Posted inଜାତୀୟ

ଭିଭିଆଇପିଙ୍କ ଯାତ୍ରା ପାଇଁ ଏୟାର ଇଣ୍ଡିଆର ୮୨୨ କୋଟି ବାକି

ନୂଆଦିଲ୍ଲୀ,୭-୨(ପି.ଟି.):ଦେଶର ଭିଭିଆଇପିମାନଙ୍କ ଉପରେ ଚାର୍ଟର ଫ୍ଲାଇଟ୍ସ ଭଡ଼ା ବାବଦକୁ ଏୟାର ଇଣ୍ଡିଆର ୮୨୨ କୋଟି ଟଙ୍କା ବାକି ଅଛି। ଆର୍ଥିକ ଅନଟନ ଦେଇ ଗତି କରୁଥିବା ଉକ୍ତ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥାରୁ ସରକାର ପୁଞ୍ଜିପ୍ରତ୍ୟାହାର କରୁଥିବାବେଳେ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ଭିଭିଆଇପିଙ୍କ ଉପରେ ନ୍ୟାଶନାଲ କ୍ୟାରିୟରର କେତେ ଟଙ୍କା ବାକି ଅଛି ବୋଲି ଅବସରପ୍ରାପ୍ତ କମୋଡର ଲୋକେଶ ବାତ୍ରା ଆର୍‌ଟିଆଇରେ ଏୟାର ଇଣ୍ଡିଆକୁ ତଥ୍ୟ ମାଗିଥିଲେ। ୨୦୧୯ ନଭେମ୍ବର ୩୦ ସୁଦ୍ଧା ଭିଭିଆଇପିମାନଙ୍କ ଉପରେ ଚାର୍ଟର ବିମାନ ଭଡ଼ା ବାବଦରେ ୮୨୨ କୋଟି ଟଙ୍କା ବକେୟା ଥିବା ବିମାନ ଚଳାଚଳ ସଂସ୍ଥା ଉତ୍ତର ଦେଇଛି। ସେହିପରି ଜରୁରୀ ସମୟରେ ପ୍ରଭାବିତଙ୍କୁ ସ୍ଥାନାନ୍ତର ଲାଗି ବ୍ୟବହୃତ ବିମାନ ଖର୍ଚ୍ଚ ବାବଦରେ ୯.୬୭ କୋଟି ଏବଂ ବିଦେଶୀ ଅତିଥିଙ୍କୁ ନେବାଆଣିବାରେ ୧୨.୬୫ କୋଟି ଟଙ୍କା ବକେୟା ରହିଥିବା ଏଥିରେ ସୂଚନା ଦିଆଯାଇଛି। ଭିଭିଆଇପି ଚାର୍ଟର ଫ୍ଲାଇଟ୍ସ ଅଧୀନରେ ଏୟାର ଇଣ୍ଡିଆ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବିମାନ ଦେଇଥାଏ। ଏହି ବିମାନ ଖର୍ଚ୍ଚର ଦେୟ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ପଇଠ କରାଯାଇଥାଏ। କେବଳ ଭିଭିଆଇପି ଚାର୍ଟର ଫ୍ଲାଇଟ୍ସର ବିଲ୍‌ ବକେୟା ରହିଛି ତାହା ନୁହେଁ, ବରଂ ସରକାରୀ ଅଧିକାରୀମାନଙ୍କ ଯାତ୍ରା ପାଇଁ ଟିକେଟ ବାବଦକୁ ମଧ୍ୟ ଅର୍ଥ ପଇଠ କରାଯାଇ ନାହିଁ। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହି ବାବଦ ବକେୟା ରାଶିର ପରିମାଣ ୫୨୪.୧୪ କୋଟି ଟଙ୍କା ରହିଛି। ଏଥିରୁ ୨୩୬.୧୬ କୋଟି ଟଙ୍କା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବକେୟା ଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏୟାରଲାଇନ୍ସ ଆହୁରି କହିଛି ଯେ, ପ୍ରାୟ ୨୮୧.୮୨ କୋଟି ଟଙ୍କା ଆଉ ଆଦାୟ ହେବ ନାହିଁ ବୋଲି ଧରି ନେଇ ଏୟାର ଇଣ୍ଡିଆର ଆକାଉଣ୍ଟ ଖାତାରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ୨୦୧୯ ଡିସେମ୍ବର ୫ ସୁଦ୍ଧା ଏୟାର ଇଣ୍ଡିଆର ନେଟ୍‌ କ୍ଷତିର ପରିମାଣ ୮, ୫୫୬.୩୫ କୋଟି ଟଙ୍କା ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅତ୍ୟଧିକ ସୁଧ ବୋଝ, ବିମାନ ଚଳାଚଳ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଭାରତୀୟ ଟଙ୍କା ଦୁର୍ବଳ ହେବା ଯୋଗୁ ବିନିମୟ ମୂଲ୍ୟ ଉପରେ ପ୍ରତିକୂଳ ପ୍ରଭାବକୁ ଏହି କ୍ଷତି ପାଇଁ ମୁଖ୍ୟତଃ ଦାୟୀ ବୋଲି ବୁଧବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri