ବାଟବଣା ମା, ପୁଅ ଝାଡ଼ଖଣ୍ଡରୁ ବରଗଡ଼

ବରଗଡ଼ ଅଫିସ୍‌,୭।୫- ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର ଜଣେ ମହିଳା ତାଙ୍କ ଶିଶୁପୁତ୍ରଙ୍କୁ ଧରି ବାଟବଣା ହୋଇ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଚାଲି ଆସିଛନ୍ତି । ତେବେ ଶିଶୁଙ୍କୁ ଧରି ମହିଳା ଜଣକ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ ପାଇକମାଲ ଅନ୍ତର୍ଗତ କାଂସଡ଼ା ପଞ୍ଚାୟତର ସରପଞ୍ଚ ଯୁଧିଷ୍ଠିର ସାହୁ ସେମାନଙ୍କୁ ପ୍ରାୟ ଦେଢ଼ମାସ ହେଲା ଆଶ୍ରୟ ଦେଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ସେହିପରି ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ଘଟଣାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କୁ ଟୁଇଟ୍‌ କରି ସେହି ମହିଳା ଓ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଘରକୁ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ମହିଳା ଜଣକ ନିଜ ଶିଶୁକୁ ଧରି କାଂସଡ଼ା ଅଞ୍ଚଳରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିଲେ । ତେବେ ଗତ ମାର୍ଚ୍ଚ ୨୬ତାରିଖ ମହୁଲ ଗୋଟାଇବା ପାଇଁ ଯାଇଥିବା କିଛି ଲୋକେ ସେମାନଙ୍କୁ ଦେଖିଥିଲେ ଏବଂ କରୋନା ସଂକ୍ରମଣ ନେଇ ଭୟଭୀତ ହୋଇ ପଡ଼ିଥିଲେ । ଏ ନେଇ ସ୍ଥାନୀୟ ସରପଞ୍ଚ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ସରପଞ୍ଚ ପାଇକମାଲ ଥାନା ଅଧିକାରୀଙ୍କୁ ସେ ସମ୍ପର୍କରେ ଅବଗତ କରିବା ସହିତ ସେମାନଙ୍କୁ ଉଦ୍ଧାର କରି କ୍ବାରାଣ୍ଟାଇନ ସେଣ୍ଟରରେ ଆଶ୍ରୟ ଦେଇଥିଲେ । ଏହା ସହିତ ମହିଳା, ଶିଶୁଙ୍କୁ ସୁରକ୍ଷା ପାଇଁ ୨ଜଣ ଜଗୁଆଳି ଏବଂ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ଜଣେ ରୋଷେୟାର ବ୍ୟବସ୍ଥା କରିଥିଲେ।
ତେବେ କ୍ବାରେଣ୍ଟାଇନ ସେଣ୍ଟରରେ ୧୪ଦିନ ରହିବା ପରେ ସରପଞ୍ଚ ସାହୁ ସମ୍ପୃକ୍ତ ମହିଳା ଓ ଶିଶୁଙ୍କୁ ସେମାନଙ୍କ ନିଜ ଗାଁ ସିମଡ଼େଗାକୁ ପଠାଇବା ପାଇଁ ତହସିଲଦାର, ବିଡ଼ିଓ ଏବଂ ପଦ୍ମପୁର ଉପଜିଲାପାଳଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ । ଏହି ଖବର ଜାଣିବା ପରେ ସାମାଜିକ କର୍ମୀ ସାହୁ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଝାରଖଣ୍ଡ ପୋଲିସ ଫୋନ ଯୋଗେ ତଥ୍ୟ ମାଗିଥିଲେ। ସମ୍ପୃକ୍ତ ମହିଳା, ଶିଶୁଙ୍କୁ କୋଭିଡ୍‌ ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରି ରେଜିଷ୍ଟ୍ରେଶନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟା ପରେ ଅସହାୟ ମହିଳା ଜଣକ ଏବେ ଶିଶୁପୁତ୍ରକୁ ଧରି ତାଙ୍କ ରାଜ୍ୟ ଯିବାକୁ ବାଟ ଫିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?