ରାଇରଙ୍ଗପୁର,୨୪ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍ଡିଭିଜନ ବିଶୋଇ ରେଞ୍ଜ ସରଗଡ଼ା ରିଜର୍ଭ ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ଘଟିଛି। ଗ୍ରାମପାର୍ଶ୍ୱ ଜଙ୍ଗଲରେ ବାଘର ଉପସ୍ଥିତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଖବରପାଇ ସରଗଡ଼ା ବନ ବିଭାଗ ବିଟ୍ ହାଉସ୍ ଫରେଷ୍ଟର ଅଜିତ କୁମାର ମହାନ୍ତି ଗୁରୁବାର ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ପାଦ ଚିହ୍ନ ଦେଖି ଏହା ଚିତା ବାଘ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି। ମୃତ ବଳଦଟି ସରଗଡ଼ା ଗ୍ରାମ ଦଳେଇଡ଼ିହି ବସ୍ତିର ବୁବେଲ ସର୍ଦ୍ଦାରଙ୍କର ବୋଲି ଚିହ୍ନଟ କରାଯାଇଛି। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରିଛି।

ଧରାପଡ଼ିଲେ ଫେରାର ଆଜୀବନ କଏଦୀ
ରାଇରଙ୍ଗପୁର,୨୫ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍ ଜେଲ୍ରେ ଅଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିବା ବେଳେ ଜେଲ୍ କର୍ମଚାରୀଙ୍କୁ ଚକ୍ମା...

ଆସୁଛନ୍ତି ରାଷ୍ଟ୍ରପତି: ୪ ଓ ୫ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ବାରିପଦା ଅଫିସ,୨।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର...

ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ
କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ...

ପୂରଣ ହେଲା ଦାବି, ଗଡ଼ିିଲା ନୂଆ ୧୦୮ ଆମ୍ବୁଲାନ୍ସ
ଚିତ୍ରଡ଼ା,୬ା୫(ଡି.ଏନ୍.ଏ.)- ବହୁ ଦିନର ଦାବି ପରେ ମୟୂରଭଞ୍ଜ ଜିଲାର କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ଟି ନୂଆ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୂର୍ବରୁ ରାସଗୋବିନ୍ଦପୁର ଏବଂ...

ଗୋରୁ ବୋଝେଇ ଗାଡ଼ି ଜବତ
ରାଇରଙ୍ଗପୁର,୧୭।୬(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥର ବାଇପାସ୍ ଛକରେ ସୋମବାର ରାତିରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି।...

CORONAVIRUS UPDATE: ମୟୂରଭଞ୍ଜରେ ଆଉ ଜଣେ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି
ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ ମୟୂରଭଞ୍ଜର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଦବିଲା ମହିଁଷାସୁରୀ ପୋଲ
କପ୍ତିପଦା,୨୯ା୯(ଡ଼ି.ଏନ୍.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରାତନ ପୋଲ ଦବି ଯାଇଛି ା ଏହି...

ବୁଲିଲା ମୋ ସରକାର ଅଭିଯାନ ସଚେତନତା ରଥ
ବାରିପଦା ଅଫିସ,୧୮ା୧- ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲା ମଙ୍ଗଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ...