ବାରିପଦା ଫାଶୀଦଣ୍ଡ ମାମଲା: ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ

କଟକ ଅଫିସ,୧୭ା୧: ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଆସାମୀ ଯାମିନକାନ୍ତ ମହନ୍ତଙ୍କ ଆବେଦନ ଉପରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଜାରି ରହିଛି। ମହନ୍ତଙ୍କ ପକ୍ଷରୁ ଆଡଭୋକେଟ ଦେବାଶିଷ ପଣ୍ଡା ଗୁରୁବାର ଯୁକ୍ତି ଉପସ୍ଥାପନ କରିଥିଲେ। ଶୁକ୍ରବାର ପୁଣି ଉକ୍ତ ମାମଲାର ଶୁଣାଣି କରାଯିବ। ସୂଚନାଥାଉ କି, ୨୦୧୮ ଜୁନ୍‌ ୧୮ ତାରିଖରେ ମୟୂରଭଞ୍ଜ ଜିଲା ବେତନଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ୮ ବର୍ଷ ବୟସର ଜଣେ ନାବାଳିକାଙ୍କୁ ସାଇକେଲ ଶିଖାଇଦେବା ବାହାନାରେ ଅଭିଯୁକ୍ତ ମହନ୍ତ ତାଙ୍କୁ ବଳାତ୍କାର ପରେ ହତ୍ୟା କରିଥିଲେ। ଉକ୍ତ ମାମଲାରେ ତଳ କୋର୍ଟ ୨୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମହନ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜନ୍ମେଞ୍ଜୟ କଟିକିଆ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ପାର୍କିଂ ଫି ଆଦାୟ କରିବେ କିନ୍ନର, ଜୁଲାଇରେ ନେବେ ତାଲିମ

ବ୍ରହ୍ମପୁର ଅଫିସ,୨୬।୬- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଚିହ୍ନଟ ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେ। ଏନେଇ ଗୁରୁବାର ବିଏମ୍‌ସି ପକ୍ଷରୁ...

ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଗୋପାଳପୁର,୧୨।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଛକରେ ଗତ ରବିବାର ବସ୍‌ ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରଠାରୁ ଡ୍ରାଇଭର...

ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ...

ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ

କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି...

ବାରିପଦା ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ବାରିପଦା ଅଫିସ,୨୭।୧୦-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବାରିପଦା ସହରରେ ଦିନକୁ ଦିନ ଏବେ ଅପରାଧ ଘଟଣା ବୃଦ୍ଧି...

ଭଦ୍ରକ ଏକତା ବଜାରର ବ୍ୟବସାୟୀଙ୍କୁ କରୋନା: ୨ ବଜାର ୭୨ ଘଣ୍ଟା ଶଟଡାଉନ

ଭଦ୍ରକ ଅଫିସ,୨୯।୭: ମଙ୍ଗଳବାର ଭଦ୍ରକ ଏକତା ବଜାରରେ ଭ୍ରାମ୍ୟମାଣ କରୋନା ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ଏକ ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀ କରୋନା ସଂକ୍ରମିତ...

ଏନ୍‌କାଉଣ୍ଟରରେ ଆହତ ଅଷ୍ଟମଙ୍କୁ ୭ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୫- ପୋଲିସ ଏନ୍‌କାଉଣ୍ଟର ବେଳେ ଅପରାଧୀଙ୍କ ଗୁଳିରେ ପୋଲିସ ଆହତ ହୋଇଥିବା ମାମଲାର ଶୁଣାଣି କରି ଅତିରିକ୍ତ ବିଚାର ବିଭାଗ ମାଜିଷ୍ଟ୍ରେଟ (ଏସିଜେଏମ) ସରୋଜ...

Play 250+ Trending Games
Archives

Model This Week

Why Dharitri