Posted inଖେଳ

ବାର୍ଟି ଜିତିଲେ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ

ଆଡିଲେଡ୍‌, ୧୮ା୧ (ଏଏଫ୍‌ପି)-ଆଶ୍‌ଲେ ବାର୍ଟି ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତାରେ ଟାଇଟଲ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସେ ୟୁକ୍ରେନର ଡାୟାନା ୟାସ୍ତ୍ରେମ୍‌ସ୍କାଙ୍କୁ ୬-୨, ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ୨୦୧୧ରେ ହୋବାର୍ଟଠାରେ ଜାର୍ମିଲା ଓଫ୍‌ଙ୍କ ପରେ ଘରୋଇ କୋର୍ଟରେ ଟ୍ରଫି ଜିତିବାରେ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗପ୍ରାପ୍ତ ବାର୍ଟି ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି। ମେମୋରିଆଲ ଡ୍ରାଇଭଠାରେ ବାର୍ଟି ୨୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍ବଳ୍ପ ବୟସ୍କା ୟାସ୍ତ୍ରେମସ୍କାଙ୍କୁ ହରାଇବା ଲାଗି ୮୭ ମିନିଟ ସମୟ ନେଇଥିଲେ। ଶନିବାର ଏହି ବିଜୟ ମେଲବୋର୍ନଠାରେ ସୋମବାରଠାରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆନ ଓପନ୍‌ ଲାଗି ବାର୍ଟିଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ। ଅଷ୍ଟ୍ରେଲୀୟ ଖେଳାଳି ଏହି ଇଭେଣ୍ଟରେ ଟପ୍‌ ସିଡ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: କୋଲମେନଙ୍କ ଚମକ

ଦୋହା,୩୦।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ...

ଅନିଲଙ୍କୁ ‘ମିଷ୍ଟର ଓଡ଼ିଶା’ ଟାଇଟଲ୍‌

ଭୁବନେଶ୍ୱର, ୨୧।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଓଡ଼ିଶା ମାଇନିଂ କର୍ପୋରେଶନ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ୧୭ତମ ରାଜ୍ୟ ସିନିୟର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ‘ମିଷ୍ଟର...

ଦେଶ ପାଇଁ ସର୍ବାଧିକ ଉଇକେଟ ନେବାରେ ଚହଲ ଯୁଗ୍ମ ଶୀର୍ଷରେ

ହାଇଦ୍ରାବାଦ,୬ା୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ୧୮ତମ ଓଭରରେ ଚହଲ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଶିମରନ ହେଟମାୟର ଓ...

ଜୁନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ଡିଭିଲିୟର୍ସ

ଜୋହାନ୍ସବର୍ଗ,୪ା୩- ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର...

ଗୋଟିଏ ବଲରେ ୭ ରନ୍‌ କଲେ

ଖ୍ରୀଷ୍ଟଚର୍ଚ୍ଚ,୯।୧: ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଏକ ଅଜବ ଘଟଣା ଘଟିଛି। ନ୍ୟୁଜିଲାଣ୍ଡ ଓପନର ଓ୍ବିଲ ୟଙ୍ଗ ଗୋଟିଏ...

ପ୍ରଥମ ଟେଷ୍ଟ: ଇନ୍ଦୋରରେ ପହଞ୍ଚିଲେ ଭାରତ, ବାଂଲାଦେଶ ଦଳ

ଇନ୍ଦୋର,୧୧।୧୧(ପି.ଟି.)- ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ସୋମବାର ଇନ୍ଦୋରରେ ପହଞ୍ଚିଛନ୍ତି।...

କୋଭିଡ୍‌ ମାମଲାରେ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ ଆଇସିସି କମିଟି

ଦୁବାଇ, ୧୧ା୧୦: ଟି୨୦ ବିଶ୍ୱକପ୍‌ ବେଳେ କୌଣସି ଦଳ କୋଭିଡ୍‌ ମାମଲାରେ ପ୍ରଭାବିତ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଗଠିତ କମିଟି ସମ୍ପୃକ୍ତ...

କର ବା ମର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ ମୁମ୍ବାଇ

ଶାରଜା,୫।୧୦: ନିଶ୍ଚିତ ବିଜୟ ଦରକାର କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ...

Advertisement
Archives

Model This Week