ବାରବୁଲା ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ବିନିକା, ୨୬।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ଡଭଲା ଓ୍ବାର୍ଡ ନଂ.୧ ରେ ବାପ୍‌ଅଜା ଅମଲୁ ରହିଆସୁଛନ୍‌ ଅସାହା ବୁରୁଧ୍‌ ଦମ୍ପତି ନାଥ ଭୁଏ(୭୭) ଆର ଇଚ୍ଛା ଭୁଏ(୭୨)। ଦମ୍ପତିକଁର ଛୁଆପିଲା, ଘରଦୁଆର ବଲି କିଛି ନାଇଁ। ଆଜି ଇତାର ପିଁଢ଼ା କାଲି ତାର ବାରିଆଡ଼ ହେଇ ରହୁଛନ୍‌। ବଲ୍‌ ବଏସ୍‌ ଥିଲାବେଲେ ନାଥ ପରହର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ହେଲେ ଏହେଦେ ଦମ୍ପତି ଅଧାରର ହେଲାରୁ କମେଇଖାଇ ନାଇଁ ପାରବାର। ସରକାରୀ ହିସାବେ ପାଉଥିବାର ୩୫ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତାରେ ଦମ୍ପତି ଯଥରକଥର ଚଲୁଛନ୍‌। ଆଏଜ୍‌କେ ପାଖାପାଖି ୭ରୁ ୮ ମାସ ହେଲା ନାଥ କିଛି କହି କି ଶୁନି ନାଇଁ ପାରବାର। ଡଭଲା ଗଁାବାସୀ ଇ ବୁରୁଧ୍‌ ଦମ୍ପତିକଁର ଗୁଲ୍‌ଗୁଲା ଦେଖି ଗଁାର ଗୋପାଲଜୀ ଗୁଡ଼ିର ଧରମ୍‌ଶାଲାରେ ଆଶ୍‌ରେ ଦେଇଛନ୍‌। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ମାଲ୍‌ମାଲ୍‌ ଯୋଜନା କାଯ୍‌କାରୀ କରି ଭତା, ଘରଡିହ, ପକାଘର ଯୁଗେଇ ଦେଉଛନ୍‌। ହେଲେ ଇ ବୁରୁଧ୍‌ ଦମ୍ପତି ଆଏଜ୍‌ ବି ସରକାରୀ ଯୋଜନାରେ ଘରଡିହ ଆର ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପରଶାସନିକ ଅଧ୍‌କାରୀ ଆର ଜନପରତିନିଧିକଁର ଅବହେଲାର ଲାଗି ବୁରୁଧ୍‌ ଦମ୍ପତି ଘରଡିହ ଆର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଁାର ରାଜୀବ ନାଏକ ଆର ପର୍ଶୁରାମ ନାଏକ କହିଛନ୍‌ ଯେ, ଇ ବୁରୁଧ୍‌ ଦମ୍ପତି ତାକର ବାପ୍‌ ଅଜା ଅମଲୁ ଆମର ଗଁାରେ ରହିଆସୁଛନ୍‌। କୁଟୁମଟା ନିହାତି ଗରିବ୍‌ ପରହର କାମ୍‌ବୁତା କରି ଚଲୁଥିଲେ। ତାକର ଘରଡିହ କି ଜମିବାଡ଼ି ବଲି କିଛି ନାଇଁ। ଆଜି ଇତାର ଘରେ କାଲି ତାର ଘରେ ହେଇ ରହୁଥିଲେ। ଦମ୍ପତିକର ପିଲାଛୁଆ ବି ନାଇଁ। ଏହେଦେ ଇ ବୁଢ଼ାବୁଢ଼ି କାଲେ ଦୁଇଝନ ବଡ଼ା ଗୁଲ୍‌ଗୁଲା ହେଇ ଚଲୁଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ବୁଢ଼ାବୁଢ଼ିକଁର ଉପରେ ଦୁରୁଷ୍‌ଟି ଦେଇ ଘରଡିହ ଆର ପକାଘର ଖଁଡ଼େ ଯୁଗେଇ ଦେବାର ନିହାତି ଜରୁରି। ଇ ବାବ୍‌ଦେ ବିନିକା ତହସିଲଦାର ତ୍ରିପୁରା ମହାନନ୍ଦକୁଁ ପଚ୍‌ରାଲାରୁ ମୁଇଁ ଘଟ୍‌ନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ଏନ୍‌ଏସି ନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକକୁଁ ପଚ୍‌ରାଲାରୁ ବୁରୁଧ୍‌ ଦମ୍ପତିକଁର ବାବ୍‌ଦେ ସରକାରକୁଁ ବହୁତ୍‌ ଆଗ୍‌ରୁ ଅବଗତ କରାଯାଇଛେ। ତାକର ଘର ଡିହ ନାଇଁଥିବାର ଲାଗି ଆବାସ ଯୋଜନାରେ ସାମିଲ କରାଯାଇ ନାଇଁପାରବାର। ରାଜସ୍ବ ବିଭାଗ ତାହାକୁ ଘରଡିହ ଖଁଡ଼େ ଯୁଗେଇ ଦେଲେ ଏନ୍‌ଏସି ତରଫୁ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯାଇପାରତା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri