ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଲୁଟ, ୨ ଅଟକ

ଦିଗପହଣ୍ଡି,୧୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରେ ବାଇକ୍‌ ଡିକିରୁ କୌଣସି ଦୁର୍ବୃତ୍ତ ଜଣେ ଚାଷୀଙ୍କ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚାଷୀ ଜଣକ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର ଗ୍ରାମର ସତ୍ୟ ନାରାୟଣ ଅଧିକାରୀ। ନଂ. ୨୦୭/୧୯ ଦଫା ୩୭୯ରେ ମାମଲା ରୁଜୁ କରି ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ୨ ଜଣ ଯୁବକଙ୍କୁ ଅଟକ ରଖିଛନ୍ତି।
ସତ୍ୟନାରାୟଣଙ୍କ କହିବା ପ୍ରକାରେ, ସେ ଧାନ ବିକ୍ରି କରି ପାଇଥିବା ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଦିଗପହଣ୍ଡି ଆନ୍ଧ୍ର ବ୍ୟାଙ୍କକୁ ଆସିଥିଲେ। ପାନ କାର୍ଡ ନ ଥିବାରୁ ଶାଖା ପରିଚାଳକ ମନା କରିଦେଇଥିଲେ। ତେଣୁ ସେ ଟଙ୍କା ଆଣି ବାଇକ ଡିକିରେ ରଖି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଡିକି ଖୋଲା ଥିବା ଏବଂ ସେଥିରେ ଟଙ୍କା ନ ଥିବା ଦେଖିଥିଲେ। ପରେ ଥାନାରେ ପହଞ୍ଚତ୍ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ କ୍ୱାରାଣ୍ଟାଇନ୍‌ରେ ରହିଲେ ୧୧୪ ଜଣ

ଶେରଗଡ଼,୩୦ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟକୁ ବୁଧବାର ବିଳମ୍ବିତ ରାତିରେ ସୁରଟରୁ ଆସିଥିବା ଦୁଇଟି ବସ ଯୋଗେ...

ଗଞ୍ଜାମପ୍ରଶାସନର ଅଭିନବ ପଦକ୍ଷେପ: ଭିଡିଓ କଲ୍‌ରେ କ୍ୟାରିୟର ନେଇ ପରାମର୍ଶ ଦେବେ ଏକ୍ସପର୍ଟ

ଛତ୍ରପୁର,୨ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ଅଛନ୍ତି। ତେବେ ଅନେକ ଘରେ ବସି ବୋର୍‌ ହେଉଛନ୍ତି। ଏଥିରୁ ମୁକ୍ତି ପାଇଁ...

ଗଞ୍ଜାମରେ ଆକ୍ରାନ୍ତ ହେଲେଣି ୨୯ କରୋନା ଯୋଦ୍ଧା

ଛତ୍ରପୁର,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୧୫ ଜଣ ସୁସ୍ଥ ହୋଇ...

ଚୈତ୍ର ମଙ୍ଗଳବାର: କରୋନାରୁ ରକ୍ଷା ଲାଗି ମା’ତାରାତାରିଣୀଙ୍କ ପୀଠରେ ହେଲା ସ୍ବତନ୍ତ୍ର ପୂଜା

ପୁରୁଷୋତ୍ତମପୁର, ୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ଯାତ୍ରା ଅବସରରେ ଜନଶୂନ୍ୟ ହୋଇପଡିଛି।...

ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଞ୍ଚଳବାସୀ

ବ୍ରହ୍ମପୁର ଅଫିସ,୨୨ା୪-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବୁଧବାର ଆମ୍ବପୁଆ ଅଞ୍ଚଳରେ...

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ...

ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ପାଟପୁର,୨୯।୯(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍‌ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ...

୨ ବହିଷ୍କୃତ ହେଲେଣି, ୧୪ ଜଣଙ୍କ ନାମରେ ମାମଲା

କବିସୂର୍ଯ୍ୟନଗର,୧୭ା୨: ଗଞ୍ଜାମ ଜିଲାରେ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ଚାଲିଛି। କବିସୂର୍ଯ୍ୟନଗର ଏନ୍‌ଏସି ଓ ବ୍ଲକରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଶିକ୍ଷକତା କରୁଥିବା...

Advertisement

BGU

Archives

Model This Week

Why Dharitri