ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ କେନ୍ଦ୍ରାପଡ଼ାବାସୀ ଆତଙ୍କିତ: ୧୨୦ କିମି ବେଗରେ ବହୁଛି ପବନ, ୮ ହଜାର ଲୋକ ସ୍ଥାନାନ୍ତର

କେନ୍ଦ୍ରାପଡା ଅଫିସ, ୨୦ା୫: ସାମୁଦ୍ରିକ ଝଡ଼ ‘ଅମ୍ପନ’ କେନ୍ଦ୍ରାପଡ଼ା ଜିଲାରେ ବିଶେଷଭାବେ ପ୍ରଭାବ ପକାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା, ପବନ ବୁଧବାର ସକାଳେ ଉଗ୍ରରୂପ ଧାରଣ କରିଛି। ଘଣ୍ଟାକୁ ୧୦୦ରୁ ୧୨୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଜିଲାର ହାଇଆଲର୍ଟରେ ଥିବା ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବହୁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିପଡ଼ିବା ସହ କଚାଘର ଭାଙ୍ଗିପଡ଼ିଛି। ଏହାର ପ୍ରଭାବରେ ଜିଲାବାସୀ ଆତଙ୍କିତ ହୋଇପଡିଛନ୍ତି। ଏହାର ପ୍ରଭାବରେ ଜିଲାରେ ଅଦ୍ୟାବଧି ୧୭୮ ମିଲିମିଟର ବର୍ଷା ହୋଇଛି। ଆଗାମୀ ୮ ଘଣ୍ଟା ଏହାର ପ୍ରଭାବ ରହିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୩୫ କିମି ରହିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଏଥିସହି ଜିଲାପାଳ ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ଜିଲାର ସମୁଦ୍ର ତଟାଞ୍ଚଳ ୩୨୦୬୦ ଅଧିବାସୀଙ୍କୁ ଚିହ୍ନଟ ୮୨ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପବନର ବେଗ କମିବା ପରେ ସଜାଗ ହୋଇ ରହିଥିବା ଏନ୍‌ଡିଆର୍‌ଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ଯାତାୟତ ପଥକୁ ସୁଗମ କରିବେ। ଏଥିସହିତ ବିଭାଗୀୟ ଅଧିକାରୀମାନେ ଲୋକଙ୍କ ନିକଟରେ ପହଞ୍ଚି ମୌଳିକ ସୁବିଧା ଯୋଗାଇ ଦେବେ। ପ୍ରତ୍ୟେକ ଆଶୟସ୍ଥଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆପାତକାଳୀନ ଔଷଧ ମହଜୁଦ ରଖାଯାଇଥିବା ଜିଲାପାଳ ବର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରଣକୁଳ ଅଞ୍ଚଳରେ ଗୋମଡ଼କ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳରେ ଅଜଣା ରୋଗ ବ୍ୟାପୀ ଗୋମଡକ ଦେଖାଦେଇଛି। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋରୁଙ୍କ ମୃତ୍ୟୁ ଘଟୁଛି। ସପ୍ତାହକ...

ସୁନା ଚେନ୍‌ ଲୁଟେରା ସକ୍ରିୟ: ଗୋଟିଏ ଦିନରେ ଝାମ୍ପିନେଲେ ୨ ସୁନା ଚେନ୍‌

ରାୟଗଡ଼ା ଅଫିସ,୬।୧୨: ରାୟଗଡ଼ା ସହରରେ ସୁନା ଚେନ୍‌ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗୋଟିଏ ଦିନରେ ୨ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ...

୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪...

ଆବାସ ଯୋଜନାରେ ଅନିୟମିତତା: ଜିଆର୍‌ଏସ୍‌ ନିଲମ୍ବିତ

ତିର୍ତ୍ତୋଲ, ୧୪।୩ (ଡି.ଏନ୍‌.ଏ.):ଆବାସ ଯୋଜନାରେ ଅନିୟମିତତା ନେଇ ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତ ଜିଆରଏସ୍‌ ତପୁ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତରେ କେତେଜଣ...

ବଗଲା ଧର୍ମଶାଳା ଜମି ବିକ୍ରି ମାମଲା: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାଏମ

କଟକ ଅଫିସ,୨୪ା୯: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାଏର ମାମଲାରେ ଗୁରୁବାର ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜମିର...

ଆଜି ନୂଆ ଏସ୍‌ସିବି କ୍ୟାମ୍ପସ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ ଅଫିସ୍‌, ୫ା୩: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ...

ନାହିଁ ରେଳ ସୁବିଧା, କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏମ୍‌ପି

ଦେବଗଡ଼,୫ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ। ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତୁରନ୍ତ ରେଳ ସଂଯୋଗ...

ଆଳୁ ଉପରେ କରୋନା ଛାଟ

ଗଞ୍ଜାମ,୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ମେ ୫ରୁ ୧୯...

Advertisement
Archives

Model This Week