‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ ପ୍ଲାକାର୍ଡ, ଯେଉଁଥିରେ ଦର୍ଶାଯାଇଥିଲା ‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’। ଖୁବ୍‌ ସଂକ୍ଷିପ୍ତ ଭାବେ ଲେଖାଯାଇଥିବା ସେହି ଗୋଟିଏ ଧାଡ଼ିରେ ପ୍ରତିଫଳନ ହୋଇଥିଲା ବିଶ୍ୱବାସୀ ନୀରବରେ ଭୋଗୁଥିବା ସମସ୍ୟାର ଚିତ୍ର। ଏହାପରେ ଯାହା ଘଟିଗଲା ତାହା ଇତିହାସ। ମାତ୍ର ୧୫ ବର୍ଷ ବୟସରୁ ବିଶ୍ୱବାସୀଙ୍କୁ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ଗହନ ପାଠ ପଢ଼ାଇଥିବା ଏହି କୁନି ପରିବେଶବିତ୍‌ ଜଣକ ହେଲେ ଗ୍ରେଟା ଥନ୍‌ବର୍ଗ।
୨୦୧୮ ଅଗଷ୍ଟ ୨୦ ପୂର୍ବରୁ ଗ୍ରେଟା ଥିଲେ ଜଣେ ଅପରିଚିତ ଚେହେରା। କେହି ତାଙ୍କୁ ଜାଣି ନ ଥିଲେ କି ଚିହ୍ନି ବି ନ ଥିଲେ। ହେଲେ ପରିବେଶ ସୁରକ୍ଷା ପାଇଁ ତାଙ୍କର ନିଆରା ଅଭିଯାନ ଏବେ ତାଙ୍କୁ ବିଶ୍ୱବ୍ୟାପୀ ଦେଇଛି ପରିଚିତି। ମନୁଷ୍ୟକୃତ କାରଣରୁ ସବୁଜ ପରିବେଶ ଆଜି ଧ୍ୱଂସାଭିମୁଖୀ। ଏହାକୁ ଖେଳିବୁଲିବା ବୟସରେ ହୃଦୟଙ୍ଗମ କରିପାରିଛନ୍ତି ଗ୍ରେଟା।
ହଠାତ୍‌ କାଳ୍ପନିକ ଜୀବନଶୈଳୀରୁ ବାସ୍ତବବାଦୀ ହୋଇଯାଇଥିବା ଗ୍ରେଟାଙ୍କ କହିବା କଥା, ଜଳବାୟୁ ପରିବର୍ତ୍ତନ ଏବଂ ଏହାକୁ ନେଇ ଆସନ୍ନ ଗମ୍ଭୀର ସମସ୍ୟାକୁ ରାଜନେତାମାନେ ହୃଦୟଙ୍ଗମ କରିପାରୁନାହାନ୍ତି। ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଏହା ତାଙ୍କ ମନରେ ଦାରୁଣ ଆଘାତ ଦେଇଥିଲା। ଫଳରେ ସେ ସ୍କୁଲରୁ ଛୁଟି ନେଇ ଏହାର ପ୍ରତିବାଦ କରିବାକୁ ବାହାରିପଡ଼ିଥିଲେ। ଏହାପରେ ଏଥିରେ ଯୋଡ଼ି ହୋଇଗଲେ ବିଭିନ୍ନ ଛାତ୍ର ସଙ୍ଗଠନ। ସବୁଆଡୁ ତାଙ୍କର ଏହି ଅଭିଯାନକୁ ମିଳିଲା ଅକୁଣ୍ଠ ସମର୍ଥନ। ବିଭିନ୍ନ ସ୍ଥାନରେ ଜଳବାୟୁ ପରିବର୍ତ୍ତନକୁ ବେଖାତିର କରିଚାଲିଥିବା ରାଜନେତାଙ୍କ ବିରୋଧରେ ଆରମ୍ଭ ହେଲା ପ୍ରତିବାଦ। ଅଭିଯାନକୁ ଆହୁରି ଶାଣିତ କରିବାକୁ ସେ ଆରମ୍ଭ କଲେ ‘ଫ୍ରାଇଡେ ଫର ଫ୍ୟୁଚର’। ପରିବେଶ ପ୍ରତି ଏପରି ଭଲପାଇବା କାରଣରୁ ତାଙ୍କୁ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଉଦ୍‌ବୋଧନ ଦେବାକୁ ମିଳିଥିଲା ସୁଯୋଗ। ସେ ସମ୍ମିଳନୀରେ ରଖିଥିବା ଅଭିଭାଷଣ ତଥାକଥିକ ରାଷ୍ଟ୍ରନାୟକମାନଙ୍କ ଚିନ୍ତା ବଢ଼ାଇଦେଲା। ଏହାକୁ ଗମ୍ଭୀରତାର ସହ ନେଲେ ପରିବେଶବିତ୍‌, ଛାତ୍ର। ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ହେଲା। ବିରୋଧ ପ୍ରଦର୍ଶନ କରାଗଲା। ଏବେ ଏହି ଅଭିଯାନରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ଏବଂ ପରିବେଶବିତ୍‌ ଯୋଡ଼ି ହୋଇଗଲେଣି। ଅକାଟ୍ୟ ତଥ୍ୟ ଉପସ୍ଥାପନା ପାଇଁ ଗ୍ରେଟା ସବୁଠି ପରିଚିତ। ସେ ନିଜ ଅଭିଭାଷଣରେ ରଖୁଥିବା ତଥ୍ୟକୁ ଆଧାର କରି ପରିବେଶ ସୁରକ୍ଷା ଏବଂ ତାପମାତ୍ରା ହ୍ରାସ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେବଳ ଏତିକି ନୁହେଁ, ପ୍ରଥମେ ନିଜଠୁ ଆରମ୍ଭ ନ୍ୟାୟରେ ସେ ନିଜ ପରିବାର ସଦସ୍ୟଙ୍କ ଜୀବନ ଶୈଳୀ ମଧ୍ୟ ପରିବର୍ତ୍ତନ କରିସାରିଛନ୍ତି। ଏଥିରେ ମାଂସ ବର୍ଜନ, ବିମାନରେ ଯାତ୍ରା ବନ୍ଦ ଭଳି ନିୟମ ଲାଗୁ ହୋଇଛି। ୨୦୧୯ରେ ଟାଇମ୍ସ ମାଗାଜିନ ଗ୍ରେଟାଙ୍କୁ କଭର ପୃଷ୍ଠାରେ ସ୍ଥାନିତ କରିଥିଲା। ଏହା ଶୀର୍ଷକ ରହିଥିଲା ‘ନେକ୍‌ଷ୍ଟ ଜେନେରେଶନ ଲିଡର’। ତାଙ୍କ ଜୀବନଗାଥାକୁ ଆଧାର କରି ୩୦ ମିନିଟ୍‌ ଅବଧିର ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ ହୋଇଛି। ସୂଚନାଯୋଗ୍ୟ, ଗ୍ରେଟାଙ୍କ ଜନ୍ମ ୨୦୦୩ରେ ହୋଇଥିଲା। ତାଙ୍କ ମା’ ମେଲିନା ଏର୍ନମ୍ୟାନ ଜଣେ ଅପେରା ଗାୟିକା। ବାପା ସ୍ବାନ୍ତ ଥନ୍‌ବର୍ଗ ଜଣେ ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri