Posted inଜାତୀୟ

ବାଚସ୍ପତିଙ୍କ ଗାଇଡ୍‌ କି ମେଣ୍ଟର୍‌ ନୁହନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍‌ ଦେଇସାରିଲେଣି। କିନ୍ତୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି କେ.ଆର୍‌. ରମେଶ କୁମାର ଏହାକୁ ଅବଜ୍ଞା କରିଥିବା କୁହାଯାଉଛି। ତେବେ ବାଚସ୍ପତିଙ୍କୁ ରାଜ୍ୟପାଳ ଏଭଳି ନିର୍ଦ୍ଦେଶ ଦେଇପାରିବେ କି ନାହିଁ ସେ ନେଇ ବିବାଦ ଓ ବିତର୍କ ମୁଣ୍ଡ ଟେକିଛି। ଏହି ପରିପ୍ରେକ୍ଷୀରେ ୨୦୧୬ରେ ଅରୁଣାଚଳ ପ୍ରଦେଶ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଅବତାରଣା କରାଯାଇପାରେ। ରାଜ୍ୟପାଳ ବାଚସ୍ପତିଙ୍କ ଗାଇଡ୍‌ (ମାର୍ଗଦର୍ଶକ) ବା ମେଣ୍ଟର (ଅଭିଜ୍ଞ ଉପଦେଷ୍ଟା) ନୁହନ୍ତି। ତେଣୁ ସେ ବାଚସ୍ପତିଙ୍କ କାର୍ଯ୍ୟଧାରାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।
ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଜେ.ପି. ରାଜଖୋଓ୍ବା ଆସ୍ଥାଭୋଟ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଜେ.ଏସ୍‌. ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଅରୁଣାଚଳର ନବାମ ତୁକିଙ୍କ ନେତୃତ୍ୱାଧୀନ ବରଖାସ୍ତ ହୋଇଥିବା କଂଗ୍ରେସ ସରକାରଙ୍କୁ ପୁନଃ ଅବସ୍ଥାପିତ କରିଥିଲେ। ଏହାସହ ସମ୍ବିଧାନ ଅନୁସାରେ ରାଜ୍ୟପାଳଙ୍କୁ ତାଙ୍କ କ୍ଷମତାର ପରିସର ବତାଇଦେଇଥିଲେ। ଖଣ୍ଡପୀଠ କହିଥିଲେ, ରାଜ୍ୟପାଳ ବାଚସ୍ପତିଙ୍କ ଗାଇଡ୍‌ ଅଥବା ମେଣ୍ଟର ନୁହନ୍ତି। ବାଚସ୍ପତି ଓ ରାଜ୍ୟପାଳଙ୍କ ସ୍ବାଧୀନ ସାମ୍ବିଧାନିକ ଉତ୍ତରଦାୟିତ୍ୱ ରହିଛି। ତେଣୁ ବାଚସ୍ପତି କିମ୍ବା ଉପବାଚସ୍ପତି ଗୃହକୁ କିପରି ପରିଚାଳନା କରିବେ ତାହା ତାଙ୍କ ଉପରେ ନିର୍ଭର କରେ। ବାଚସ୍ପତିଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବାର ଅଧିକାର ରାଜ୍ୟପାଳଙ୍କ ନାହିଁ। ଏକ ସଂଖ୍ୟାଗରିଷ୍ଠ ସରକାର ଜରିଆରେ ବିଧାନସଭାର ଗଣତାନ୍ତ୍ରିକ ପ୍ରକ୍ରିୟା ଚାଲିଥିବାବେଳେ ରାଜ୍ୟପାଳ ସେଥିରେ ହସ୍ପକ୍ଷେପ କରିପାରିବେ ନାହିଁ। ସେ ନିଜକୁ କୌଣସି ରାଜନୈତିକ ଗୋଷ୍ଠୀ ମଧ୍ୟରେ ଆବଦ୍ଧ କରିପାରିବେ ନାହିଁ। କୌଣସି ରାଜନୈତିକ ଦଳର ଅସହମତି, ଅସନ୍ତୋଷ, ଅମେଳ ବା କନ୍ଦଳରୁ ରାଜ୍ୟପାଳ ନିଜକୁ ଦୂରେଇ ରଖିବା ଜରୁରୀ। ଏକ ରାଜନୈତିକ ଦଳର କାର୍ଯ୍ୟକଳାପ, ସମସ୍ୟା ବା ଦଳ ମଧ୍ୟରେ ଅଶାନ୍ତି ରାଜ୍ୟପାଳଙ୍କ ଚିନ୍ତାର ଊର୍ଦ୍ଧ୍ୱରେ। ତେଣୁ ଘୋଡ଼ାବେପାର ଚାଲିଥିଲେ ଏପରି କି ଅରୁଚିକର ରାଜନୈତିକ ଘଟଣାକ୍ରମ ଘଟୁଥିଲେ ଏହାର ନୈତିକତା ଯାହା ହେଉନା କାହିଁକି ରାଜ୍ୟପାଳ ସେଥିରୁ ଦୂରେଇ ରହିବା ଉଚିତ ବୋଲି ଖଣ୍ଡପୀଠ ଏକ ଐତିହାସିକ ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?