ବାତ୍ୟାଞ୍ଚଳ ବୁଲିଲେ କୃଷକ ମୋର୍ଚ୍ଚା ପ୍ରତିନିଧି: ‘କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’

ଢେଙ୍କାନାଳ ଅଫିସ, ୧୫।୫- ବାତ୍ୟା ‘ଫନୀ’ ପ୍ରଭାବରେ ଢେଙ୍କାନାଳ ଜିଲାର ଆମ୍ବ, କାଜୁ, ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ ଶେଷ ହୋଇଥିବାବେଳେ ମଙ୍ଗଳବାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଭାଜପା କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ହୃଷୀକେଶ ଜେନାଙ୍କ ସମେତ ୫ଜଣିଆ ପ୍ରତିନିଧି ଦଳ ଶଙ୍କରପୁର, ପାମାଳ, ପୌରାଞ୍ଚଳ ଅଧୀନ ସିମିଳିଆ, ସଦର ବ୍ଲକର କାଇମାଟି, କୃଷ୍ଣକୁମାରପୁର ଏବଂ ଗଁଦିଆ ବ୍ଲକ କପିଳାସ, ଦେଓଗାଁ ଆଦି ଅଞ୍ଚଳରେ କ୍ଷତିଗ୍ରସ୍ତ କାଜୁ ଏବଂ ଆମ୍ବ ବଗିଚା ସହ ଚାଷଜମି ବୁଲି ଦେଖିଥିଲେ।

ପ୍ରତିନିଧି ଦଳର ସଦସ୍ୟମାନେ ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଆମ୍ବ ଚାଷୀଙ୍କୁ ହେକ୍ଟର ପିଛା ୨ ଲକ୍ଷ, କାଜୁ ଚାଷୀଙ୍କୁ ହେକ୍ଟର ପିଛା ୧ ଲକ୍ଷ ଏବଂ ପରିବା ଚାଷୀଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା ଦେବାକୁ ସେମାନେ ଜିଲା ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି। ସେହିପରି ବାତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଠିକ୍‌ ଭାବେ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ। ଏହାକୁ ନେଇ କୃଷକ ମୋର୍ଚ୍ଚା ନେତୃବୃନ୍ଦ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ। ବାତ୍ୟାରେ ଲକ୍ଷାଧିକ ଟଙ୍କାର ଆମ୍ବ, କାଜୁ, ପରିବାର ଚାଷ ନଷ୍ଟ ହୋଇଥିବା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କର୍ମଚାରୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ଡିଜି

ସମ୍ବଲପୁର, ୩୦।୪ (ବ୍ୟୁରୋ)- ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ସମ୍ବଲପୁର ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସମ୍ବଲପୁର ରିଜର୍ଭ ପଡିଆରେ ଓହ୍ଲାଇବା...

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।...

ଅନ୍‌ଲାଇନ୍‌ରେ ମିଳିବ କୋର୍ଟ କାର୍ଯ୍ୟ ସୁବିଧା

କଟକ ଅଫିସ,୧୬ା୫: ଓଡ଼ିଶା ହାଇକୋର୍ଟ ଓ ଜିଲା କୋର୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌...

ବସ୍‌ ଚକ ତଳେ ଜୀବନ ଗଲା

ଖଣ୍ଡପଡ଼ା,୧ା୪: ସାମାନ୍ୟ ଅସାବଧାନତା ଯୋଗୁ ବସ୍‌ ଚକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ...

ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଗେଟବଜ଼ାର ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଷ୍ଣୁ ପ୍ରଧାନ(୩୭)ଗୁରତର ହୋଇଥିଲେ। ତେବେ ଏମ୍‌କେସିଜି ମେଡିକଲରେ...

ଡାକ୍ତର ନାହାନ୍ତି, ଚିକିତ୍ସାରୁ ବଞ୍ଚିତ ରୋଗୀ

କୁଜଙ୍ଗ, ୧୪ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଛନ୍ତି। ହେଲେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ...

କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ...

‘ନେତାଜୀଙ୍କ ଭଳି ସ୍ବାଭିମାନୀ ହୁଅ’

ଖଇରା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ତିଳଦା ଗ୍ରାମର ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ରୌପ୍ୟ ଜୟନ୍ତୀ ଉତ୍ସବ ଗୁରୁବାର ପାଳିତ...

Advertisement
Archives

Model This Week