Posted inଖେଳ

ବାଙ୍ଗାଲୋର ଓପନ ଖେଳିବେ ପେସ୍‌

ବେଙ୍ଗାଲୁରୁ, ୭ା୨ (ପି.ଟି.)-ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁଥିବା ୧୬୨,୦୦୦ ଡଲାର ପୁରସ୍କାର ବିଶିଷ୍ଟ ବାଙ୍ଗାଲୋର ଏଟିପି ଚ୍ୟାଲେଞ୍ଜରରେ ଭାରତୀୟ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ଭାଗ ନେବେ। ଗୁରୁବାର ଏହା ସ୍ପଷ୍ଟ ହୋଇଛି। ପେସ୍‌ଙ୍କ ଏହା ବିଦାୟକାଳୀନ ସିଜନ ହୋଇଥିବାରୁ ଘରୋଇ ମାଟିରେ ଏହା ତାଙ୍କର ଅନ୍ତିମ ଟୁର୍ନାମେଣ୍ଟ ହେବ। ତାଙ୍କ ପାଇଁ ଏହା ଫେୟାରଓ୍ବେଲ ଟୁର୍‌ ହୋଇଥିବାରୁ ପେସ୍‌ ତାଙ୍କ ପସନ୍ଦ ମୁତାବକ ଟୁର୍ନାମେଣ୍ଟରେ ଭାଗନେବେ। ବାଙ୍ଗାଲୋରରେ ବହୁ ଟେନିସପ୍ରେମୀ ରହିଛନ୍ତି। ଟେନିସ ଟୁର୍ନାମେଣ୍ଟ ହେଲେ ଦର୍ଶକଙ୍କ ଭିଡ଼ ହୁଏ। ଏଠାରେ ଖେଳିବାରେ ମଜା ଥାଏ ବୋଲି ପେସ୍‌ କହିଛନ୍ତି। ପେସ୍‌ ବର୍ତ୍ତମାନ ପୁଣେଠାରେ ଟାଟା ମହାରାଷ୍ଟ୍ର ଏଟିପି ଟୁର୍‌ ଇଭେଣ୍ଟରେ ଖେଳୁଛନ୍ତି। ଏହି ୪୬ ବର୍ଷୀୟ ଖେଳାଳି ୮ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଏବଂ ୧୦ ମିକ୍ସଡ ଡବଲ୍ସ ଟାଇଟଲ ବ୍ୟତୀତ ୫୪ ଏଟିପି ଟୁର୍‌ ଡବଲ୍ସ ଟାଇଟଲ ଜିତିଛନ୍ତି। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ସେ ଐତିହାସିକ ବ୍ରୋଞ୍ଜ ସଫଳତା ହାସଲ କରିଛନ୍ତି। ୧୦୦ ଗ୍ରାଣ୍ଡସ୍ଲାମ ଖେଳିବା ଗୌରବ ଲାଗି ସେ ଆଉ ୩ ପାଦ ପଛରେ ରହିଛନ୍ତି। ଅବସର ନେବା ପୂର୍ବରୁ ଚଳିତ ବର୍ଷ ସମସ୍ତ ଗ୍ରାଣ୍ଡସ୍ଲାମରେ ଭାଗ ନେବାଲାଗି ସ୍ଥିର କରିଥିବା ପେସ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ ଫାଇନାଲ ଉପରେ, ଭାରତୀୟ ଟିମ୍‌ରେ ସାମିଲ କଥା ପଛ: ଭେଙ୍କଟେଶ ଆୟାର

ଦୁବାଇ,୧୪।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌କୁ ଆଇପିଏଲ୍‌ର କ୍ୱାଲିଫାୟର-୨ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଦଳ ଆସନ୍ତା ଅକ୍ଟୋବର ୧୫ରେ...

ଡୋପରେ ବିଫଳ ଶୁଟର ରବି, ବକ୍ସର ସୁମିତ୍‌

ପୁଣେ,୧୧।୧୨- ଟୋକିଓ ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୭ ମାସ ବାକି ରହିଥିବାବେଳେ ଭାରତୀୟ ଦଳର ପଦକ ଆଶାକୁ ଶକ୍ତ ଝଟ୍‌କା ଲାଗିଛି। ଶୁଟର ରବି...

୨୪୬ ରନ୍‌ରେ ଅଟକିଲା ଇଂଲଣ୍ଡ

ଲଣ୍ଡନ,୧୪।୭ : ଗୁରୁବାର ଲଡର୍‌ସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌...

ବେଙ୍ଗାଲୁରୁକୁ ହରାଇ ଜାମସେଦପୁର ୬ଷ୍ଠ

ଭାସ୍କୋ, ୨୬।୨-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଗୁରୁବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ ଗୋଲରେ ହରାଇ ଜାମସେଦପୁର ଏଫ୍‌ସି ୬ଷ୍ଠ ସ୍ଥାନ ଅଧିକାର କରିଛି।...

ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ଜିତିବା ପରେ ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୩।୭: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ...

କରୋନା ଭାଇରସ ମୁକାବିଲାରେ ସାହାଯ୍ୟ କରିବାକୁ ଆଇଓଏର ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୩୦।୩ (ପି.ଟି.): ଦେଶ ତଥା ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଚାଲୁ ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଏହାର ମୁକାବିଲାରେ...

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ...

ଏକମାତ୍ର ଟେଷ୍ଟରେ ବାଂଲାଦେଶ ବିଜୟୀ

ଢାକା, ୨୫।୨ (ଏଏଫ୍‌ପି)- ଅଫ୍‌-ସ୍ପିନର ନଇମ୍‌ ହାସାନଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଏକ ଇନିଂସ...

Advertisement
Archives

Model This Week