ବାତ୍ୟା ନିରୂପକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ପୃଥିବୀ ପାଇଁ ବୃହତ୍‌ ଆହ୍ବାନ ଭାବେ ଉଭା ହୋଇଛି। ପ୍ରତ୍ୟେକ ରାଷ୍ଟ୍ର ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଭାରତ କଥା ଦେଖିଲେ ପ୍ରାକୃତିକ ବିପର୍ଯ୍ୟୟ ଏହାର ଅର୍ଥନୀତିକୁ ଅନେକ ସମୟରେ କ୍ଷତି ପହଞ୍ଚାଇବା ସହ ବହୁ ଲୋକଙ୍କ ଜୀବନହାନି ଆଣିଥାଏ। ବାତ୍ୟା, ବନ୍ୟା, ବଜ୍ରପାତ, ଭୂମିକମ୍ପ ଓ ମରୁଡି ଭଳି ବିପର୍ଯ୍ୟୟକୁ ପ୍ରତ୍ୟେକ ବର୍ଷ ଦେଶର କୌଣସି ନା କୌଣସି ଭାଗରେ ଲୋକେ ସମ୍ମୁଖୀନ ହୋଇଥାଆନ୍ତି। ତେଣୁ ବିତ୍ପାତ ଆସିବା ପୂର୍ବରୁ ସତର୍କ ସୂଚନା ମିଳିପାରିଲେ କେତେକାଂଶରେ ଧନଜୀବନ ରକ୍ଷା ହୋଇଯାଇଥାଏ। ସେଥିପାଇଁ ଜନସାଧାରଣ ପାଣିପାଗ ଓ ଜଳବାୟୁ ସଂକ୍ରାନ୍ତ ଖବର ଜାଣିବାକୁ ଆଗ୍ରହ ରଖିଥାଆନ୍ତି। ଏହି ପରିପ୍ରେକ୍ଷୀରେ ଦେଖିଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଥିବାରୁ ପୂର୍ବାପେକ୍ଷା ବାତ୍ୟା, ଧୂଳିଝଡ଼, ପ୍ରବଳ ବର୍ଷା, ବରଫପାତ, ଥଣ୍ଡା ଓ ଗରମ ପବନ ବହିବାର ମାତ୍ରା ବଢ଼ିବାରେ ଲାଗିଲାଣି। ତେଣୁ ଜନସାଧାରଣଙ୍କୁ ଏ ସମ୍ବନ୍ଧୀୟ ଠିକ୍‌ ସୂଚନା ଦେବା ଲାଗି ନିରନ୍ତର ଗବେଷଣା ଓ ଅନୁଧ୍ୟାନ ଜାରି ରହିଛି। ଏଥିସହିତ କେବଳ ସୂଚନା ଭିତରେ ଆଇଏମ୍‌ଡି ତା’ର ପରିସରକୁ ସୀମିତ ରଖି ନାହିଁ। ନିର୍ଦ୍ଦିଷ୍ଟ ଧରଣର ପ୍ରାକୃତିକ ବିପର୍ଯ୍ୟୟ କେଉଁ ହାରରେ ହେଲେ ପ୍ରଭାବ କିଭଳି ରହିବ, ସେ ନେଇ ଦୃଷ୍ଟି କେନ୍ଦ୍ରିତ କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଆଇଏମ୍‌ଡିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ଅଗଷ୍ଟ ୧ରେ ଆଇଏମ୍‌ଡିର ମହାନିର୍ଦ୍ଦେଶକ (ଡିଜି) ଦାୟିତ୍ୱ ନେବାକୁ ଥିବାରୁ ବୈଜ୍ଞାନିକ ମୃତ୍ୟୁଞ୍ଜୟଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ବିଗତ କିଛି ବର୍ଷ ହେବ ପୂର୍ବ ଉପକୂଳରେ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଏବଂ ୩ ମେ’ ୨୦୧୯ରେ ବାତ୍ୟା ‘ଫନୀ’ ଆସିବାର ନିର୍ଦ୍ଦିଷ୍ଟ ସମୟ ଓ ବେଗ ଜଣାଇବାରେ ମୃତ୍ୟୁଞ୍ଜୟ ଠିକ୍‌ ନିରୂପଣ କରିପାରିଥିବା ଯୋଗୁ ତାଙ୍କୁ ଏବେ ‘ସାଇକ୍ଲୋନ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ଆଖ୍ୟା ଦିଆଯାଇଛି।
ଓଡ଼ିଶାର ଭଦ୍ରକ ଜିଲାରେ ଜନ୍ମିତ ମୃତ୍ୟୁଞ୍ଜୟ ପିଲାଟି ବେଳୁ ବାରମ୍ବାର ବାତ୍ୟା ଦେଖିଆସିଛନ୍ତି। ଧନଜୀବନ ହାନିକୁ ସେ ପାଖରୁ ଦେଖିଥିବାରୁ ଜନସାଧାରଣ କିଭଳି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ଓ ଠିକ୍‌ ସୂଚନା ପାଇପାରିବେ, ସେହି ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ପଦାର୍ଥ ବିଜ୍ଞାନକୁ ପସନ୍ଦର ବିଷୟ ବାଛିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବାଲେଶ୍ୱରର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଙ୍ଗଠନ (ଡିଆର୍‌ଡିଓ) ପରୀକ୍ଷାଗାରରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୮୮ରେ ସେଠାରେ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥାଏ। ଏହାର ପରୀକ୍ଷା ସଫଳ ହେବାରୁ ବରିଷ୍ଠ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଉକ୍ତ ଟିମ୍‌ରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ହାତ ମିଳାଇଥିଲେ। ମୃତ୍ୟୁଞ୍ଜୟଙ୍କୁ କଲାମଙ୍କ ବ୍ୟକ୍ତିତ୍ୱ ବହୁତ ପ୍ରଭାବିତ କରିଥିଲା। କୌଣସି ଏକ କାର୍ଯ୍ୟରେ ସିଦ୍ଧି ପାଇବା ଲାଗି ନିଷ୍ଠାପର ଭାବେ କାର୍ଯ୍ୟ କରିବା ଦରକାର ବୋଲି ମୃତ୍ୟୁଞ୍ଜୟ ଧରି ନେଇଥିଲେ। ଫଳରେ ୫୪ ବର୍ଷୀୟ ଏହି ବୈଜ୍ଞାନିକ ପାଣିପାଗ ସଂକ୍ରାନ୍ତ ସୂଚନା ଦେବା ସହ ଜନସାଧାରଣଙ୍କୁ କିଭଳି ବିଜ୍ଞାନସମ୍ମତ ସଚେତନତା ସୃଷ୍ଟି କରାଯାଇପାରିବ ତା’ ଉପରେ ଅନବରତ ଗବେଷଣା କରିଚାଲିଛନ୍ତି। ବିଗତ କିଛିବର୍ଷ ହେବ ଓଡ଼ିଶା ସମେତ ଅନ୍ୟାନ୍ୟ ଉପକୂଳ ରାଜ୍ୟରେ ଦେଖାଦେଇଥିବା ବାତ୍ୟାର ଗତିପଥ ଓ ବେଗ ଠିକ୍‌ ଭାବେ ନିର୍ଣ୍ଣୟ କରି ସେ ସୂଚନା ଦେଇପାରିଥିବାରୁ ବହୁଳାଂଶରେ ଧନଜୀବନ ରକ୍ଷା କରାଯାଇପାରିଛି। ଆଇଏମ୍‌ଡିର ମୁଖ୍ୟ ଭାବେ ୫ ବର୍ଷ ଦାୟିତ୍ୱରେ ରହିବାକୁ ଥିବା ମୃତ୍ୟୁଞ୍ଜୟଙ୍କଠାରୁ ଦେଶବାସୀ ପାଣିପାଗ ଓ ଜଳବାୟୁ ସଂକ୍ରାନ୍ତ ବାସ୍ତବ ସୂଚନା ପାଇବେ ବୋଲି ଆଶା ରଖିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଅଯଥା ନୁହେଁ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ

ବିଚିତ୍ର ବିଶ୍ୱାଳ କିଛିଦିନ ତଳେ ବହୁଳ ପ୍ରଚାରିତ ଏକ ଖବର ଅନୁସାରେ ଜାପାନ ସରକାର ଜଣେ ମାତ୍ର ଯାତ୍ରୀ ପାଇଁ ଗୋଟିଏ ଟ୍ରେନ୍‌କୁ ଏକ ନିର୍ଦ୍ଦିଷ୍ଟ...

ଏଇ ଭାରତରେ

ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍‌ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍‌ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା।...

ମା’ କୋଳ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଆମ ପରମ୍ପରାରେ ଶିଶୁକୁ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ସ୍ନେହ-ଶ୍ରଦ୍ଧା ଦେଇ ଲାଳନପାଳନ କରିବାର ବିଧି ରହିଛି (ଲାଳୟେତ୍‌ ପଞ୍ଚବର୍ଷାଣି…)। ଏହା...

କୃଷକ ଓ ବିଧେୟକ

ସୁୟାଶ ତିଓ୍ବାରୀ/ଆଦିତ୍ୟ କୁମାର   କୃଷି ସମ୍ପର୍କିତ ୩ଟି ବିଧେୟକ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ ହୋଇଛି। ସେଗୁଡିକ ହେଲା ଦି...

ଏଇ ଭାରତରେ

ବଣ ପାହାଡ଼ଘେରା ଦୁର୍ଗମ ଅଞ୍ଚଳର ଆଦିବାସୀ ଗ୍ରାମଗୁଡ଼ିକରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ଅନେକ ଅମଙ୍ଗ ହୋଇଥାନ୍ତି। କିନ୍ତୁ ମହାରାଷ୍ଟ୍ରର ଶିକ୍ଷକ ଦମ୍ପତି...

କ୍ଷମତା କ୍ଷୁଣ୍ଣ

ସାଧାରଣ ନିର୍ବାଚନ ୨୦୧୯ର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ୧୯ ମେ’ରେ ଶେଷ ହୋଇଛି। କେତେକ ଲୋକ ବୁଥ୍‌ଫେରନ୍ତା ମତ (ଏକ୍‌ଜିଟ୍‌ ପୋଲ୍‌)କୁ ନେଇ ନାନା...

ଏଇ ଭାରତରେ

ଜଣେ ବ୍ୟକ୍ତି ରେଲ୍‌ଓ୍ବେ ଚାକିରି ଛାଡି ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସବୁ ସମୟ ଲଗାଇଦେବା ଘଟଣା ଦେଖିବାକୁ ମିଳିଛି ଝଡ଼ଖଣ୍ଡରେ। ଚାଇବାସା ପୁଲହାତୁର...

ପୁଷେ ଖଇ, ମାଘେ ଦହି

ଅଭିମନ୍ୟୁ ଧଳ ଓଡ଼ିଆରେ ଲୋକ କଥାଟିଏ ଅଛି, ‘ପୁଷେ ଖଇ, ମାଘେ ଦହି, ଚଇତେ ନିମ ଚକୁଳିଖାଇ’। ପ୍ରକୃତି ତା’ର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ପାଇଁ...

Advertisement

BGU

Archives

Model This Week

Why Dharitri