ବାବୁଙ୍କ ଲାଗି ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିନକର ଗୁପ୍ତାଙ୍କ ନିଯୁକ୍ତି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌) ଦ୍ୱାରା ରଦ୍ଦ ହେବା ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଝଟ୍‌କା ହୋଇଛି, ଯଦିଓ ଏହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ନୁହେଁ। ଟ୍ରିବ୍ୟୁନାଲ ମଧ୍ୟ ଦର୍ଶାଇଛନ୍ତି ଯେ, ଗତବର୍ଷ ଫେବୃୟାରୀରେ ହୋଇଥିବା ଗୁପ୍ତାଙ୍କ ନିଯୁକ୍ତି ପ୍ରକ୍ରିୟା ସୁପ୍ରିମ୍‌କୋର୍ଟଙ୍କ ଉଲ୍ଲିଖିତ ନିୟମ ବିରୋଧରେ ଥିଲା। ଅମ୍ରିନ୍ଦର ସିଂ ସରକାର ଗୁପ୍ତାଙ୍କୁ ରାଜ୍ୟର ଶୀର୍ଷ ପୋଲିସ ଅଧିକାରୀ ଭାବେ ନିଯୁକ୍ତି ଦେବାବେଳେ ପାଞ୍ଚଜଣ ଅଧିକାରୀଙ୍କୁ ଅଣଦେଖା କରିଥିଲେ। ଏମାନଙ୍କ ମଧ୍ୟରୁ ଦୁଇଜଣ ଅଧିକାରୀ ମହମ୍ମଦ ମୁସ୍ତାଫା ଏବଂ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ସେତେବେଳେ ଏହି ନିଯୁକ୍ତିକୁ ବିରୋଧ କରି କ୍ୟାଟ୍‌ର ଦ୍ୱାରସ୍ଥ ହୋଇଥିଲେ, ଯାହା ଏବେ ଗୁପ୍ତାଙ୍କ ନିଯୁକ୍ତିକୁ ରଦ୍ଦ କରିଛି। ପୁନଶ୍ଚ ଟ୍ରିବ୍ୟୁନାଲ ଏହି କାର୍ଯ୍ୟକୁ ପକ୍ଷପାତମୂଳକ ଓ ମନମାନି ବୋଲି କହିଛନ୍ତି। ଟ୍ରିବ୍ୟୁନାଲ ଏବେ ନୂଆ ନିଯୁକ୍ତି ପାଇଁ ତିନିଜଣ ସବୁଠୁ ବରିଷ୍ଠ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ପଠାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବଡ଼ ଝଟ୍‌କା ସତ୍ତ୍ୱେ ରାଜ୍ୟ ସରକାର ଗୁପ୍ତାଙ୍କୁ ସୁରକ୍ଷା ଦେବା ପାଇଁ ନିଶ୍ଚିତ ଥିବା ସୂତ୍ରରୁ ଜଣାପଡ଼ିଛି। ଗୁପ୍ତା ଡିଜିପି ପଦରେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ କହିଛନ୍ତି। ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ବର୍ତ୍ତମାନ ଉଚ୍ଚନ୍ୟାୟାଳୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେଇଛନ୍ତି। ଏଣୁ ଏହି ଲଢ଼େଇ ଆଗକୁ ଲାଗିରହିବ ବୋଲି ଆଶା କରାଯାଉଛି।
ନୂଆ ଟ୍ରାକ୍‌ ଅଭିମୁଖେ ରେଲ୍‌ଓ୍ବେ
ରେଲଓ୍ବେର ୮ଟି ସେବା କ୍ୟାଡର୍‌କୁ ମିଶାଇ ଗୋଟିଏ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ଘୋଷଣା ହେଲା ପରଠାରୁ ଅଧିକ ଅସନ୍ତୋଷ ପ୍ରକାଶ ପାଇଛି। କିନ୍ତୁ ଏହାର ସମ୍ମିଶ୍ରଣ ପରେ ନିଜ କ୍ୟାରିୟରର ଭବିଷ୍ୟତ ଏବଂ ବରିଷ୍ଠତାକୁ ନେଇ ଚିନ୍ତାରେ ଥିବା ଅଧିକାରୀମାନେ ସୋସିଆଲ ମିଡିଆରେ ଏହା ବିରୋଧରେ ଜୋର୍‌ଦାର ଅଭିଯାନ ଚାଲୁ ରଖିବା ସତ୍ତ୍ୱେ ସରକାର ଦୃଢ଼ତାର ସହ ଆଗକୁ ବଢୁଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ଘୋଷଣା ହେବା ପରେ ବହୁ ଅଧିକାରୀ ଏକ ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ହଜାର ହଜାର ପୋଷ୍ଟକାର୍ଡରେ ‘ସେଭ୍‌ ଇଣ୍ଡିଆନ୍‌ ରେଲ୍‌ଓ୍ବେ’ ଲେଖି ପଠାଇଥିଲେ। ଅନେକେ ଗୋପନୀୟତାଜନିତ ସୁରକ୍ଷାକୁ ଉପେକ୍ଷା କରି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବାଛିନେଲେ। ତେବେ ମୋଟ ଉପରେ ସରକାର ଏକ ଆକ୍ରମଣାମତ୍କ ଦୃଷ୍ଟିକୋଣ ଜାରି ରଖିଛନ୍ତି। ପୂର୍ବରୁ ଅନେକ କମିଟି ଏବଂ ନିକଟରେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି)ର ଅଧ୍ୟକ୍ଷ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଅନୁସାରେ ଇଣ୍ଡିଆନ୍‌ ରେଲ୍‌ଓ୍ବେର ଏବକାର ଢାଞ୍ଚାକୁ ଭାଙ୍ଗିଦେବାକୁ ସୁପାରିସ କରାଯାଇଥିଲା ବୋଲି ଅଧିକାଂଶ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ବିଶେଷ କରି ନୂଆ ଭାରତୀୟ ରେଲ୍‌ଓ୍ବେ ମ୍ୟାନେଜ୍‌ମେଣ୍ଟ ସର୍ଭିସ ପାଇଁ ୮,୪୦୧ ଜଣ ଅଧିକାରୀଙ୍କୁ ଏକାଠି କରିବା ସହଜ କାମ ନୁହେଁ। କିନ୍ତୁ ରେଲ୍‌ଓ୍ବେ ସେଥିପାଇଁ କାମ ଆରମ୍ଭ କରିଛି। ଏହା ଇଞ୍ଜିନିୟରିଂ ସର୍ଭିସ ଓ ସିଭିଲ ସର୍ଭିସ ପରୀକ୍ଷାରୁ ନୂଆ ଅଧିକାରୀ ନିଯୁକ୍ତି ଦେବା ଲାଗି କରିଥିବା ଯୋଜନାକୁ ଚଳିତବର୍ଷ ବନ୍ଦ ରଖିଛି। ଏହି ବର୍ଷ ଏସବୁ ସେବାଗୁଡ଼ିକରେ ୨୫୦ ଜଣଙ୍କୁ ନିଯୁକ୍ତି ଦେବାର ଥିଲା।
ଆର୍‌ବିଆଇରେ ହଲ୍‌ଚଲ୍‌
ନଭେମ୍ବର ୨୦୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ୟୁନିଫାଏଡ୍‌ ରେଗୁଲେଟୋରି ଆଣ୍ଡ୍‌ ସୁପରଭାଇଜରି କ୍ୟାଡର୍‌ ଲାଗୁହେବା ପରେ ତାହା ଏବେ ସଙ୍କଟ ସୃଷ୍ଟି କରିଛି କାରଣ ଅନେକ ଅଧିକାରୀ ଏ କ୍ୟାଡରରେ ରହିବାକୁ ଚାହାନ୍ତି ନାହିଁ ବୋଲି ସୂଚନା ଦେଇଛନ୍ତି। ସେମାନଙ୍କ କ୍ୟାରିୟର ଉପରେ ନିଷ୍ପତ୍ତି ନେବାର ସମୟସୀମା ଏହି ମାସ ଶେଷରେ ପୂରିଯାଇଛି। ଆର୍‌ବିଆଇ ଇତିହାସରେ ଏହି ପ୍ରୟାସ ସମ୍ଭବତଃ ସବୁଠୁ ବଡ଼ ପରିବର୍ତ୍ତନ ଯାହା ମାର୍ଚ୍ଚ ୨୦୧୩ରେ ଶ୍ରୀକୃଷ୍ଣ କିମିଟିର ସୁପାରିସ ଅନୁସାରେ କରାଯାଇଥିଲା। କିନ୍ତୁ ଏବେ ଜଣାପଡୁଛି, ଏହା ସଂସ୍ଥାରେ ଏକ ଅଭୂତପୂର୍ବ ଆଲୋଡନ ସୃଷ୍ଟି କରିଛି। ଆର୍‌ବିଆଇର କେନ୍ଦ୍ରୀୟ ବୋର୍ଡ ଫେବୃୟାରୀରେ ହେବାକୁ ଥିବା ବୈଠକରେ ୟୁନିଫାଏଡ କ୍ୟାଡର ଉପରେ ସମୀକ୍ଷା କରିବାର ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ ଯେ, ଆର୍‌ବିଆଇ କେବେ ବି ନୂଆ କ୍ୟାଡର ସମୀକ୍ଷାର ନକାରାମତ୍କ ପ୍ରଭାବ ଅଧିକାରୀମାନଙ୍କ ଉପରେ ପଡିବ ବୋଲି କଳ୍ପନା କରି ନ ଥିତ୍ଲା। ଏବେ ଏହା ଅଧିକାରୀମାନଙ୍କ ଭାବନାକୁ ହୃଦୟଙ୍ଗମ କରିବା ସହ ତୃଣମୂଳ ସ୍ତରକୁ ଭଲ ଭାବେ ଅନୁଭବ କରିପାରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri