ବାରବୁଲା ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ବିନିକା, ୨୬।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ଡଭଲା ଓ୍ବାର୍ଡ ନଂ.୧ ରେ ବାପ୍‌ଅଜା ଅମଲୁ ରହିଆସୁଛନ୍‌ ଅସାହା ବୁରୁଧ୍‌ ଦମ୍ପତି ନାଥ ଭୁଏ(୭୭) ଆର ଇଚ୍ଛା ଭୁଏ(୭୨)। ଦମ୍ପତିକଁର ଛୁଆପିଲା, ଘରଦୁଆର ବଲି କିଛି ନାଇଁ। ଆଜି ଇତାର ପିଁଢ଼ା କାଲି ତାର ବାରିଆଡ଼ ହେଇ ରହୁଛନ୍‌। ବଲ୍‌ ବଏସ୍‌ ଥିଲାବେଲେ ନାଥ ପରହର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ହେଲେ ଏହେଦେ ଦମ୍ପତି ଅଧାରର ହେଲାରୁ କମେଇଖାଇ ନାଇଁ ପାରବାର। ସରକାରୀ ହିସାବେ ପାଉଥିବାର ୩୫ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତାରେ ଦମ୍ପତି ଯଥରକଥର ଚଲୁଛନ୍‌। ଆଏଜ୍‌କେ ପାଖାପାଖି ୭ରୁ ୮ ମାସ ହେଲା ନାଥ କିଛି କହି କି ଶୁନି ନାଇଁ ପାରବାର। ଡଭଲା ଗଁାବାସୀ ଇ ବୁରୁଧ୍‌ ଦମ୍ପତିକଁର ଗୁଲ୍‌ଗୁଲା ଦେଖି ଗଁାର ଗୋପାଲଜୀ ଗୁଡ଼ିର ଧରମ୍‌ଶାଲାରେ ଆଶ୍‌ରେ ଦେଇଛନ୍‌। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ମାଲ୍‌ମାଲ୍‌ ଯୋଜନା କାଯ୍‌କାରୀ କରି ଭତା, ଘରଡିହ, ପକାଘର ଯୁଗେଇ ଦେଉଛନ୍‌। ହେଲେ ଇ ବୁରୁଧ୍‌ ଦମ୍ପତି ଆଏଜ୍‌ ବି ସରକାରୀ ଯୋଜନାରେ ଘରଡିହ ଆର ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପରଶାସନିକ ଅଧ୍‌କାରୀ ଆର ଜନପରତିନିଧିକଁର ଅବହେଲାର ଲାଗି ବୁରୁଧ୍‌ ଦମ୍ପତି ଘରଡିହ ଆର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଁାର ରାଜୀବ ନାଏକ ଆର ପର୍ଶୁରାମ ନାଏକ କହିଛନ୍‌ ଯେ, ଇ ବୁରୁଧ୍‌ ଦମ୍ପତି ତାକର ବାପ୍‌ ଅଜା ଅମଲୁ ଆମର ଗଁାରେ ରହିଆସୁଛନ୍‌। କୁଟୁମଟା ନିହାତି ଗରିବ୍‌ ପରହର କାମ୍‌ବୁତା କରି ଚଲୁଥିଲେ। ତାକର ଘରଡିହ କି ଜମିବାଡ଼ି ବଲି କିଛି ନାଇଁ। ଆଜି ଇତାର ଘରେ କାଲି ତାର ଘରେ ହେଇ ରହୁଥିଲେ। ଦମ୍ପତିକର ପିଲାଛୁଆ ବି ନାଇଁ। ଏହେଦେ ଇ ବୁଢ଼ାବୁଢ଼ି କାଲେ ଦୁଇଝନ ବଡ଼ା ଗୁଲ୍‌ଗୁଲା ହେଇ ଚଲୁଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ବୁଢ଼ାବୁଢ଼ିକଁର ଉପରେ ଦୁରୁଷ୍‌ଟି ଦେଇ ଘରଡିହ ଆର ପକାଘର ଖଁଡ଼େ ଯୁଗେଇ ଦେବାର ନିହାତି ଜରୁରି। ଇ ବାବ୍‌ଦେ ବିନିକା ତହସିଲଦାର ତ୍ରିପୁରା ମହାନନ୍ଦକୁଁ ପଚ୍‌ରାଲାରୁ ମୁଇଁ ଘଟ୍‌ନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ଏନ୍‌ଏସି ନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକକୁଁ ପଚ୍‌ରାଲାରୁ ବୁରୁଧ୍‌ ଦମ୍ପତିକଁର ବାବ୍‌ଦେ ସରକାରକୁଁ ବହୁତ୍‌ ଆଗ୍‌ରୁ ଅବଗତ କରାଯାଇଛେ। ତାକର ଘର ଡିହ ନାଇଁଥିବାର ଲାଗି ଆବାସ ଯୋଜନାରେ ସାମିଲ କରାଯାଇ ନାଇଁପାରବାର। ରାଜସ୍ବ ବିଭାଗ ତାହାକୁ ଘରଡିହ ଖଁଡ଼େ ଯୁଗେଇ ଦେଲେ ଏନ୍‌ଏସି ତରଫୁ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯାଇପାରତା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୨ ପଜିଟିଭ ଚିହ୍ନଟ ପରେ କେନ୍ଦୁବାଡି ଶଟ୍‌ଡାଉନ୍‌

ପୋଲସରା,୩ା୬(ଡି.ଏନ.ଏ.)- ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ପୋଲସରା ବ୍ଲକ କେନ୍ଦୁବାଡି ଗ୍ରାମକୁ ମଙ୍ଗଳବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ୨ ପଜିଟିଭ ଚିହ୍ନଟ ଓ ସେମାନେ ବହୁ ଲୋକଙ୍କ...

ବୈତରଣୀ ଉଜାଡ଼ି ଦେଲା ମା’ର କୋଳ

ଭଦ୍ରକ ଅଫିସ,୧୫।୪: ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଗୌରାଙ୍ଗପୁର ଗ୍ରାମରେ...

ଲକ୍‌ଡାଉନ୍‌ ଊଲ୍ଲଂଘନ କରି ୫ ଗିରଫ

ଭଣ୍ଡାରିପୋଖରୀ, ୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ପିରିପୁର ଗ୍ରାମର...

ଶେଷ ହେଲା ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୪ା୧୦(ଡି.ଏନ.ଏ.): ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ନବ ଦିନ ବ୍ୟାପୀ ମା’ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ସୋମବାର ଶେଷ ହୋଇଛି। ସେହିପରି ଅଷ୍ଟମୀଗତେ ମହାନବମୀ ସୋମବାର ମା’ବିରଜାଙ୍କ...

ପାନୀୟ ଜଳ, ବିଜୁଳି, ଡ୍ରେନେଜ ଉପରେ ପଞ୍ଚାୟତ ସମିତିର ଗୁରୁତ୍ୱ

ସଜନାଗଡ଼,୧୩ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ସାଧାରଣ ନିର୍ବାଚନ ପରେ ପ୍ରଥମଥର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜାନକୀ...

ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୧ ଗିରଫ

ଯୋଡ଼ା, ୧୭।୪(ଡି.ଏନ.ଏ.):  କେନ୍ଦୁଝର ଜିଲା ଯୋଡ଼ା ସହରରେ ରାମ ନବମୀରେ ଝଣ୍ଡା ସ୍ଥାପନକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ଉଭୟ ଗୋଷ୍ଠୀର ୧୧ଜଣଙ୍କୁ...

ବିନା ଅନୁମତିରେ ଅନୁପସ୍ଥିତ: ୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ରଗଡ଼ି,୨୮ା୧୧(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ୍‌ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିନା ଅନୁମତିରେ ଅନୁପସ୍ଥିତ ରହିଥିବା ୬ ଜଣ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡିଛି।...

ଭାଜପା ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବାଇକ୍‌ରେ ଉଠାଇନେଇ ସାଙ୍ଘାତିକ ମାଡ଼

ଗଞ୍ଜାମ,୨୯।୧(ଡି.ଏନ୍‌.ଏ.): ଆଉ ମାତ୍ର କେଇଟା ଦିନପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ରମ୍ଭା ଅଞ୍ଚଳରେ ରାଜନୈତିକ ହିଂସା...

Advertisement
Archives

Model This Week