, ଆନ୍ଦ କୁମାର ପାଳ, ଭରତଭୂଷଣ ଦେ, କୀର୍ତ୍ତନ ପ୍ରଧାନ, ଅନାଦି ମହାନ୍ତି, ଚିତ୍ତରଞ୍ଜନ ମହାପାତ୍ର, ମଧୁସୂଦନ ସାହୁ ଓ ରାମନାରାୟଣ ପଣ୍ଡା ପ୍ରମୁଖ ନେତୃତ୍ୱରେ ବହୁ ଜନସାଧାରଣ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ନଦୀତଟ : ସୋନ ନଦୀରେ ଲୀନ ହେବ ୨୧ ଗାଁ

କପ୍ତିପଦା,୧୫ା୬(ଡି.ଏନ୍‌.ଏ) ଆଗକୁ ବଷର୍ର୍ା ଦିନ ଆସୁଥିତ୍ବାରୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ବର୍ଷା ହେଲେ...

ରାଜପଥରେ ଓଲଟିଲା କାର

ରୂପସା,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...

ଝଡ଼ ଆଳରେ ଶତାଧିକ ଗଛ କାଟିନେଲେ ଗ୍ରାମବାସୀ

ଖଇରା,୨୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମ ନିଟଟସ୍ଥ ଗୋରୁହାଟ ଚାଲୁଥିବା ଗ୍ରାମ୍ୟ ଜଙ୍ଗଲରୁ ନିକଟସ୍ଥ ଗ୍ରାମବାସୀମାନେ ବୁଧବାର ରାତିରେ ଶହ ଶହ ସଂଖ୍ୟାର...

ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ...

ସଡ଼କ ଦୁର୍ଘଟଣାରେ ଯୁବ ଚିତ୍ରଶିଳ୍ପୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ/ରେମୁଣା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର-ରେମୁଣା ରାସ୍ତାର ଗୋଲେଇ ଛକସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର...

ଜଙ୍ଗଲ ଗିଳି ଚାଲିଛି ନିଆଁ

ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ...

ଜିଲା ଶିଶୁ ସୁରକ୍ଷା ଅଧିକାରୀ ବହିଷ୍କୃତ

ବାଲେଶ୍ୱର ଅଫିସ, ୧୦ା୨:ବାଲେଶ୍ୱର ସହର ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଉତ୍କଳ ବାଳାଶ୍ରମରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଦାୟିତ୍ୱରେ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)...

ଦୋଷୀଙ୍କୁ ୨୦ବର୍ଷ ଜେଲ

ବାଲେଶ୍ୱର ଅଫିସ,୨୫।୨: ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ...

Advertisement
Archives

Model This Week