ବାର୍‌, ପବ୍‌ରେ କରୋନା ଛାଟ:ଲାଉଡ୍‌ ସ୍ପିକର ବଜାଇବା ନିଷେଧ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ମହାମାରୀ କରୋନା ଭାଇରସ୍‌ ଆତଙ୍କରେ ସାରା ବିଶ୍ୱବାସୀ ଭୟଭୀତ। ଏହି ଭାଇରସ୍‌ ରାଜ୍ୟରେ ଯେଭଳି ସଂକ୍ରମିତ ନ ହେବ ସେଥିଲାଗି ବ୍ୟାପକ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସରକାର ଫିଲ୍ମ ହଲ୍‌, ସୁଇମ ପୁଲ୍‌ ଏବଂ ଜିମ୍‌ ସେଣ୍ଟରକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାର ଦିନକ ପରେ ବାର୍‌ ଓ ପବ୍‌ରେ ଲାଗିଛି କରୋନା ଛାଟ। ଶନିବାର କରୋନା ପାଇଁ ରାଜଧାନୀରେ ଲାଉଡ୍‌ ସ୍ପିକର ଉପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଭୁବନେଶ୍ୱରର ସମସ୍ତ ବାର୍‌ ଏବଂ ପବ୍‌ରେ ଲାଉଡ଼୍‌ ସ୍ପିକର ବାଜି ପାରିବନି ବୋଲି ଟୁଇଟ୍‌ କରି ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ହେଲେ ରାଜଧାନୀରେ ଥିବା ବଡ଼ବଡ଼ ମଲ୍‌ ଏବଂ ସୁପର ମାର୍କେଟ ଖୋଲା ରହିଛି। ଫଳରେ ଲୋକମାନେ ଫିଲ୍ମ ନ ଦେଖି ମଲ୍‌ ବୁଲିବାକୁ ଇଚ୍ଛା କରୁଛନ୍ତି। ମଲ୍‌ ଭିତରେ ଏକାଧିକ ଲୋକ ପଶୁଛନ୍ତି। ଯାହାକୁ ନେଇ କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା କରାଯାଉଛି। ତେଣୁ ସରକାର ମଲ୍‌ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନଥିଲେ ମଧ୍ୟ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍‌ କରି ଲୋକଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ମଲ୍‌ ଭିତରକୁ କମ୍‌ ସଂଖ୍ୟକ ଲୋକେ ପ୍ରବେଶ କରନ୍ତୁ। ଦଳ ଦଳ ହୋଇ ମଲ୍‌ ଭିତରକୁ ଯାଆନ୍ତୁ ନାହିଁ। ଯଦି ମଲ୍‌ ଭିତରକୁ ଯାଉଛନ୍ତି ତେବେ ଦୂରତା ୬ ଫୁଟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସାମଗ୍ରୀ ବିକ୍ରି ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା ନ କରନ୍ତୁ। ମଲ୍‌ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ। ସେପଟେ ବିବାହ ଓ ବ୍ରତ କାର୍ଯ୍ୟକୁ କେବଳ ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଏମିତିକି ରିସେପସନ୍‌ ପାର୍ଟି ଏବେ ସ୍ଥଗିତ ରଖି ପରେ ତିଥି ଦେଖି ନିଷ୍ପତ୍ତି ନେବାପାଇଁ ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ବର୍ଷିିଲେ ଦେବାଶିଷ, କହିଲେ ମୁଁ ଅଣନିଶ୍ୱାସୀ ଥିଲି …

ଭୁବନେଶ୍ୱର, ୨୮।୫: ଭାଜପାରେ ମିଶିବା ପରେ ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ପୁଣି ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ମୁଁ ଏବେ ଘରକୁ ଫେରିବା…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri