ବାବୁଙ୍କ ବିଦ୍ରୋହ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଗୋଟିଏ ମାସ ଭିତରେ ତିନିଜଣ ଆଇଏଏସ୍‌ ଅଫିସର ଇସ୍ତଫା ଦେବା ଘଟଣା ସରକାରୀ ମହଲରେ ଏକ ପ୍ରକାର ଗୋପନ ଭୟର ବାତାବରଣ ସୃଷ୍ଟି କରିଛି। ତାହାକୁ ନେଇ ମୋଦି ସରକାର ଚିନ୍ତାରେ ଅଛନ୍ତି। ଏଜିଏମ୍‌ୟୁଟି କ୍ୟାଡର ଅଫିସର କନ୍ନନ ଗୋପୀନାଥନ୍‌ ଏବଂ କର୍ନାଟକ କ୍ୟାଡର ଅଫିସର ଶଶିକାନ୍ତ ସେନ୍ଥିଲ ଭିନ୍ନମତ ପାଇଁ ଏ ଦେଶରେ ସ୍ଥାନର ଅଭାବ ଥିବା ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଛନ୍ତି। ଉଭୟ ଘଟଣାରେ ଅଫିସରଦ୍ୱୟଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଗୋପୀନାଥନ୍‌ ତାଙ୍କ ସରକାରୀ ଚାକିରି ଛାଡ଼ିବାର କାରଣ ଭାବେ କଶ୍ମୀରରେ ଚାଲିଥିବା ଦମନଲୀଳାକୁ କାରଣ ଭାବେ ଦର୍ଶାଇଥିବା ବେଳେ ତାଙ୍କୁ ପ୍ରଶାସନିକ ଅବହେଳା ଅଭିଯୋଗ ଉପରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରି ଚାକିରିରେ ପୁଣି ଯୋଗଦେବାକୁ କୁହାଯାଇଛି। ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ସେ ମାମୁଲି ବୋଲି ଦର୍ଶାଇବା ସହ କହିଛନ୍ତି ଯେ ଏକ ଜବାବୀ କଥନିକା (କାଉଣ୍ଟର ନ୍ୟାରେଟିଭ୍‌) ସୃଷ୍ଟି କରିବା ପାଇଁ ପୁରୁଣା ପ୍ରସଙ୍ଗ ଉଠାଯାଇଛି। ତୃତୀୟ ଅଫିସର ଜଣକ ହେଉଛନ୍ତି ଏଜିଏମ୍‌ୟୁଟି କ୍ୟାଡରର କାଶୀନାଥ ମିଟ୍ଟଲ, ଯିଏ କି ନୀତି ଆୟୋଗରେ ନିଯୁକ୍ତି ପାଇଥିଲେ। ତାଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯିବା ପରେ ସେ ଇସ୍ତଫା ଦେଇଛନ୍ତି।
ରାଜନୈତିକ ପାଣିପାଗ ଗରମ ଥିଲାବେଳେ ଏହି ଇସ୍ତଫାଗୁଡ଼ିକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ବାବୁରୁ ନେତା ହୋଇଥିବା ଶାହ ଫୈଜଲଙ୍କ ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି। ଗତ ଜାନୁୟାରୀ ମାସରେ ଆଇଏଏସ୍‌ ଚାକିରିରୁ ଇସ୍ତଫା ଦେଇଥିବା ଫୈଜଲ ସରକାରଙ୍କ କଶ୍ମୀର ନୀତିକୁ ସମାଲୋଚନା କରିଛନ୍ତି। ଭାରତ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ରୋକାଯାଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ରଖାଯାଇଛି। ସରକାର ଚାକିରିଆମାନଙ୍କ ଉପରେ ଚାପ ପକାଉଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ସରକାର ଏହାକୁ ଅସ୍ବୀକାର କରିଛନ୍ତି।
ତଥାପି ବାହାରେ ଶାନ୍ତଭାବ ଥିବାବେଳେ ମୋଦି ସରକାର ଇସ୍ତଫାଗୁଡ଼ିକୁ ଗୁରୁତ୍ୱର ସହ ନେଇଛନ୍ତି। କେନ୍ଦ୍ର ସରକାର ଏବେ ପ୍ରଶାସନିକ ଚାକିରି ଛାଡ଼ିବାର ସର୍ତ୍ତାବଳୀକୁ ସଂଶୋଧନ କରିବା କଥା ଚିନ୍ତା କରୁଥିବା ଜଣାପଡ଼ିଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଉକ୍ତ ଇସ୍ତଫାଗୁଡ଼ିକ ଉପରେ ଆଲୋଚନା କରି ସମସ୍ୟା ସମାଧାନର ସୂତ୍ର ବାହାର କରିବାକୁ ଯୋଜନା କରୁଛି। ବାବୁମାନେ ଯେପରି ସହଜରେ ଚାକିରି ଛାଡ଼ି ନ ପାରିବେ ସେଥିପାଇଁ ଏକ ନୀତି ପ୍ରଣୟନ କରିବାକୁ ସରକାର ଯୋଜନା କରୁଥିବା ବିଶ୍ୱାସ କରାଯାଉଛି। ଏ ଲେଖା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସରକାର ଉକ୍ତ ବାବୁମାନଙ୍କର ଇସ୍ତଫା ଗ୍ରହଣ କରି ନ ଥିବା ଜଣାପଡ଼ିଛି। ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଓଏସ୍‌ ପ୍ରଭୃତି ସର୍ବଭାରତୀୟ ସେବା କ୍ଷେତ୍ରରେ ଏବେ ବହୁ ପଦବୀ ଖାଲି ପଡ଼ିଥିବା ନେଇ ସରକାର ସଚେତନ ଅଛନ୍ତି। ତେଣୁ ବାବୁମାନେ ଚାକିରିରୁ ଇସ୍ତଫା ଦେବା ଲାଗି ସରକାର ଅଧିକ ସର୍ତ୍ତ ରଖିବାକୁ ଚାହୁଁଥିବା ଜଣାପଡ଼ିଛି।
ବାବୁମାନଙ୍କ ପିଛା ସରକାର ତାଲିମ ବାବଦକୁ ବିପୁଳ ଟଙ୍କା ଖର୍ଚ୍ଚ କରୁଥିବାରୁ ସେହି ବାବୁମାନେ ଯେକୌଣସି କାରଣରୁ ଅଧାରୁ ଚାକିରି ଛାଡ଼ିଦେଲେ ଏହାଦ୍ୱାରା ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ଘଟୁଛି। ତେଣୁ ତାଲିମ ପରେ ବାବୁମାନେ ଯେପରି ସହଜରେ ଚାକିରି ଛାଡ଼ି ନ ପାରିବେ ସେଥିପାଇଁ ସରକାର ଚାକିରି ସର୍ତ୍ତାବଳୀକୁ କଡ଼ା କରିବା ପାଇଁ ଚାହୁଁଛନ୍ତି। ସେହି ଅନୁଯାୟୀ ତାଲିମ ପରେ କିଛିବର୍ଷ ଚାକିରି କରିବାକୁ ସରକାର ବାଧ୍ୟତାମୂଳକ କରିବେ ଏବଂ ତା’ ପୂର୍ବରୁ ଚାକିରି ଛାଡ଼ିବାକୁ ଚାହିଁଲେ ଉକ୍ତ ତାଲିମ ବାବଦରେ ଖର୍ଚ୍ଚ ହୋଇଥିବା ବିପୁଳ ପରିମାଣର ଅର୍ଥ ସମ୍ପୃକ୍ତ ବାବୁମାନଙ୍କୁ ଫେରସ୍ତ ଦେବାକୁ ହେବ- ଏପରି ନିୟମ କରିବା ନିଶ୍ଚୟ ଯୁକ୍ତିଯୁକ୍ତ ହେବ।
ବର୍ତ୍ତମାନର ନିୟମ ଅନୁସାରେ ଚାକିରିରୁ ଇସ୍ତଫା ଦେଉଥିବା ଜଣେ ବାବୁଙ୍କ ପିଛା ତାଙ୍କୁ ବିଦେଶରେ ତାଲିମ ଦେବା ପାଇଁ ସରକାର ଯେଉଁ ଖର୍ଚ୍ଚ କରିଛନ୍ତି, ତାହା ଫେରସ୍ତ ଦେବାକୁ ହେବ। ଯେଉଁ ବାବୁ ପ୍ରୋବେଶନ ସମୟରେ ଚାକିରି ଛାଡ଼ିବାକୁ ଚାହିଁବେ ତାଙ୍କୁ ସମ୍ପୂର୍ଣ୍ଣ ତାଲିମ ଅର୍ଥ ଫେରସ୍ତ ଦେବାକୁ ହେବ। କିନ୍ତୁ ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଅନିଚ୍ଛୁକ ବାବୁମାନଙ୍କ ଇସ୍ତଫା ବନ୍ଦକରିବା ଦୀର୍ଘକାଳୀନ ଭିତ୍ତିରେ ଉପଯୋଗୀ ହୋଇ ନ ପାରେ। ଏଥିପାଇଁ ସରକାରଙ୍କୁ ଆଇନଗତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ଚିନ୍ତାଧାରା ପୋଷଣ କରୁଥିବା ଲୋକମାନଙ୍କ ବିଶ୍ୱାସ ଅନୁସାରେ ଜବରଦସ୍ତ ଅନିଚ୍ଛୁକ ବାବୁମାନଙ୍କୁ ଅଟକେଇ ରଖିବା ସରକାରଙ୍କ ସ୍ବାର୍ଥର ଅନୁକୂଳ ହୋଇ ନ ପାରେ। ତେବେ ଏହି ସମସ୍ୟାର ସମାଧାନ ପାଇଁ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri