Posted inଖେଳ

ବାର୍ସିଲୋନାରେ ଜାପାନ ମିଡ୍‌ ଫିଲ୍ଡର ଆବେ

ଟୋକିଓ, ୧୨ା୭ (ଏଏଫ୍‌ପି): ଜାପାନର ଆଟାକିଂ ମିଡ୍‌ ଫିଲ୍ଡର ହିରୋକି ଆବେ ଏଫ୍‌ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲା’ ଲିଗାର ଦୁଇଟି ପ୍ରମୁଖ କ୍ଲବ ମଧ୍ୟରୁ ଗୋଟିଏ ଦଳରେ ଯୋଗ ଦେବାରେ ଆବେ ହେଉଛନ୍ତି ଦ୍ୱିତୀୟ ଜାପାନିଜ ଖେଳାଳି। ଜଣେ ପ୍ରଫେଶନାଲ ଖେଳାଳି ହିସାବରେ ୨୦ବର୍ଷୀୟ ଆବେ ଜାପାନ ଫୁଟ୍‌ବଲ ଲିଗ୍‌ ଜେ-ଲିଗ୍‌ରେ ୩ ସିଜନ ଧରି କଶିମା ଆଣ୍ଟଲର୍ସ ଦଳ ତରଫରୁ ଖେଳି ଆସୁଛନ୍ତି। ଆବେ ବାର୍ସିଲୋନାରେ ‘ବି’ ଟିମ୍‌ ରେ ଖେଳିବେ ବୋଲି ଆଶା କରାଯାଉଛି। କେତୋଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ଲାଗି ବାର୍ସିଲୋନା ଚଳିତ ମାସ ଶେଷ ଭାଗରେ ଜାପାନ ଟୁର୍‌ରେ ଆସିବ। ତନ୍ମଧ୍ୟରେ ପ୍ରିମିୟର ଲିଗ୍‌ ଦଳ ଚେଲ୍‌ସି ବିପକ୍ଷ ଏକ ମ୍ୟାଚ ରହିଛି। ବାର୍ସିଲୋନା ଏଥିଲାଗି ପ୍ରସ୍ତୁତ ହେଉଥିବାବେଳେ ଆବେଙ୍କ ସମ୍ପର୍କରେ ଉପରୋକ୍ତ ଖବର ପ୍ରକାଶ ପାଇଛି। ଆବେ କହିଛନ୍ତି, ଚଳିତ ସିଜନ ଶେଷ ହୋଇ ନ ଥିବା ବେଳେ ଆଣ୍ଟଲର୍ସ ଦଳ ଛାଡ଼ିବା ଏକ କଠିନ ନିଷ୍ପତ୍ତି। ଆବେ ଗତ ସିଜନରେ ଜେ-ଲିଗ୍‌ର ଶ୍ରେଷ୍ଠ ଯୁବ ଖେଳାଳି ବିବେଚିତ ହୋଇଥିଲେ। ଗତ ଜୁନ୍‌ରେ ଜାପାନର ଜତୀୟ ଦଳ ସହିତ କୋପା ଆମେରିକା ଟୁର୍ନାମେଣ୍ଟରେ ଖେଳିଥିଲେ। ତାଙ୍କୁ ଅବଶ୍ୟ ଦୁଇଟି ମ୍ୟାଚରେ ଖେଳିବା ସୁଯୋଗ ମିଳିଥିଲା। ତନ୍ମଧ୍ୟରୁ ଗୋଟିଏ ମ୍ୟାଚରେ ସେ ବଦଳ ଖେଳାଳି ଭାବେ ଖେଳିଥିଲେ। ସ୍ପେନ୍‌ରେ ଏକ  ମେଡିକାଲ ଚେକ୍‌ଅପ୍‌ରେ ଉତ୍ତୀର୍ଣ୍ଣ ହେବାପରେ ଆବେ ବାର୍ସିଲୋନା ଫୁଟ୍‌ବଲ ଟିମ୍‌ରେ ଯୋଗଦେବେ। ପୂର୍ବରୁ ‘ଜାପନିଜ୍‌ ମେସି’ ଭାବେ ପରିଚିତ ଜାପାନିଜ୍‌ ସ୍ବଳ୍ପ ବୟସ୍କ ସେନସେଶନ ଟାକେଫୁସା କୁବୋ ଗତ ମାସରେ ରିୟଲ ମାଡ୍ରିଡ୍‌ରେ ଯୋଗ ଦେଇ ସାରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

୨ଥର ୬ ବଲ୍‌ରୁ ୬ ଛକା ମାରିଛନ୍ତି ଏହି କ୍ରିକେଟର୍‌: ଏବେ ଦିଲ୍ଲୀ କ୍ୟାପିଟାଲ୍ସରେ ଦଳରେ ହେଲେ ସାମିଲ

ମୁମ୍ବାଇ,୧୬।୪: ଦିଲ୍ଲୀ ଅଲରାଉଣ୍ଡର ଲଲିତ ଯାଦବଙ୍କୁ ଭାରତୀୟ କ୍ରିକେଟର୍‌ ଉଜ୍ଜ୍ୱଳତମ ତାରକା ଭାବେ ବିବେଚନା କରାଯାଏ। ତାଙ୍କୁ ଆଇପିଏଲ୍‌ ନିଲାମରେ ୨୦ ଲକ୍ଷ ଟଙ୍କା ମୂଲ୍ୟରେ...

ନାଲ୍‌କୋ ଓପନ ଟେନିସ: ଅନମ, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ନାଲ୍‌କୋ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଟପ୍‌ ସିଡ୍‌ ଅନମ ଆଲମାସ...

ବିଜୟ ସହ ମୁରେଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ, ୧।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ତଥା ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ଅସ୍ତ୍ରୋପଚାରର ୬ ମାସ ପରେ ଟେନିସ କୋଟ୍‌କୁ ପ୍ରତ୍ୟାବର୍ତ୍ତନ...

ଫେଲ ମାରିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଟପ୍‌ ଅର୍ଡର ଫେଲ ମାରିଛି। ୧୦...

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଘରୁ ଲୁଚି ପଳାଇଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ...

ଗର୍ଜିଲା ବ୍ୟାଟ୍‌: କୋହଲିଙ୍କ ଅର୍ଦ୍ଧଶତକ ପରେ ଖୁସିରେ ନାଚିଲେ ଅନୁଷ୍କା

ମୁମ୍ବାଇ,୩୦।୪: ଫର୍ମକୁ ଫେରିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ଦୀର୍ଘଦିନର ଅପେକ୍ଷା ପରେ ରନ୍‌ ମେଶିନଙ୍କ ପ୍ରଦର୍ଶନ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା...

ଟସ୍‌ ଜିତିଲା ରାଜସ୍ଥାନ ରୟାଲ୍ସ

ପୁଣେ,୧୫।୫: ଆଇପିଏଲ ୨୦୨୨ରେ ଆଉ ଅଳ୍ପ କିଛି ଲିଗ ମ୍ୟାଚ ବାକି ଅଛି। ପ୍ଲେ ଅଫ ପାଇଁ ରେସ୍‌ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି...

Advertisement
Archives

Model This Week